Advertisment

ଚୀନ୍- ତାଇଓ୍ୱାନ୍ କଳିରେ ଜାପାନର ଏଣ୍ଟ୍ରି, ରାଗରେ ରକ୍ତ ଚାଉଳ ଚୋବାଉଛି ଚୀନ

ତାଇଓ୍ୱାନ ପରେ ଜାପାନ ମଧ୍ୟ ଚୀନ୍‌ର ଶରବ୍ୟ ହୋଇଛି।ଗତକାଲି ଆମେରିକା କଂଗ୍ରେସର ବାଚସ୍ପତି ନାନ୍ସି ପେଲୋସି ଜାପାନରେ ପହଞ୍ଚିବା ପୂର୍ବରୁ ଚୀନ୍ ସେନା ଜାପାନକୁ ଟାର୍ଗେଟ କରିଛନ୍ତି।

US House Speaker Nancy Pelosi Arrives In Japan

US House Speaker Nancy Pelosi Arrives In Japan

Advertisment

ଆମେରିକା ନେତାଙ୍କ ଗସ୍ତକୁ ନେଇ ଚୀନ୍ ଓ ତାଇଓ୍ୱାନ୍ ମଧ୍ୟରେ ବିବାଦ ତେଜୁଥିବାବେଳେ ଏହା ଭିତରକୁ ଜାପାନ ଏଣ୍ଟ୍ରି କରିଛି। ତାଇଓ୍ୱାନ ପରେ ଜାପାନ ମଧ୍ୟ ଚୀନ୍‌ର ଶରବ୍ୟ ହୋଇଛି।ଗତକାଲି ଆମେରିକା କଂଗ୍ରେସର ବାଚସ୍ପତି ନାନ୍ସି ପେଲୋସି ଜାପାନରେ ପହଞ୍ଚିବା ପୂର୍ବରୁ ଚୀନ୍ ସେନା ଜାପାନକୁ ଟାର୍ଗେଟ କରିଛନ୍ତି। ଦକ୍ଷିଣ ଚୀନ୍ ସାଗରରେ ତାଇଓ୍ୱାନ ସୀମା ନିକଟରେ ସମରାଭ୍ୟାସ କରୁଥିବା ଚୀନ୍ ସେନା ପକ୍ଷରୁ ୫ଟି ବାଲିଷ୍ଟିକ କ୍ଷେପଣାସ୍ତ୍ର ଛଡ଼ା ଯାଇଛି। ଏହି କ୍ଷେପଣାସ୍ତ୍ର ଗୁଡ଼ିକ ଜାପାନର ସ୍ପେଶାଲ ଇକୋନୋମିକ୍ ଜୋନ୍ ଅଞ୍ଚଳରେ ପଡ଼ିଛି ବୋଲି ଜାପାନ ପ୍ରତିରକ୍ଷା ମନ୍ତ୍ରୀ ନୋବୋଉ କିଶି କହିଛନ୍ତି। ତେବେ ଜାପାନ ପକ୍ଷରୁ କୂଟନୈତିକ ସ୍ତରରେ ଏହାର ପ୍ରତିବାଦ କରାଯାଇଥିବା ସେ କହିଛନ୍ତି।

Advertisment

ସେପଟେ ଜାପାନର ବରିଷ୍ଠ ପଦାଧିକାରୀଙ୍କ ସହ ନାନ୍ସି ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ନାନ୍ସି ପେଲୋସି କହିଛନ୍ତି, ଚୀନ୍ ହୁଏତ ତାଇଓ୍ୱାନକୁ ଅନ୍ୟ ଦେଶ ସହ ମିଶିବାକୁ ଦେଇନପାରେ। ଏହାର ପଦାଧିକାରୀଙ୍କୁ ଅନ୍ୟ ଦେଶକୁ ଯିବାକୁ ଦେଇନପାରେ। ହେଲେ ଆମକୁ ତାଇଓ୍ୱାନ ସହ ସମ୍ପର୍କ ରଖିବାକୁ ରୋକି ପାରିବେ ନାହିଁ। ତାଇଓ୍ୱାନ ସହ ଆମର ସମ୍ପର୍କ ଖୁବ୍ ନିବିଡ଼। ଏଣୁ ତାଇଓ୍ୱାନରେ ଶାନ୍ତି ଓ ମୈତ୍ରୀ ପ୍ରତିଷ୍ଠା ଲାଗି ଆମେରିକା ଗୁରୁତ୍ୱ ଦେଇ ଆସିଛି ଓ ଆଗକୁ ମଧ୍ୟ ବଜାୟ ରହିବ। ଗତ ୨ ତାରିଖରେ ନାନ୍ସି ପେଲୋସି ତାଇଓ୍ୱାନ ଗସ୍ତ କରିଥିଲେ।

ସମୁଦ୍ର ମଝିରେ ଥିବା ଦ୍ୱୀପ ରାଷ୍ଟ୍ର ତାଇଓ୍ୱାନ ଉପରେ ନିଜର ଅଧିକାର ଜାହିର କରିବା ଲାଗି ଚୀନ୍ ସବୁବେଳେ ଚେଷ୍ଟା କରି ଆସୁଛି। ତେବେ ବିଶ୍ୱ ସମୁଦାୟ ଏହାକୁ ବିରୋଧ କରି ଆସୁଛନ୍ତି।  ତାଇୱାନ୍‌କୁ ଆମେରିକା ସମର୍ଥନ କରୁଥିବାରୁ ଚୀନ୍ ଏହାକୁ ତୀବ୍ର ବିରୋଧ କରୁଛି। ଏଣୁ ୨ ତାରିଖରେ ନାନ୍ସି ପେଲୋସି ତାଇଓ୍ୱାନ ଗସ୍ତ କରିବା ନେଇ ଜଣାପଡ଼ିବା ପରେ ଚୀନ୍ ପକ୍ଷରୁ ତାଇଓ୍ୱାନର ଚାରିପଟେ ଦକ୍ଷିଣ ଚୀନ୍ ସମୁଦ୍ରର ୬ଟି ସ୍ଥାନରେ ସପ୍ତାହକ ପାଇଁ ସମରାଭ୍ୟାସ ଆରମ୍ଭ ହୋଇଥିଲା। ଗତକାଲି ସମରାଭ୍ୟାସ ବେଳେ ଦକ୍ଷିଣ ଚୀନ୍ ସାଗର ମଧ୍ୟରୁ ତାଇଓ୍ୱାନ ସୀମାରେ ଥିବା ସମୁଦ୍ର ମଧ୍ୟକୁ ଘନ ଘନ ରକେଟ୍ ମାଡ଼ କରିଥିଲେ ଚୀନ୍ ସେନା। ସେପଟେ ଚୀନ୍ ସେନାର ସମରାଭ୍ୟାସକୁ ତାଇଓ୍ୱାନ କଡ଼ା ନିନ୍ଦା କରିଛି। ଅନ୍ୟପକ୍ଷରେ ଆମେରିକାରେ ଅବସ୍ଥାପିତ ଚୀନ୍ ରାଷ୍ଟ୍ରଦୂତ, ନାନ୍ସି ପେଲୋସିଙ୍କ ତାଇଓ୍ୱାନ ଗସ୍ତ ନେଇ ଅସନ୍ତୋଷ ଜାହିର କରିଛନ୍ତି ।

Advertisment
Japan China Taiwan Tension US Speaker Nancy Pelosi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ