Advertisment

ତିଆରି ହେଲା ୟୁନିସେକ୍ସ କଣ୍ଡୋମ୍ ; ବ୍ୟବହାର କରିବେ ପୁରୁଷ-ମହିଳା

ଜନସଂଖ୍ୟା ବୃଦ୍ଧି ବିଶ୍ୱ ପାଇଁ ପ୍ରଧାନ ସମସ୍ୟାର କାରଣ ହୋଇଛି। ଏନେଇ ଅନେକ ଦେଶ ପିଲା ଜନ୍ମ ଉପରେ ନିଷେଧାଜ୍ଞା ଜାରି କରିଛନ୍ତି। ଚୀନରେ ଅନେକ ବର୍ଷ ଧରି ଗୋଟିଏ ସନ୍ତାନ ଜନ୍ମ ଆଇନ ରହିଥିଲା। ସେହିଭଳି ଜନସଂଖ୍ୟା ନିୟନ୍ତ୍ରଣ ନେଇ ଅନ୍ୟାନ୍ୟ ଦେଶରେ ବି ଅନେକ ନିୟମ ରହିଛି। ଏଥିରେ ଗର୍ଭନିରୋଧକ ଭଳି ନିୟମ ମଧ୍ୟ ସାମିଲ ରହିଛି। ସରକାର ତରଫରୁ ଜନସଂଖ୍ୟା ନିୟନ୍ତ୍ରଣ ନେଇ ଅନେକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଚାଲିଛି। ଏଥିରେ କଣ୍ଡୋମ ବ୍ୟବହାରକୁ ସବୁଠାରୁ ପ୍ରଭାବଶାଳୀ ଓ ସୁରକ୍ଷିତ ବୋଲି କୁହାଯାଉଛି।

ଅଦ୍ୟତନ ହୋଇଛି
Unisex Condom

Unisex Condom

Advertisment

କ୍ୱାଲାଲାମ୍ପୁର : ଜନସଂଖ୍ୟା ବୃଦ୍ଧି ବିଶ୍ୱ ପାଇଁ ପ୍ରଧାନ ସମସ୍ୟାର କାରଣ ହୋଇଛି। ଏନେଇ ଅନେକ ଦେଶ ପିଲା ଜନ୍ମ ଉପରେ ନିଷେଧାଜ୍ଞା ଜାରି କରିଛନ୍ତି। ଚୀନରେ ଅନେକ ବର୍ଷ ଧରି ଗୋଟିଏ ସନ୍ତାନ ଜନ୍ମ ଆଇନ ରହିଥିଲା। ସେହିଭଳି ଜନସଂଖ୍ୟା ନିୟନ୍ତ୍ରଣ ନେଇ ଅନ୍ୟାନ୍ୟ ଦେଶରେ ବି ଅନେକ ନିୟମ ରହିଛି। ଏଥିରେ ଗର୍ଭନିରୋଧକ ଭଳି ନିୟମ ମଧ୍ୟ ସାମିଲ ରହିଛି। ସରକାର ତରଫରୁ ଜନସଂଖ୍ୟା ନିୟନ୍ତ୍ରଣ ନେଇ ଅନେକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଚାଲିଛି। ଏଥିରେ କଣ୍ଡୋମ ବ୍ୟବହାରକୁ ସବୁଠାରୁ ପ୍ରଭାବଶାଳୀ ଓ ସୁରକ୍ଷିତ ବୋଲି କୁହାଯାଉଛି।

Advertisment
Unisex condom created by Malaysian gynaecologistତିଆରି ହେଲା ୟୁନିସେକ୍ସ କଣ୍ଡୋମ୍ ; ବ୍ୟବହାର କରିବେ ପୁରୁଷ ଓ ମହିଳା

ଆଜିଯାଏ ବଜାରରେ ପୁରୁଷ ଓ ମହିଳାଙ୍କ ପାଇଁ ଅଲଗା ଅଲଗା କଣ୍ଡମ ମିଳୁଥିଲା। ବର୍ତ୍ତମାନ ବୈଜ୍ଞାନିକମାନେ ତିଆରି କରିଛନ୍ତି ୟୁନିସେକ୍ସ କଣ୍ଡୋମ୍। ମାଲେସିଆ ବୈଜ୍ଞାନିକମାନଙ୍କ ଦ୍ୱାରା ତିଆରି ହୋଇଥିବା ଏହି ୟୁନିସେକ୍ସ କଣ୍ଡୋମ୍ ଉଭୟ ମହିଳା ଓ ପୁରୁଷ ବ୍ୟବହାର କରିପାରିବେ। ଏହି କଣ୍ଡୋମ୍‌କୁ ମାଲେସିଆର ସ୍ତ୍ରୀ ରୋଗ ବିଶେଷଜ୍ଞ ମେଡିକାଲର ଗ୍ରେଡ୍ ମେଟେରିଆଲରୁ ତିଆରି କରିଛନ୍ତି। ଯେଉଁ ସାମଗ୍ରୀରେ ଏହି କଣ୍ଡୋମ ତିଆରି ହୋଇଛି ସେ ସବୁ ଶରୀରର ବିଭିନ୍ନ କ୍ଷତର ସର୍ଜରୀରେ ଡ୍ରେସିଂ ବେଳେ ବ୍ୟବହାର ହୋଇଥାଏ।

Advertisment

ଏହି ୟୁନିସେକ୍ସ କଣ୍ଡୋମ୍ ତିଆରି କରିଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଏଥିରେ ଲୋକଙ୍କର ଯୌନଗତ ସ୍ୱାସ୍ଥ୍ୟ ସୁଧୁରିବ। ଏଥିରେ ଉଭୟ ପୁରୁଷ ଓ ମହିଳାମାନେ ଉପକୃତ ହେବେ।

ଟ୍ୱିନ୍ କାଟଲିଷ୍ଟ୍ ଫର୍ମର ସ୍ତ୍ରୀ ରୋଗ ବିଶେଷଜ୍ଞ ଜନ୍ ଟ୍ୟାଙ୍ଗ୍ ଇଙ୍ଗ୍ ଚିନ୍ କହିଛନ୍ତି ଯେ ୟୁନିସେକ୍ସ କଣ୍ଡୋମ୍ ବଜାରରେ ମିଳୁଥିବା ଅନ୍ୟ କଣ୍ଡୋମ ଭଳି। କିନ୍ତୁ ଫରକ ଏତିକି ଯେ ଏହାକୁ ଉଭୟ ପୁରୁଷ ଓ ମହିଳା ବ୍ୟବହାର କରିପାରିବେ। କିନ୍ତୁ ବଜାରରେ ମିଳୁଥିବା ସାଧାରଣ କଣ୍ଡୋମ ଅପେକ୍ଷା ୟୁନିସେକ୍ସ କଣ୍ଡୋମ୍ ଅଧିକ ସୁରକ୍ଷାକାରୀ।

Advertisment

ପ୍ରକାଶଥାଉ ଯେ Wondaleaf ୟୁନିସେକ୍ସ କଣ୍ଡୋମ୍‌ର ପ୍ରତି ପ୍ୟାକେଟ୍‌ରେ ୨ଟି କଣ୍ଡୋମ୍ ରହୁଥିବା ବେଳେ ଏହାର ମୂଲ୍ୟ ପାଖାପାଖି ୨୭୦ ଟଙ୍କା ହେବ। ଏହା ପତଳା ହେବା ସହ ବ୍ୟବହାରରେ ବହୁତ ଆରାମ ଦେଇଥାଏ। ଏହା ବହୁତ ମଜବୁତ ଓ ୱାଟର୍‌ପ୍ରୁଫ୍‌ ମଧ୍ୟ।

ଜନ୍ ଟ୍ୟାଙ୍ଗ୍ ଇଙ୍ଗ୍ ଚିନ୍ କହିଛନ୍ତି ଯେ ୟୁନିସେକ୍ସ କଣ୍ଡୋମ୍ ଏତେ ପତଳାରେ ଏହାକୁ ପିନ୍ଧିଲେ ଜଣାପଡିବ ନାହିଁ ଆପଣା କିଛି ବ୍ୟବହାର କରିଛନ୍ତି ବୋଲି। ଏହା ମେଡିକାଲରେ ଡ୍ରେସିଂ ବେଳେ ବ୍ୟବହାର ହେଉଥିବା ସାମଗ୍ରୀରୁ ତିଆରି ହୋଇଛି। ଏହା ଅନେକ ବାର କ୍ଲିନିକାଲ ରିସର୍ଚ୍ଚ ଓ ଟେଷ୍ଟିଂ ପରେ ହିଁ ତିଆରି ହୋଇଛି। ଏହା ଡିସେମ୍ବରରୁ ୱେବ୍‌ସାଇଟ୍‌ରେ ବିକ୍ରି ପାଇଁ ଉପଲବ୍ଧ ହେବ।

Malaysia Unisex Condom
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ