Advertisment

ଘନଉଛି ୟୁକ୍ରେନ୍ ସଂକଟ: ୩୦ ଦିନ ପାଇଁ ୟୁକ୍ରେନରେ ଲାଗୁ ହେବ ଜରୁରୀକାଳୀନ ପରିସ୍ଥିତି

ଘନଉଛି ୟୁକ୍ରେନ୍ ସଂକଟ । ୟୁକ୍ରେନ ସୀମାରୁ ମାତ୍ର ୨୦ କିଲୋମିଟର ଦୂରରେ ରୁଷିଆର ସେନା ଅସ୍ତ୍ରଶସ୍ତ୍ର, ଟ୍ୟାଙ୍କ, ଯୁଦ୍ଧ ବିମାନ ସହିତ ବେଲାରୁଷ ଓ ପଶ୍ଚିମ ରୁଷିଆ ସୀମାରେ ରହିଛନ୍ତି । ୩୦ ଦିନ ପାଇଁ ୟୁକ୍ରେନରେ ଲାଗୁ ହେବ ଜରୁରୀକାଳୀନ ପରିସ୍ଥିତି, ଆବଶ୍ୟକ ହେଲେ ଆଉ ୩୦ ଦିନ ପାଇଁ ଏହା ବୃଦ୍ଧି ହୋଇପାରେ ।

Ukraine

Ukraine

Advertisment

ଯୁଦ୍ଧ ଆଶଙ୍କା ମଧ୍ୟରେ ୟୁକ୍ରେନ୍‌ରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା । ୟୁକ୍ରେନ୍ ସୁରକ୍ଷା ପରିଷଦର ଅନୁମୋଦନ ପରେ ଜରୁରୀ ପରିସ୍ଥିତି ଘୋଷଣା ହୋଇଛି । ବିବାଦୀୟ ୨ଟି ଅଞ୍ଚଳକୁ ଛାଡ଼ି ପୂରା ୟୁକ୍ରେନ୍‌ରେ ଇମର୍ଜେନ୍ସି ଲାଗୁ କରାଯାଇଛି । ୩୦ ଦିନ ପାଇଁ ୟୁକ୍ରେନରେ ଲାଗୁ ହେବ ଜରୁରୀକାଳୀନ ପରିସ୍ଥିତି, ଆବଶ୍ୟକ ହେଲେ ଆଉ ୩୦ ଦିନ ପାଇଁ ଏହା ବୃଦ୍ଧି ହୋଇପାରେ ।

Advertisment

ଘନଉଛି ୟୁକ୍ରେନ୍ ସଂକଟ । ୟୁକ୍ରେନ ସୀମାରୁ ମାତ୍ର ୨୦ କିଲୋମିଟର ଦୂରରେ ରୁଷିଆର ସେନା ଅସ୍ତ୍ରଶସ୍ତ୍ର, ଟ୍ୟାଙ୍କ, ଯୁଦ୍ଧ ବିମାନ ସହିତ ବେଲାରୁଷ ଓ ପଶ୍ଚିମ ରୁଷିଆ ସୀମାରେ ରହିଛନ୍ତି । ଏହାର ସେନା ବଡ଼ ବଡ଼ ସେନା ଟ୍ରକ ସହିତ ଅନ୍ୟ ଅସ୍ତ୍ରଶସ୍ତ୍ର ରହିଛି । ଏବେ ସଦ୍ୟ ଆସିଥିବା ସାଟେଲାଇଟ୍ ଚିତ୍ରରୁ ଏହା ଜଣାପଡ଼ିଛି । ଏପରିକି ସେନାର ହସ୍ପିଟାଲ ମଧ୍ୟ କରିଛି ରୁଷିଆ । କିଛି ଦିନ ଆଗରୁ ରୁଷ ସେନା ହଟାଇ ନେଇଥିବାର ସୂଚନା ଦେଇଥିଲା ।

ତେବେ ନୂଆ ସାଟେଲାଇଟ୍ ଚିତ୍ର ଆସିବା ପରେ ଆଶଙ୍କା କରାଯାଉଛି, ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ରୁଷିଆ । ଆଗରୁ ୟୁକ୍ରେନର ଦୁଇଟି ବିବାଦୀୟ ଅଞ୍ଚଳକୁ ସ୍ୱାଧୀନ ରାଷ୍ଟ୍ର ଭାବେ ଘୋଷଣା କରିଥିଲା । ସେଠାରେ ମଧ୍ୟ ରୁଷିଆର ସେନା ଅଛନ୍ତି । ଶାନ୍ତି ପାଇଁ ଏହି ସେନା ରଖାଯାଇଥିବା କହିଥିଲେ ରାଷ୍ଟ୍ରପତି ପୁତିନ । ୟୁକ୍ରେନ ସୀମାରେ ଦେଢ଼ ଲକ୍ଷରୁ ଅଧିକ ସୈନ୍ୟ ମୁତୟନ କରିଛି ମସ୍କୋ । ତେବେ ୟୁକ୍ରେନ ଆକ୍ରମଣ ପାଇଁ ଏହାର ଯୋଜନା ନାହିଁ ବୋଲି ପୁତିନ ସ୍ପଷ୍ଟୀକରଣ ଦେଇଛନ୍ତି । କିନ୍ତୁ କ୍ରେମଲିନ ଦାବି କରୁଛନ୍ତି ଯେ, ନାଟୋ ଗ୍ୟାରେଣ୍ଟି ଦେଉ ୟୁକ୍ରେନକୁ ସଦସ୍ୟତା ଦିଆଯିବ ନାହିଁ ଏବଂ ପୂର୍ବ ୟୁରୋପରୁ ସୈନ୍ୟ ପ୍ରତ୍ୟାହାର କରୁ ନାଟୋ ।

Advertisment

ରୁଷିଆ-ୟୁକ୍ରେନ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଏକ ବଡ଼ ଖବର ସାମ୍ନାକୁ ଆସିଛି।ପେଟ୍ରୋଲ/ଡିଜେଲ ସହ ଜାଳେଣି ଗ୍ୟାସ୍ ଦାମ୍ ମଧ୍ୟ ବଢ଼ିବା ନେଇ ଆଶଙ୍କା କରାଯାଉଛି। ରୁଷିଆ ବିଶ୍ୱର ଏକ ଅଗ୍ରଣୀ ଅଶୋଧିତ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ହୋଇଥିବାରୁ ବିଶ୍ୱବ୍ୟାପୀ ଏହାର ପ୍ରଭାବ ପଡ଼ିପାରେ। ତେଣୁ ଭାରତରେ ମଧ୍ୟ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ହେବାର ଆଶଙ୍କା ରହିଛି। ପେଟ୍ରୋଲ/ଡିଜେଲ ଦର ଲିଟର ପ୍ରତି ୭ରୁ ୮ ଟଙ୍କା ବଢ଼ିବା ନେଇ ଆଶଙ୍କା କରାଯାଉଛି। ରୁଷିଆ-ୟୁକ୍ରେନ ବିବାଦ ଯୋଗୁ ଅଶୋଧିତ ତୈଳ ବ୍ୟାରେଲ୍ ପିଛା ୧୦୦ ଡଲାର ପାଖାପାଖି ପହଞ୍ଚିଛି।

Ukraine-Russia Crisis Emergency Alert
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ