Advertisment

ୟୁରୋପ୍‌ ପରେ ମଙ୍କିପକ୍ସ ଜାଲରେ ଆମେରିକା

ଆମେରିକାର ପ୍ରଥମ ଥର ପାଇଁ ଜଣେ ମଙ୍କିପକ୍ସ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ବ୍ୟକ୍ତି ଜଣକ ‘ମଙ୍କିପକ୍ସ’ ରୋଗରେ ପୀଡ଼ିତ ହୋଇଥିବା ବେଳେ ନିକଟରେ ସେ କାନାଡ଼ା ଯାତ୍ରା କରିଥିଲେ।

MonkeyPox

MonkeyPox

Advertisment

କରୋନା, ଟମାଟୋ ଫ୍ଲୁ କୋପ ଏବେବି ଥିବା ବେଳେ ସାମନାକୁ ଆସିଛି ଆଉ ଏକ ଆତଙ୍କ, ଯାହାର ନାଁ ମଙ୍କିପକ୍ସ। ତେବେ ଏହା କେତେ ମାରାତ୍ମକ ଓ ସଂକ୍ରାମକ, ଏନେଇ ଅଧିକ ଗବେଷଣା ଚାଲୁଥିବା ବେଳେ ୟୁକେ ହେଲ୍ଥ ସିକ୍ୟୁରିଟି ଏଜେନ୍ସି(UKHSA) ଏହା ବିପଜ୍ଜନକ ନୁହେଁ ବୋଲି କହିଛନ୍ତି । ଉତ୍ତର ଆମେରିକା ଏବଂ ୟୁରୋପର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ମେ ମାସ ଆରମ୍ଭରୁ ମଙ୍କିପକ୍ସରେ ଆକ୍ରାନ୍ତ ଚିହ୍ନଟ ହୋଇଥିବା କହିସାରିଛନ୍ତି । ଯାହା ବର୍ତ୍ତମାନ ଆଫ୍ରିକାର କିଛି ଅଂଶରେ ବ୍ୟାପିବାରେ ଲାଗିଛି।

Advertisment

ଦିନକୁ ଦିନ ମାନବ ସମାଜ ପାଇଁ ବିପଦ ଘନଉଛି । ପୁଣି ଏକ ନୂଆ ଭାଇରସ ଆତଙ୍କ ସୃଷ୍ଟି କରିଛି । ଆମେରିକାରେ ପ୍ରଥମ ଥର ପାଇଁ ଜଣେ ମଙ୍କିପକ୍ସ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ବ୍ୟକ୍ତି ଜଣକ ‘ମଙ୍କିପକ୍ସ’ ରୋଗରେ ପୀଡ଼ିତ ହୋଇଥିବା ବେଳେ ନିକଟରେ ସେ କାନାଡ଼ା ଯାତ୍ରା କରିଥିଲେ।

ଗତ ସପ୍ତାହରେ ୟୁରୋପ୍‌ରେ ଏକାଧିକ ‘ମଙ୍କିପକ୍ସ’ କେସ୍‌ ସାମ୍ନାକୁ ଆସିଛି। ଆମେରିକାର ରୋଗ ନିୟନ୍ତ୍ରକ ସେଣ୍ଡର ପକ୍ଷରୁ ଏହି ବିରଳ ରୋଗକୁ ଗୁରୁତର ଭାବେ ଗ୍ରହଣ କରାଯାଇଛି। ଏହି ରୋଗ ଯେପରି ଅନ୍ୟମାନଙ୍କୁ ନ ବ୍ୟାପେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି।

Advertisment

ବର୍ତ୍ତମାନ ସମ୍ପୃକ୍ତ ରୋଗୀ ଜଣଙ୍କର କଣ୍ଟାକ୍ଟ ହିଷ୍ଟ୍ରୀ ଯାଞ୍ଚ କରାଯାଉଛି । ହେଲେଏହି ଭାଇରସ ଅଧିକ ବିପଜନ୍ନକ ନଥିବା ଆମେରିକା ସ୍ୱାସ୍ଥ୍ୟ ବିବାଗ ପକ୍ଷରୁ ପୂର୍ବରୁ କୁହାଯାଇଛି । ଦେହ ଅସୁସ୍ଥ ଅନୁଭବ ହେବା, ଜ୍ୱର ହେବା, ଦେହସାରା ଫଳି ଯାଇ ଦାଗ ଚିହ୍ନଟ ହେବା, ମୁହଁରେ ଫଳିବା ଆଦି ଏହି ରୋଗର ଲକ୍ଷଣ । କାନାଡ଼ାରେ ୧୩ଟି ମଙ୍କିପକ୍ସ କେସ୍‌ ଚିହ୍ନଟ ହୋଇଛି ।

ଆମେରିକାର ଚିହ୍ନଟ ହୋଥିବା ରୋଗୀ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ରହିଛି । ଅନ୍ୟପଟେ ପର୍ତ୍ତୁଗାଲ, ସ୍ପେନ୍‌ ଏବଂ ବ୍ରିଟେନ୍‌ର ଏକାଧିକ ମଙ୍କିପକ୍ସ ରୋଗ ଚିହ୍ନଟ ହୋଇଛି। ୟୁରୋପରେ ଏକ ଗବେଷଣାରୁ ପୁରୁଷ-ପୁରୁଷ ମଧ୍ୟରେ ଯୌନ ସମ୍ପର୍କ ସ୍ଥାପନରୁ ଏହି ରୋଗର ବିପଦ ଥିବା ଜଣାପଡ଼ିଛି। ୟୁକେରେ ମେ’ ୬ ସୁଦ୍ଧା ୯ଟି ମଙ୍କିପକ୍ସ ରୋଗ ଚିହ୍ଟଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ତଥ୍ୟ ଜାରି କରାଯାଇଚଛି। ଅନ୍ୟପଟେ ସ୍ପେନ୍ ଓ ପର୍ତ୍ତୁଗାଲରେ ବୁଧବାର ୪୦ଟି ମଙ୍କିପକ୍ସ ମାମଲା ଚିହ୍ନଟ କରାଯାଇଛି।

Advertisment
America Monkeypox
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ