Advertisment

ଋଷିଆ ବିରୋଧରେ ଆମେରିକାର ବଡ଼ ଘୋଷଣା

ୟୁକ୍ରେନ ଉପରେ ଋଷିଆର ଆକ୍ରମଣକୁ ଆମେରିକା ରାଷ୍ଟ୍ରପତି ତୀବ୍ର ନିନ୍ଦା କରିଛନ୍ତି। ଋଷିଆ ପାଇଁ ନିଜ ବାୟୁସୀମାକୁ ଆମେରିକା ବନ୍ଦ କରିବା ସହ ଋଷିଆକୁ ମିଳୁଥିବା ବୈଷୟିକ ଜ୍ଞାନକୌଶଳ ବନ୍ଦ ନେଇ ଆମେରିକା ରାଷ୍ଟ୍ରପତି ଘୋଷଣା କରିଛନ୍ତି।

ଅଦ୍ୟତନ ହୋଇଛି
Biden Announces Closure Of US Airspace To Russian Planes

Biden Announces Closure Of US Airspace To Russian Planes

Advertisment

ୟୁକ୍ରେନ ଉପରେ ଋଷିଆର ଆକ୍ରମଣକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ତୀବ୍ର ନିନ୍ଦା କରିଛନ୍ତି। ସେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଭିମୁଖ୍ୟକୁ ଭର୍ତ୍ସନା କରିବା ସହ ପୁଟିନଙ୍କୁ ଏକଛତ୍ରବାଦୀ ବୋଲି ଦର୍ଶାଇଛନ୍ତି। ପୁଟିନଙ୍କ ଏଭଳି ପଦକ୍ଷେପ ସାରା ବିଶ୍ୱକୁ ବହୁମୂଲ୍ୟ ଦେବାକୁ ପଡୁଛି ବୋଲି ବାଇଡେନ୍‌ କହିଛନ୍ତି।

Advertisment

ଦେଶ ଉଦ୍ଦେଶ୍ୟରେ ଅଭିଭାଷଣରେ ଜୋ ବାଇଡେନ୍‌ ବଡ଼ ଘୋଷଣା କରିଛନ୍ତି। ଋଷିଆ ପାଇଁ ନିଜ ବାୟୁସୀମାକୁ ଆମେରିକା ବନ୍ଦ କରିବା ସହ ଋଷିଆକୁ ମିଳୁଥିବା ବୈଷୟିକ ଜ୍ଞାନକୌଶଳ ବନ୍ଦ ନେଇ ଆମେରିକା ରାଷ୍ଟ୍ରପତି ଘୋଷଣା କରିଛନ୍ତି। ଆମେରିକା ଆକାଶରେ ରୁଷ୍‌ରୁ କୌଣସି ବିମାନ ଉଡ଼ିବାକୁ ଦିଆଯିବ ନାହିଁ ବୋଲି ବାଇଡେନ୍ ଘୋଷଣା କରିଛନ୍ତି।  ୟୁକ୍ରେନ ଉପରେ ଯେଉଁ ଆକ୍ରମଣ ହେଉଛି ଗଣତନ୍ତ୍ର ଉପରେ ଏକଛତ୍ରବାଦର ଆକ୍ରମଣ। ହେଲେ ଏଥିରେ ଗଣତନ୍ତ୍ର ଅଧିକ ଶକ୍ତିଶାଳୀ ହୋଇଛି ବୋଲି ବାଇଡେନ୍‌ କହିଛନ୍ତି।

ଏହାସହ ବାଇଡେନ୍ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଭିମୁଖ୍ୟକୁ ଭର୍ତ୍ସନା କରିଛନ୍ତି। ସେ କହିଛନ୍ତି, ୟୁକ୍ରେନକୁ ନିଜ ଅକ୍ତିଆରକୁ ନେବା ସହ ସାରା ବିଶ୍ୱରେ ରାଜ୍‌ କରିବା ପୁଟିନଙ୍କ ଚିନ୍ତାଧାରା। ହେଲେ ସେ କେବେ ଭାବି ନଥିଲେ ଗୋଟିଏ ଶକ୍ତିଶାଳୀ ପ୍ରାଚୀର ସହ ତାଙ୍କର ମୁକାବିଲା ହୋଇଯିବ। 

Advertisment

ସାରା ବିଶ୍ୱ ଏବେ ୟୁକ୍ରେନ ସହ ଛିଡ଼ା ହୋଇଛି। ଏବେ ପୁଟିନ ୟୁକ୍ରେନର ଲୋକଙ୍କୁ ସାମ୍ନା କରିଛନ୍ତି। ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧନ ଅବସରରେ ଆମେରିକା ରାଷ୍ଟ୍ରପତି ଏହା କହିବା ସହ ଋଷିଆର ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି, NATOର ଭୂଖଣ୍ଡ ସୁରକ୍ଷା ନେଇ ଆମେରିକା ଓ ସହଯୋଗୀ ଲଢ଼ିବେ। ୟୁକ୍ରେନବାସୀ ସାହସର ସହ ଲଢ଼େଇ କରୁଛନ୍ତି। ଋଷିଆ ଯୁଦ୍ଧ କ୍ଷେତ୍ରରେ କିଛି ଫାଇଦା ପାଇପାରେ। ମାତ୍ର ଦୀର୍ଘ ମିଆଦି ସୂତ୍ରରେ ବହୁ ମୂଲ୍ୟ ଦେବ।

Russia Ukraine Crisis Ukraine Crisis Ukraine Russia War Russian Ukrainian War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ