Advertisment

ଆଫଗାନିସ୍ତାନ ଉପରେ ତାଲିବାନର ଶାସନକୁ ମାନ୍ୟତା ଦେଲା କି ଆମେରିକା?

ତାଲିବାନକୁ କୂଟନୀତିକ ଭାବେ ମାନ୍ୟତା ଦେବା ନେଇ ଆମେରିକା ଭିନ୍ନ ମତ ଦେଇଛି। ଏନେଇ ସଂଗଠନ ଠାରୁ କଥା ନୁହେଁ ବରଂ କାମ ଚାହିଁବା ନେଇ ଆମେରିକା କହିବା ସହିତ ଏହାର ପ୍ରତିବଦ୍ଧତା ଉପରେ ବଞ୍ଚିବାକୁ ଆଶା କରିଛି। ବେଦେଶ ମନ୍ତ୍ରାଳୟ ପ୍ରବକ୍ତା ନେଡ୍‌ ପ୍ରାଇସ୍ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ତାଲିବାନ ସ୍ପଷ୍ଟ କରିଦେଇଛି ଯେ ସେ ଆଫଗାନିସ୍ତାନରେ ଆମେରିକାର ରାଜନୀତିକ ଉପସ୍ଥିତି ଚାହୁଛି।

Taliban

Taliban

Advertisment

ୱାଶିଂଟନ : ତାଲିବାନକୁ କୂଟନୀତିକ ଭାବେ ମାନ୍ୟତା ଦେବା ନେଇ ଆମେରିକା ଭିନ୍ନ ମତ ଦେଇଛି। ଏନେଇ ସଂଗଠନ ଠାରୁ କଥା ନୁହେଁ ବରଂ କାମ ଚାହିଁବା ନେଇ ଆମେରିକା କହିବା ସହିତ ଏହାର ପ୍ରତିବଦ୍ଧତା ଉପରେ ବଞ୍ଚିବାକୁ ଆଶା କରିଛି। ବେଦେଶ ମନ୍ତ୍ରାଳୟ ପ୍ରବକ୍ତା ନେଡ୍‌ ପ୍ରାଇସ୍ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ତାଲିବାନ ସ୍ପଷ୍ଟ କରିଦେଇଛି ଯେ ସେ ଆଫଗାନିସ୍ତାନରେ ଆମେରିକାର ରାଜନୀତିକ ଉପସ୍ଥିତି ଚାହୁଛି।

Advertisment

ପ୍ରାଇସ୍ କହିଛନ୍ତି ଯେ “ସେ ସ୍ପଷ୍ଟ ଭାବେ ଖୋଲା ଖୋଲି କହିଛି ଯେ ସେ ଚାହୁଛି ଯେ ଅନ୍ୟ ଦେଶ ନିଜ ରାଜନୀତିକ ମିଶନକୁ ସେଠାରେ ଜାରି ରଖୁ।” ଏହା ସହିତ ସେ କହିଛନ୍ତି ଯେ ତାଲିବାନର ଜଣେ ପ୍ରବକ୍ତା କହିଥିଲେ ଯେ “ଆମେ ସେହି ଦୂତାବାସକୁ ପ୍ରଶଂସା କରୁଛୁ ଯାହା ଖୋଲା ଅଛି ଏବଂ ବନ୍ଦ ହୋଇ ନାହିଁ। ଆମେ ସେଗୁଡିକର ସୁରକ୍ଷାର ଆଶ୍ୱସନା ଦେଉଛୁ।”

ପ୍ରାଇସ୍ ଆହୁରି ମଧ୍ୟ କହିଛନ୍ତି ଯେ ଆମେରିକା ଏ ପର୍ଯ୍ୟନ୍ତ ଏହି ମାମଲା ଉପରେ କୌଣସି ନିଷ୍ପତ୍ତି ନେଇ ନାହିଁ। କିନ୍ତୁ ଏହା ଏପରି ଏକ ବିଷୟ ଯାହା ଉପରେ ଆମେ ନିଜର ଭାଗିଦାରୀ ସହ ସକ୍ରିୟ ରୂପରେ ଚର୍ଚ୍ଚା ଚାଲିଛି, ଏନେଇ ଏ ବିଷୟରେ ଚିନ୍ତା କରାଯାଉଛି।

Advertisment

ସେ କହିଛନ୍ତି ଯେ “ଆମେ ଆଜି ତାକୁ ଉତ୍ତର ରଖିବାକୁ ପ୍ରସ୍ତୁତ ନୁହେଁ, କାରଣ ଆମେ ତାଲିବାନର ଅନେକ ବିବୃତ୍ତି ଶୁଣିଛୁ। ଏଥିରୁ କିଛି ସକରାତ୍ମକ ଲାଗୁଥିବା ବେଳେ କିଛି ରଚନାତ୍ମକ ଭଳି ମଧ୍ୟ ଲାଗୁଛି। କିନ୍ତୁ ଆମେ ଯାହା ତଦନ୍ତ କରୁଛୁ ଏବଂ ଆମର ଅନ୍ତରାଷ୍ଟ୍ରୀୟ ଅଂଶୀଦାର ଯାହା ଖୋଜ କରୁଛି ତାହା ହେଉଛି କାମ, କେବଳ କଥା ନୁହେଁ।”

Advertisment

ପ୍ରାଇସ୍‌ଙ୍କ କହିବା କଥା “ଭବିଷ୍ୟରେ କୌଣସି ବି ରାଜନୀତିକ ଉପସ୍ଥିତି, ମାନ୍ୟତା ନେଇ କୌଣସି ପ୍ରଶ୍ନ, ସହାୟତା ସମ୍ବନ୍ଧୀୟ କୌଣସି ବି ପ୍ରଶ୍ନକୁ ନେଇ ଆମେ ଯେଉଁ ବିଷୟ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଯାଉଛୁ ତାହା କୁହା ଯାଇଥିବା କଥାର ଅନୁସରଣ ଏବଂ କେବଳ କଥା ନୁହେଁ କାମ ମଧ୍ୟ।”

Afghanistan Taliban
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ