Advertisment

Plane Catches Fire: ଉଡ଼ାଣ ବେଳେ ବିମାନରେ ଲାଗିଗଲା ନିଆଁ; ତା’ପରେ...

ରବିବାର ହ୍ୟୁଷ୍ଟନରୁ ୧୦୦ରୁ ଅଧିକ ଯାତ୍ରୀଙ୍କୁ ନେଇ ନ୍ୟୁୟର୍କ ଯାଉଥିଲା ୟୁନାଇଟେଡ ଏୟାରଲାଇନ୍ସ ଏକ ବିମାନ। ବିମାନଟି ଉଡ଼ାଣ ଭରିବା ବେଳେ ହଠାତ୍ ଇଞ୍ଜିନରେ ନିଆଁ ଲାଗି ଯାଇଥିଲା।

ଅଦ୍ୟତନ ହୋଇଛି
Plane catches fire

Plane catches fire

Advertisment

ହସଖୁସିରେ ନିଜର ଗନ୍ତବ୍ୟସ୍ଥଳକୁ ଯାଉଥିଲେ ଯାତ୍ରୀ। ଉଡ଼ାଣ ଭରିବା ବେଳେ ହଠାତ୍‌ ବିମାନରେ ଲାଗିଗଲା ନିଆଁ। ଯାତ୍ରୀମାନେ ନିଜ ଜୀବନ ବଞ୍ଚାଇବା ପାଇଁ “ଆମକୁ ଉଦ୍ଧାର କର, ଏଠାରୁ ଆମକୁ ବାହାର କର” ବୋଲି ଚିତ୍କାର କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। 

Advertisment

ରବିବାର ହ୍ୟୁଷ୍ଟନରୁ ୧୦୦ରୁ ଅଧିକ ଯାତ୍ରୀଙ୍କୁ ନେଇ ନ୍ୟୁୟର୍କ ଯାଉଥିଲା ୟୁନାଇଟେଡ ଏୟାରଲାଇନ୍ସର ଏକ ବିମାନ। ବିମାନଟି ଉଡ଼ାଣ ଭରିବା ବେଳେ ହଠାତ୍ ଇଞ୍ଜିନରେ ନିଆଁ ଲାଗି ଯାଇଥିଲା। ବିମାନ ଭିତରେ ଥିବା ଯାତ୍ରୀମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଆମକୁ ଉଦ୍ଧାର କର, ଏଠାରୁ ଆମକୁ ବାହାର କର ବୋଲି ଚିତ୍କାର କରିଥିଲେ। ପରେ ଉଡ଼ାଣ ଭରିବାର କିଛି ମିନିଟ ମଧ୍ୟରେ ବିମାନଟି ଜରୁରୀକାଳୀନ ଅବତରଣ କରିଥିଲା। ଯାତ୍ରୀମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।

Advertisment

ଏୟାରଲାଇନ୍ସ ପକ୍ଷରୁ ଦିଆଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ରବିବାର ସକାଳ ୮ଟା ୩୦ ମିନିଟ୍‌ରେ ବିମାନଟି ଜର୍ଜ ବୁଶ୍ ଇଣ୍ଟରକଣ୍ଟିନେଣ୍ଟାଲ୍ ବିମାନବନ୍ଦରରୁ ଲାଗାର୍ଡିଆ ବିମାନବନ୍ଦର ଅଭିମୁଖେ ଯାତ୍ରା କରୁଥିଲା। ଇଞ୍ଜିନରେ ନିଆଁ ଲାଗିଥିବା ଜଣା ପଡ଼ିବାପରେ ବିମାନଟିକୁ ଜରୁରୀ ଅବତରଣ କରାଯାଇଥିଲା। ପରେ ଯାତ୍ରୀମାନଙ୍କ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ବିମାନରେ ୧୦୪ ଜଣ ଯାତ୍ରୀ ଥିଲେ ।

ଅଧିକ ପଢ଼ନ୍ତୁ: ଭୁବନେଶ୍ୱରରେ ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣା; ଟ୍ରକ୍ ତଳେ ପଶିଗଲେ ବାଇକ ଚାଳକ

Advertisment
Airlines International News Fire Breaks Out
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ