କେବେ ଭାବିଛନ୍ତି, ଯେଉଁଠାରେ ଆପଣ ରେଗୁଲାର୍ ଖାଇବାକୁ ଯାଉଛନ୍ତି, ତାହା ଆପଣଙ୍କ ବଂଶର ହୋଇଥିବ ! ସେ ବେକେରୀ ବା ରେଷ୍ଟୁରାଣ୍ଟର ମାଲିକ ଆପଣଙ୍କ ବାପା କିମ୍ବା ମାଆ ହୋଇଥିବେ, ଓ ଏହାର ଖବର ଆପଣଙ୍କୁ ଜଣାନଥିବ । ଜଣେ ଯୁବକ, ନିଜ ଘର ପାଖରେ ଥିବା ବେକେରୀ ସପ୍କୁ ପ୍ରାୟ ସବୁଦିନ ଯାଇଥାଆନ୍ତି । କିନ୍ତୁ ସେ ଏହା ଜାଣିନଥିଲେ ଯେ, ତା’ର ମାଲିକ ତାଙ୍କ ନିଜ ଜନ୍ମ କଲା ମାଆ ହିଁ ହୋଇଥିବେ ବୋଲି ।
ଜେନେଟିକ୍ ପରୀକ୍ଷଣ ପାଇଁ ଏକ ନମୁନା ପରୀକ୍ଷା କଲା ବେଳେ ଏହି କଥା ସାମ୍ନାକୁ ଆସିଛି । ଭାମର୍ ହଣ୍ଟର୍, ଯେତେବେଳେ ତାଙ୍କୁ ୩୫ ବର୍ଷ ହୋଇଥିଲା ସେତେବେଳେ ତାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଥିଲା । ସେବେଠାରୁ ସେ ନିଜ ଜନ୍ମିତ ମାଆଙ୍କୁ ବିଷୟରେ ଜାଣିବାକୁ ଚାହୁଁଥିଲେ । କିନ୍ତୁ ଦିନ ପରେ ଦିନ ଗଡ଼ି ଚାଲୁଥିଲା, ସେ ଅଜ୍ଞାନ ଭାବେ ରହିଥିଲେ । ଏହି ପରି ଭାବେ ଦିନେ ଜେନେଟିକ୍ ପରୀକ୍ଷା ବେଳେ ସେ ନିଜ ଜନ୍ମ କଲା ମାଆଙ୍କ ବିଷୟରେ ସୂଚନା ପାଇଥିଲେ ।
ଅଧିକ ପଢ଼ନ୍ତୁ: କିସ୍ ବଦଳରେ ଚାପୁଡ଼ା ମାରିଲେ ମହିଳା; ତଣ୍ଟି ଚିପି ମାରିଦେଲେ ସହକର୍ମୀ
Also Read
ଆଉ ଅବିଶ୍ୱସନୀୟ ଭାବେ ତାଙ୍କ ମାଆ, ସେ ଯାଉଥିବା ରେଷ୍ଟୁରାଣ୍ଟର ମାଲିକାଣୀ ଥିଲେ । ଏହା ପରେ ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ୨୦୨୨ ରେ, କାଲିଫର୍ନିଆର ଜେନୋଲୋଜିଷ୍ଟ ଗାବ୍ରିଏଲା ଭାର୍ଗସ୍, ହଣ୍ଟର୍ଙ୍କୁ ଏବାବଦରେ ସାହାଯ୍ୟ କରୁଥିଲେ । ସେ ହିଁ 'Give Me Some Sugah' ବେକେରୀର ମାଲିକାଣୀଙ୍କୁ ଜେନେଟିକ୍ ପରୀକ୍ଷା କରିଥିଲେ । ପରେ ଗାବ୍ରିଏଲା ଜାଣିବାକୁ ପାଇଥିଲେ ଯେ, ସେ ହିଁ ହେଉଛନ୍ତି ହଣ୍ଚର୍ଙ୍କର ଜନ୍ମ କଲା ମାଆ । ଏହା ପରେ ସେ ହଣ୍ଚର୍ଙ୍କୁ ତାଙ୍କ ମାଆଙ୍କ ନମ୍ବର ପଠାଇଥିଲେ । ହଣ୍ଚର୍ଙ୍କ ମାଆଙ୍କ ନାମ ଥିଲା ଲେନୋର ଲିଣ୍ଡସେ ।
ଲିଣ୍ତସେ, ସେସମୟରେ ସ୍ତନ କର୍କଟରେ ପୀଡ଼ିତ ଥିଲେ । ଏହା ସତ୍ତ୍ୱେ ନିଜ ପୁଅ ବିଷୟରେ ଜାଣିବା ପରେ ସେ ହଣ୍ଟର୍ଙ୍କୁ ତୁରନ୍ତ ଡକାଇଥିଲେ । କେମୋଥେରାପି ନେବାକୁ ପ୍ରସ୍ତୁତ ହେଉଥିବା ବେଳେ ସେ ହଣ୍ଟର୍ ଆସି ନିଜ ମାଆଙ୍କୁ ଭେଟିଥିଲେ । ଘଟଣାକୁ ନେଇ ହଣ୍ଟର କହିଛନ୍ତି, ସେ ନିଜ ସାଙ୍ଗ ସହ କଥା ହେଉଥିବା ବେଳେ ବେକେରୀରୁ କଲ୍ ଆସିଥିଲା । ଏହାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ବେକେରୀ ତାଙ୍କୁ କାହିଁକି କଲ୍ କରିବ ବୋଲି ନିଜକୁ ନିଜେ ପ୍ରଶ୍ନ କରି ସେ ଫୋନ୍ ରିସିଭ୍ କରିଥିଲେ । ପରେ ସେ ଜାଣିପାରିଥିଲେ ଯେ, ରେଗୁଲାରି ଯାଉଥିବା ବେକେରୀ ସପ୍ ହେଉଛି ତାଙ୍କ ମାଆଙ୍କର । ଏହା ପରେ କାଳବିଳମ୍ବ ନକରି ସେ ନିଜ ମାଆଙ୍କୁ ଭେଟିଥିଲେ । ଘଟଣାକୁ ନେଇ ମାଆ ମଧ୍ୟ କହିଛନ୍ତି ଯେ, ମୁଁ ଜାଣିନଥିଲି ସେ ମୋ ପୁଅ ବୋଲି । ଜାଣିବା ପରେ ମୋର ଖୁସିର ସୀମା ରହିଲା ନାହିଁ ।
ଏହା ମୋ ପାଇଁ ନିହାତି ଭାବେ ଅବିଶ୍ୱସନୀୟ ଥିଲା ବୋଲି ହଣ୍ଟର୍ଙ୍କ ମାଆ କହିଛନ୍ତି । ଉଲ୍ଲେଖଯୋଗ୍ୟ, ୧୯୭୪ରେ ହଣ୍ଟର୍ଙ୍କୁ ଜନ୍ମ ଦେବାବେଳେ ଲିଣ୍ଡସେଙ୍କୁ ମାତ୍ର ୧୭ ବର୍ଷ ହୋଇଥିଲା । ପରିବାରର ଅବସ୍ଥା ଭଲ ନ ଥିବାରୁ ତାଙ୍କୁ ନିଜ ପୁଅକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଅନୁମତି ଦେଇଥିଲେ ।
ଲିଣ୍ତସେ ଏହା ମଧ୍ୟ କହିଛନ୍ତି ଯେ, ଏ ଘଟଣା ମୋ ପାଇଁ ନିହାତି ହୃଦୟ ବିଦାରକ ଥିଲା । ମୋ ପରିବାର ପାଇଁ କଷ୍ଟକର ସମୟ ଥିଲା । ପିଲାକୁ ଦେଖି ଲିଣ୍ତସେ ଏହା ମଧ୍ୟ କହିଥିଲେ, ମୋର ମାଆ ଖୁସିରେ ଗଦ୍ ଗଦ୍ ହୋଇଯାଇଥିଲେ । ସେ ହଣ୍ଟରଙ୍କୁ ଖୁବ୍ ସୁନ୍ଦର କହିବା ସହ ମୁଣ୍ତରେ କଳା ମଚ୍ ମଚ୍ କେଶ ଥିବା କଥା କହିଥିଲେ । ବର୍ତ୍ତମାନ ହଣ୍ଟର ନିଜ ମାଆଙ୍କ ସହ ସେହି ବେକେରୀ ଚଳାଉଛନ୍ତି, ଯାହା ଦିନେ ତାଙ୍କ ମାଆଙ୍କର ଥିଲା ।