ଅର୍ଥନୀତି ଓ ଶାନ୍ତି ପାଇଁ ନୋବେଲ ପୁରସ୍କାର, ଜାଣନ୍ତୁ କେଉଁମାନେ ପାଇବେ...

ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା । ମିଳିତ ଭାବେ ୩ ଅର୍ଥଶାସ୍ତ୍ରୀ ପାଇବେ ନୋବେଲ ।

Nobel Prize

ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା । ମିଳିତ ଭାବେ ୩ ଅର୍ଥଶାସ୍ତ୍ରୀ ପାଇବେ ନୋବେଲ । ଡାରେନ ଏସ୍ ମୋଗ୍ଲୁ, ସାଇମନ ଜନ୍ ସନ୍, ଜେମ୍ ସ ଏ. ରବିନ୍ ସନ୍ ପାଇବେ ନୋବେଲ ପୁରସ୍କାର । ବିଭିନ୍ନ ସଂସ୍ଥାର ନିର୍ମାଣ ଓ ସମୃଦ୍ଧି କ୍ଷେତ୍ରରେ ଗବେଷଣା ପାଇଁ ସେମାନଙ୍କୁ ନୋବେଲ ମିଳିବ ।

ନିରପେକ୍ଷ ସଂସ୍ଥାର ନିର୍ମାଣ ସରକାର ଓ ଜନସାଧାରଣଙ୍କ ଜୀବନଶୈଳୀକୁ ପରିବର୍ତ୍ତନ କରିଥାଏ । ଏହି କ୍ଷେତ୍ରରେ ସେମାନଙ୍କ ଗବେଷଣା ବେଶ ଲାଭଦାୟକ ବୋଲି ନୋବେଲ ପୁରସ୍କାର ସମିତି ପକ୍ଷରୁ କୁହାଯାଇଛି । ସେହିପରି ମେଡିସିନ୍‌ରେ ଘୋଷଣା ହୋଇଛି ନୋବେଲ ପୁରସ୍କାର ।

୨୦୨୪ର ଫିଜିଓଲୋଜି ଓ ମେଡିସିନ୍‌ରେ ନୋବେଲ ପୁରସ୍କାର ଭିକ୍ଟର ଆମ୍ବ୍ରୋସ୍ ଏବଂ ଗ୍ୟାରି ରୁଭ୍‌କୁନ୍‌ଙ୍କୁ ମିଳିଛି । ମାଇକ୍ରୋ RNA ଆବିଷ୍କାର ସହ ଟ୍ରାନ୍ସକ୍ରିପସନ୍ ଜିନ୍ ନିୟନ୍ତ୍ରଣରେ ଭୂମିକା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ମାଇକ୍ରୋ ବାୟୋଲୋଜି ଅନୁସାରେ, ଆମର କ୍ରୋମୋଜୋମରୁ ମିଳୁଥିବା ସୂଚନା କୋଷଗୁଡ଼ିକ ପାଇଁ ଏକ ନିର୍ଦ୍ଦେଶ ପରି କାର୍ଯ୍ୟ କରେ ।

ଯେତେବେଳେ ପ୍ରତ୍ୟେକ କୋଷରେ ସମାନ ଜିନ୍ ଥାଏ, ସେତେବେଳେ ବିଭିନ୍ନ କୋଷ ପ୍ରକାର, ଯେପରିକି ମାଂସପେଶୀ ଏବଂ ସ୍ନାୟୁ କୋଷଗୁଡ଼ିକର ସ୍ୱତନ୍ତ୍ର ଗୁଣ ବାହାରେ । ଏହା ଜିନ୍ ରେଗୁଲେସନ ମାଧ୍ୟମରେ ଘଟିଥାଏ, ଯେଉଁଠାରେ ପ୍ରତ୍ୟେକ କୋଷ କେବଳ ଆବଶ୍ୟକ କରୁଥିବା ଜିନ୍‌ଗୁଡ଼ିକୁ ସକ୍ରିୟ କରିଥାଏ ।

ସେହିପରି ରସାୟନ ବିଜ୍ଞାନ କ୍ଷେତ୍ରରେ ୨୦୨୪ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ରୟାଲ ସ୍ୱିଡେନ ଏକାଡେମୀ ଅଫ ସାଇନ୍ସ ଅନୁଯାୟୀ, ଏହି ବର୍ଷ ତିନି ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ପୁରସ୍କାରର ଅଧା ଭାଗ କମ୍ପ୍ୟୁଟେସନାଲ ପ୍ରୋଟିନ ଡିଜାଇନ ପାଇଁ ଡେଭିଡ ବେକରଙ୍କୁ ଦିଆଯିବ ।

ଏହା ସହିତ, ପ୍ରୋଟିନ୍ ସଂରଚନା ପୂର୍ବାନୁମାନ ପାଇଁ ଡେମିସ୍ ହାସାବିସ୍ ଏବଂ ଜନ୍ ଏମ୍. ଜମ୍ପରଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି । ନୋବେଲ ଶାନ୍ତି ପୁରସ୍କାର ପାଇଁ ଜାପାନୀ ସଂସ୍ଥା ‘ନିହନ ହିଡାନ୍‌କ୍ୟୋ’ର ନାଁ ଘୋଷଣା ହୋଇଛି ।

ଏହା ହିବାକୁଶା ନାମରେ ମଧ୍ୟ ଜଣାଶୁଣା । ପରମାଣୁ ବୋମା ପୀଡ଼ିତଙ୍କ ପାଇଁ କାମ କରୁଛି ‘ନିହନ ହିଡାନ୍‌କ୍ୟୋ’। ବୋମା ବିଭୀଷିକାରୁ ବଞ୍ଚି ଯାଇଥିବା ହିରୋସିମା, ନାଗାସାକି ବୋମା ପୀଡ଼ିତଙ୍କ ପାଇଁ କାମ କରୁଛି ସଂସ୍ଥା । ବିଶ୍ୱକୁ ପରମାଣୁ ବୋମା ମୁକ୍ତ କରିବାକୁ ମଧ୍ୟ ସଚେତନତା ସୃଷ୍ଟି କରୁଛି ।