ଛୁଆ ପ୍ରତି ମା’ର ବାତ୍ସଲ୍ୟ ମମତା । ନିଜ ସନ୍ତାନ ପିଠିରେ ଲେଖିଲେ ଠିକଣା । ରୁଷିଆ ୟୁକ୍ରେନ୍ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବାବେଳେ ୟୁକ୍ରେନରୁ ସାମ୍ନାକୁ ଆସିଛି ଏହି ହୃଦୟସ୍ପର୍ଶୀ ଭିଡିଓ । ଯାହା ଏବେ ବେଶ୍ ଭାଇରାଲ୍ ହେଉଛି ।
ଭାଇରାଲ୍ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ଶିଶୁଟି ଅଛି ଯାହା ପିଠିରେ ତାର ସମ୍ପୂର୍ଣ୍ଣ ଠିକଣା ଲେଖା ହୋଇଛି ।
Also Read
ସୂଚନା ଅନୁସାରେ, ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଆଲେକ୍ସାଣ୍ଡ୍ର ମାକୋଭି ନାମକ ଜଣେ ୟୁକ୍ରେନ ମହିଳା ନିଜ ଝିଅ ଭିରାଙ୍କ ସହ କିଭ୍ ସହରରେ ଫସିଥିଲେ । ସେହି ସମୟରେ ତାଙ୍କୁ ଏହି ଚିନ୍ତାଧାରା ଆସିଥିଲା ।
ୟୁକ୍ରେନ ନିବାସୀ ମହିଳା ଜଣକ, ନିଜ ଇଣ୍ଟାଗ୍ରାମରେ ଏହି ଭିଡିଓଟି ସେୟାର କରିଛନ୍ତି । ଏହି ଭିଡିଓଟିରେ ଝିଅଟିର ପିଠିରେ ସେ ଲେଖାହୋଇଛି ଯେ, ଉକ୍ତ ପୋଷ୍ଟରେ ସେ ନିଜ ଝିଅଙ୍କ ପିଠିର ଫଟୋ ମଧ୍ୟ ସେୟାର କରିଛନ୍ତି । କୁନି ଝିଅଟିର ପିଠିରେ ଲେଖାହୋଇଛି ଯେ, ଭିରା ମାକୋଭି(ଝିଅର ନାମ ) , ୧୦.୧୧.୧୯ (ଜନ୍ମ ଦିବସ), ଏହାସହ ୨ଟି ଫୋନ୍ ନମ୍ୱର (ମା’ ଓ ବାପାଙ୍କ) ।
“NPR ନ୍ୟୁଜ୍ ଏଜେନ୍ସିର ଏକ ଇଣ୍ଟରଭ୍ୟୁରେ ମହିଳା ଜଣକ କହିଛନ୍ତି ଯେ, 'ଯେଉଁ ସମୟରେ ମୁଁ
ପିଠିରେ ଏହି ଠିକଣା ଲେଖୁଥିଲି ସେହି ସମୟରେ ମୋ ହାତ ଥରିବାକୁ ଲାଗିଲା ଯାହା କାରଣରୁ ଏହିପରି ଅସୁନ୍ଦର ଅକ୍ଷରରେ ଲେଖା ହୋଇଛି । ହେଲେ ମଧ୍ୟ ମୁଁ ଯାହା ବାର୍ତ୍ତା ଦେବାକୁ ଚାହୁଥିଲି ତାହା ସ୍ପଷ୍ଟ ଭାବରେ ଜଣାପଡୁଛି । ଫଳରେ ଯଦି ଯୁଦ୍ଧ ମଧ୍ୟରେ କେବେ ହେଲେ ଭିରା ହଜିଯାଏ ତାହାଲେ କେହି ବି ଦେଖିବା ଦ୍ୱାରା ଘରକୁ ଫେରିବାରେ ସହଜ ହୋଇପାରିବ । ଏବେ ଚିନ୍ତା କରୁଛି କି 'ମୁଁ କାହିଁକି ତା ପିଠିରେ ଏହି ସୂଚନାକୁ ଟାଟୁରେ ଲେଖି ନାହିଁ?'
ଆଲେକ୍ସାଣ୍ଡ୍ର ଇଣ୍ଟାଗ୍ରାମରେ ସେୟାର କରିଥିବା ଏହି ପୋଷ୍ଟରେ ପ୍ରାୟ ୨୯,୦୦୦ରୁ ଅଧିକ ଲୋକ ଲାଇକ୍ କରିଥିବା ବେଳେ ଅନେକ ଲୋକ ସେୟାର କରିଛନ୍ତି ।