Advertisment

ବିମାନ ଉଡ଼ାଣ ବେଳେ ଖସି ପଡ଼ିଲା ଚକା, ଦେଖନ୍ତୁ ଭିଡ଼ିଓ...

ବିମାନ ଉଠୁ ଉଠୁ ଗଳି ପଡ଼ିଲା ବିମାନର ଚକା । ଜରୁରୀକାଳୀନ ଅବତରଣ କଲା ବିମାନ । ଯାହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ଅଦ୍ୟତନ ହୋଇଛି
United Airlines flight loses tyre

United Airlines flight loses tyre

Advertisment

ବିମାନ ଉଠୁ ଉଠୁ ଗଳି ପଡ଼ିଲା ବିମାନର ଚକା । ଜରୁରୀକାଳୀନ ଅବତରଣ କଲା ବିମାନ । ଯାହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ବିମାନ ଉଡ଼ାଣର କିଛି ସେକେଣ୍ଡ ପରେ ଚକାଟି ଗଳି ପଡୁଥିବାର ଦେଖିବାକୁ ମିଳିଛି । ଯାହାଫଳରେ ସାନ ଫ୍ରାନ୍ସିସ୍କୋରୁ ଜାପାନକୁ ଯାଉଥିବା ଏହି ବିମାନ ଲସ୍ ଆଞ୍ଜେଲସରେ ଜରୁରୀକାଳୀନ ଭାବେ ଅବତରଣ କରିଛି । 

Advertisment

ସୂଚନା ଅନୁଯାୟୀ, ଏହି ବିମାନରେ ୨୩୫ ଜଣ ଯାତ୍ରୀଙ୍କ ସହ ୧୪ ଜଣ କ୍ରୁ ସଦସ୍ୟ ଥିଲେ । ବିମାନର ବାମ ପଟରେ ଥିବା ୬ଟି ଚକା ମଧ୍ୟରୁ ଗୋଟିଏ ଚକା ଖସିପଡ଼ିଥିଲା । 

Advertisment

ବିମାନ ଛାଡିବା ପରେ ଏହି ଚକା ସାନ ଫ୍ରାନ୍ସିସ୍କୋ ଇଣ୍ଟରନ୍ୟାସନାଲ୍‌ର କର୍ମଚାରୀମାନଙ୍କ ପାର୍କିଂ ସ୍ଥାନରେ ପଡିଯାଇଥିଲା । ଏହି ଚକାଟି ଏକ କାର ଉପରେ ପଡ଼ିଯାଇଥିଲା ଯାହାଫଳରେ କାର୍‌ର ପଛ କାଚ ଭାଙ୍ଗି ଯାଇଛି । ଏହା ପରେ ଚକାଟି କାନ୍ଥରେ ମାଡ଼ ହୋଇ କିଛି ଦୂରରେ ଅଟକି ଯାଇଥିଲା । ଏହି ଘଟଣାରେ କେହି ଆହତ ହୋଇଥିବା ନେଇ କିଛି ସୂଚନା ମିଳିନାହିଁ ।

ଘଟଣାର କିଛି ସମୟ ପରେ ୟୁନାଇଟେଡ୍ ଏୟାରଲାଇନ୍ସରେ ବିମାନକୁ ଅବତରଣ କରିବାକୁ ପଡିଥିଲା । ଏହି ଘଟଣା ସମ୍ପର୍କରେ ବିମାନ ସେବା ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି ଯେ ୨୦୦୨ ମସିହାରେ ନିର୍ମିତ ଏହି ବିମାନଟି ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ଚକା ଖରାପ ହେଲେ କିମ୍ବା ଭାଙ୍ଗି ଗଲେ ମଧ୍ୟ ସୁରକ୍ଷିତ ଭାବେ ଅବତରଣ କରାଯାଇପାରିବ ।

Advertisment
Airlines Flight Services
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ