Advertisment

ୟୁକ୍ରେନର ବିମାନକୁ ଅପହରଣ !

ୟୁକ୍ରେନ୍ ବିମାନ ଅପହରଣ। ଆଫଗାନିସ୍ତାନ କାବୁଲ ବିମାନବନ୍ଦରରୁ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ହାଇଜାକ୍ ହୋଇଛି। କାବୁଲ ବିମାନ ବନ୍ଦରରୁ ଉଡ଼ାଣର କିଛି ସମୟ ପରେ ଏହାକୁ ଅପହରଣ କରାଯାଇଛି। ମିଳିଥିବାକ ସୂଚନା ମୁତାବକ ଏହାକୁ ଇରାନକୁ ନିଆଯାଇଛି। ତେବେ ଏହାପଛରେ କିଏ ରହିଛି ସେ ସମ୍ପର୍କରେ ଏବେ ସୁଦ୍ଧା ସ୍ପଷ୍ଟ ସୂଚନା ମିଳିପାରିନି । କାବୁଲରେ ଫସି ଥିବା ଯାତ୍ରୀଙ୍କୁ ୟୁକ୍ରେନ୍ ନିଆଯିବାକୁ ଆଜି ସକାଳେ ବିମାନ ପହଞ୍ଚିଥିଲା।

ଅଦ୍ୟତନ ହୋଇଛି
Ukrainian Plane Hijacked

Ukrainian Plane Hijacked

Advertisment

ନୂଆଦିଲ୍ଲୀ: ୟୁକ୍ରେନ୍ ବିମାନ ଅପହରଣ। ଆଫଗାନିସ୍ତାନ କାବୁଲ ବିମାନବନ୍ଦରରୁ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ହାଇଜାକ୍ ହୋଇଛି। କାବୁଲ ବିମାନ ବନ୍ଦରରୁ ଉଡ଼ାଣର କିଛି ସମୟ ପରେ ଏହାକୁ ଅପହରଣ କରାଯାଇଛି। ମିଳିଥିବାକ ସୂଚନା ମୁତାବକ ଏହାକୁ ଇରାନକୁ ନିଆଯାଇଛି। ତେବେ ଏହାପଛରେ କିଏ ରହିଛି ସେ ସମ୍ପର୍କରେ ଏବେ ସୁଦ୍ଧା ସ୍ପଷ୍ଟ ସୂଚନା ମିଳିପାରିନି । କାବୁଲରେ ଫସି ଥିବା ଯାତ୍ରୀଙ୍କୁ ୟୁକ୍ରେନ୍ ନିଆଯିବାକୁ ଆଜି ସକାଳେ ବିମାନ ପହଞ୍ଚିଥିଲା।

Advertisment

ସେପଟେ, ଆଫଗାନସ୍ତାନରେ ତାଲିବାନୀ ଶାସନରେ ମହିଳାଙ୍କ ଭବିଷ୍ୟତ ଅନ୍ଧକାରରେ। ଆଫଗାନିସ୍ତାନରୁ ଦିଲ୍ଲୀ ଫେରିବା ପରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ଆଫଗାନ ପପ୍ ଗାୟିକା ଆର୍ୟାନା ସୟିଦ। କାବୁଲରୁ ଦିଲ୍ଲୀ ଫେରିବା ପରେ ପ୍ରତିକ୍ରିୟା ରଖି ସେ ଏହା କହିଛନ୍ତି । ଆର୍ୟାନା ସୟିଦ କହିଛନ୍ତି ଯେ, ଆଫଗାନିସ୍ତାନରେ ଏବେ ବି ମହିଳା ମାନେ ଦୁର୍ଦ୍ଦିନରେ ରହିଛନ୍ତି । ତାଲିବାନୀ ଶାସନରେ ମହିଳାଙ୍କୁ ଅଧିକ ନିର୍ଯାତନାର ଶିକାର ହେବାକୁ ପଡିବ। ଘରେ ମହିଳଆ ମାନେ ଫସି ରହିଛନ୍ତି । ସେମାନଙ୍କୁ ମୌଳିକ ସୁବିଧା ମଧ୍ୟ ଯୋଗାଇ ଦିଆଯାଉନାହିଁ । ଘରୁ ବାହାରିଲେ କୌଣସି ପୁରୁଷ ସମ୍ପର୍କୀୟଙ୍କୁ ନେଇ ସାଥିରେ ଯିବାକୁ ପଡୁଛି। ସେମାନଙ୍କୁ ସ୍କୁଲ ଯିବାକୁ ମଧ୍ୟ ଦିଆଯାଉନାହିଁ । ଯଦି ଏଭଳି ସ୍ଥିତିରେ ତାଲିବାନୀଙ୍କ ହାତରେ ଆଫଗାନ ଶାସନ ରୁହେ ତେବେ ମହିଳା ସବୁଠାରୁ ଅଧିକ ନିର୍ଯାତିତ ହେବେ ବୋଲି ସେ କହିଛନ୍ତି। ତାଲିବାନୀ ଆତଙ୍କବାଦୀଙ୍କୁ ସହାୟତା ସହ ପ୍ରଶିକ୍ଷଣ ପ୍ରସଙ୍ଗରେ ପାକିସ୍ତାନକୁ ଟାର୍ଗେଟ୍ କରିଛନ୍ତି ପପ୍ ସିଙ୍ଗର୍ ଆର୍ୟାନା ସୟିଦ। ପାକିସ୍ତାନକୁ ବିଶ୍ୱ ସମୂହ ଆର୍ଥିକ ସହାୟତା ବନ୍ଦ କଲେ ତାଲିବାନରେ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ରୋକ ଲାଗିବ ବୋଲି କହିଛନ୍ତି ଆର୍ୟାନା ସୟିଦ।

Advertisment
Afghanistan Ukrainian Plane Hijacked
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ