New Visa Guidelines: ବଦଳିଲା ଆମେରିକାର ଭିସା ନିୟମ, ଏଣିକି ନୋ ପ୍ରାଇଭେସୀ

ଆଗରୁ ଭିସା ଆବେଦନ ପ୍ରକ୍ରିୟାରେ ଆମେରିକା ସରକାର ଆବେଦନକାରୀଙ୍କ ସୋସିଆଲ୍ ମିଡିଆର ହ୍ୟାଣ୍ଡଲ ତାଲିକା ଦରକାର କରୁଥିଲେ । କିନ୍ତୁ ଏହି ନୂଆ ବ୍ୟବସ୍ଥାରେ ସୋସିଆଲ ମିଡିଆରେ ପ୍ରାଇଭେସୀ ରେଷ୍ଟ୍ରିକସନ୍ ହଟାଇଦେବାକୁ ପଡିବ । ତେଣୁ ଆବେଦନକାରୀଙ୍କ ସଂପର୍କରେ ଅନଲାଇନରେ ଅଫିସରମାନେ ସହଜରେ ଜାଣିପାରିବେ । କିନ୍ତୁ ଏହା କେତେ ଦିନ ପାଇଁ ପବ୍ଲିକ ରହିବ, ତାହା କୁହାଯାଇନାହିଁ ।

ଭିସା

ଭାରତରେ ଥିବା ଆମେରିକୀୟ ଦୂତାବାସ ଛାତ୍ର ଓ ଏକ୍ସଚେଞ୍ଜ ଭିଜିଟରମାନଙ୍କ ପାଇଁ ନୂଆ ଗାଇଡଲାଇନ୍ ଘୋଷଣା କରିଛି । ଏହି ନୂଆ ନିୟମ ତତ୍କାଳ ଲାଗୁ ହୋଇଛି । ଯେଉଁମାନେ ନନ୍-ଇମିଗ୍ରାଣ୍ଟ ଭିସା ପାଇଁ ଏଫ୍, ଏମ୍ ଓ ଜେ କ୍ୟାଟେଗୋରୀରେ ଆବେଦନ କରିବେ, ସେମାନଙ୍କୁ ସେମାନଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ ପବ୍ଲିକ କରିବାକୁ ପଡିବ । ଏହି ପଦକ୍ଷେପ ଫଳରେ ଆମେରିକାର ଅଫିସରମାନେ ଆବେଦନକାରୀଙ୍କ ପରିଚୟ ଓ ଯୋଗ୍ୟତା ଯାଞ୍ଚ କରିବାରେ ସୁବିଧା ହେବ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି । ଆମେରିକୀୟ ଦୂତାବାସ ପକ୍ଷରୁ X ରେ ଏହି ସୂଚନା ଦିଆଯାଇଛି । ଆମେରିକାର ଆଇନ ଅନୁସାରେ ଆବେଦନକାରୀଙ୍କ ପରିଚୟ ଓ ପ୍ରବେଶ ଯାଞ୍ଚ ବେଳେ ସୁଗମ କରିବାକୁ ଏହି ପରିବର୍ତ୍ତନ କରାଯାଇଛି ।

ଅସ୍ଥାୟୀ ଭିସା ପାଇଁ ଏଫ୍, ଏମ୍, ଓ ଜେ କାଟେଗୋରୀର ଆବେଦନକାରୀମାନେ ସେମାନଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପ୍ରାଇଭେସୀ ସେଟିଂ ଆଡଜଷ୍ଟ କରିବାକୁ ଦୂତାବାସ ପକ୍ଷରୁ ଅନୁରୋଧ କରାଯାଇଛି ।

ବିଦେଶୀ ନାଗରିକମାନଙ୍କୁ ସାଧାରଣତଃ ଏଫ୍, ଏମ୍ ଓ ଜେ ଭିସା ଏଜେନ୍ସୀ ଦ୍ୱାରା ପ୍ରଦାନ କରାଯାଇଥାଏ । ଏଫ୍ ଭିସା ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ଦିଆଯାଇଥାଏ । ଧନ୍ଦାମୂଳକ ଛାତ୍ରଛାତ୍ରୀମାନଙ୍କୁ ଏମ୍ ଭିସା ଓ ଏକ୍ସଚେଞ୍ଜ ଭିଜିଟର, ରିସର୍ଚ୍ଚର ଓ ଇଣ୍ଟର୍ଣ୍ଣମାନଙ୍କୁ ଜେ ଭିସା ପ୍ରଦାନ କରାଯାଇଥାଏ ।

ନୂଆ ନିୟମ ଅନୁସାରେ, ପାଠ ପଢ଼ିବା ପାଇଁ ଆମେରିକା ଯିବାକୁ ଚାହୁଁଥିବା ଭାରତୀୟ ଛାତ୍ର ଓ ଅନ୍ୟମାନେ ସୋସିଆଲ୍ ମିଡିଆରେ ସେମାନଙ୍କ ପ୍ରୋଫାଇଲ୍ ସ୍ପଷ୍ଟ ଭାବେ ଲେଖିବେ । ଭିସା ପାଇଁ ଆବେଦନ କରିବା ପୂର୍ବରୁ ସାଧାରଣ ଲୋକ ଯେମିତି ତାଙ୍କର ପ୍ରୋଫାଇଲ୍ ସୋସିଆଲ୍ ମିଡିଆରେ ଦେଖିପାରୁଥିବେ । ଆଗରୁ ଭିସା ଆବେଦନ ପ୍ରକ୍ରିୟାରେ ଆମେରିକା ସରକାର ଆବେଦନକାରୀଙ୍କ ସୋସିଆଲ୍ ମିଡିଆର ହ୍ୟାଣ୍ଡଲ ତାଲିକା ଦରକାର କରୁଥିଲେ । କିନ୍ତୁ ଏହି ନୂଆ ବ୍ୟବସ୍ଥାରେ ସୋସିଆଲ ମିଡିଆରେ ପ୍ରାଇଭେସୀ ରେଷ୍ଟ୍ରିକସନ୍ ହଟାଇଦେବାକୁ ପଡିବ । ତେଣୁ ଆବେଦନକାରୀଙ୍କ ସଂପର୍କରେ ଅନଲାଇନରେ ଅଫିସରମାନେ ସହଜରେ ଜାଣିପାରିବେ । କିନ୍ତୁ ଏହା କେତେ ଦିନ ପାଇଁ ପବ୍ଲିକ ରହିବ, ତାହା କୁହାଯାଇନାହିଁ ।

ଅଧିକ ପଢ଼ନ୍ତୁ: ଇରାନର ଚେତାବନୀ, ଦରକାର ପଡିଲେ ଆମେରିକା ଉପରେ ଆହୁରି ହେବ ଆଟାକ୍