Ukraine soldiers win heart feeding Russian-prisoners
ହଠାତ୍ ଋଷ୍ ୟୁକ୍ରେନ ଉପରେ ଆକ୍ରମଣ କରି ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଛି। କେହି ବି କଳ୍ପନା କରି ନ ଥିଲେ ଯେ ଆଜିର ଯୁଗରେ ଏମିତି ଏକ ଭୟଙ୍କର ଯୁଦ୍ଧ ପରିସ୍ଥିତି ଦେଖାଦେବ ବୋଲି। ଛୋଟ ଦେଶ ୟୁକ୍ରେନ୍ ଦଖଲ ପାଇଁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ କେତେ ଦିନ ପର୍ଯ୍ୟନ୍ତ ଚାଲିବ ତାହା ମଧ୍ୟ କହିହେବ ନାହିଁ।
ସମସ୍ତ ଦେଶ ଋଷ୍କୁ ୟୁକ୍ରେନ୍ରୁ ସେନା ପ୍ରତ୍ୟାହାର କରିବାକୁ କହୁଥିବାବେଳେ ଋଷ ଏହାର ଜିଦ୍ରେ ଅଟଳ। ୟୁକ୍ରେନର ସୈନିକମାନେ ମଧ୍ୟ ଶକ୍ତିଶାଳୀ ଋଷ ସାମ୍ନାରେ ଦୃଢ ଭାବରେ ଠିଆ ହୋଇଛନ୍ତି। ଠିକ୍ ଏହି ସମୟରେ ସୋସିଆଲ ମିଡିଆରେ ଏହିତି କିଛି ଚିତ୍ର ସାମ୍ନାକୁ ଆସିଛି, ଯାହା ଲୋକଙ୍କ ମନରେ ୟୁକ୍ରେନ୍ ସୈନିକଙ୍କ ସମ୍ମାନକୁ ବଢେଇ ଦେଇଛି।
ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏହି ଫଟୋରେ ଦେଖାଯାଏ ଯେ ଋଷ୍ର ସୈନିକମାନେ ୟୁକ୍ରେନ୍ ସେନା ଆଗରେ କାନ୍ଦୁଛନ୍ତି। କୁହାଯାଉଛି ଯେ ଏହି ଋଷୀୟ ସୈନିକମାନଙ୍କୁ ୟୁକ୍ରେନ୍ ସୈନିକମାନେ କାବୁ କରିନେଇଥିଲେ। କିନ୍ତୁ ଶତ୍ରୁମାନଙ୍କ ୟୁକ୍ରେନ୍ ସେନାର ଦରଦ ଋଷର ସୈନିକମାନଙ୍କୁ ଲଜ୍ଜିତ କରିଛି। ସେମାନଙ୍କ ସହ ୟୁକ୍ରେନ୍ ସେନା କୌଣସି ପ୍ରକାର ବର୍ବରତା କରିନାହାଁନ୍ତି, ବରଂ ସେମାନଙ୍କୁ ଖାଦ୍ୟ ଦେଇଛନ୍ତି। ଏହା ସହିତ ସେମାନଙ୍କୁ ଘରକୁ ପଠାଇବା ପାଇଁ ତାଙ୍କ ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା ମଧ୍ୟ କରେଇଛନ୍ତି।
ଏହି ଘଟଣାର ଏକ ଭିଡିଓ ମଧ୍ୟ ଶେୟାର କରାଯାଇଛି। ଏଥିରେ ଜଣେ ଋଷୀୟ ସୈନିକ ୟୁକ୍ରେନ୍ ସମ୍ମୁଖରେ ଆତ୍ମସମର୍ପଣ କରିବା ପରେ କାନ୍ଦୁଥିବା ଦେଖିବାକୁ ମିଳେ। ସେ ତାଙ୍କ ମାଆଙ୍କ ସହ ଫୋନରେ କଥା ହେଉଛନ୍ତି ଏବଂ ତାଙ୍କ କୁଶଳତା ନେଇ ତାଙ୍କ ମାଆଙ୍କୁ ସୂଚନା ଦେଉଛନ୍ତି। ସେ ତାଙ୍କ ମାଆଙ୍କର ସ୍ୱର ଶୁଣି ବହୁତ ଭାବପ୍ରବଣ ହୋଇ କାନ୍ଦୁଛନ୍ତି। ତା’ପରେ ଜଣେ ୟୁକ୍ରେନ୍ ସୈନିକ ତାଙ୍କୁ ଚୁପ୍ କରେଇ ତାଙ୍କ ମା’ଙ୍କୁ ଆଶ୍ୱାସନା ଦେଉଛନ୍ତି ଯେ ତାଙ୍କ ପୁଅ ସୁରକ୍ଷିତ ଅଛି। ସେ ପୁଣି ତାଙ୍କ ସହିତ କଥା ହେବେ।
ସୋସିଆଲ ମିଡିଆରେ ଏମିତି କିଛି ଖବର ସାମ୍ନାକୁ ଆସିଥିଲା ​​ଯେଉଁଥିରେ ଋଷର ସୈନିକମାନଙ୍କୁ ବିନା ଜ୍ଞାନରେ ଯୁଦ୍ଧକୁ ପଠାଯାଇଥିଲା। ୟୁକ୍ରେନ୍ର ପ୍ରତିରକ୍ଷା ମନ୍ତ୍ରୀ ଏକ ବିବୃତ୍ତି ଦେଇ କହିଛନ୍ତି ଯେ ଋଷର ମାଆମାନେ ନିଜ ପୁଅମାନଙ୍କୁ ରାଜଧାନୀ କିଭ୍ରୁ ନିରାପଦରେ ନେଇପାରିବେ। ସେ ଏଠାରେ ଅଛନ୍ତି ଏବଂ ଜୀବିତ ଅଛନ୍ତି। ଠିକ୍ ଏହି ସମୟରେ ପୁଟିନଙ୍କ ବର୍ବରତାକୁ ବିଶ୍ୱ ବିରୋଧ କରୁଛି। କିନ୍ତୁ ପୁଟିନ ଅନ୍ୟ ଦେଶମାନଙ୍କୁ ଧମକ ଦେଇଛନ୍ତି ଯେ ଯିଏ ତାଙ୍କ ରାସ୍ତାରେ ଆସିବ ତାକୁ ଭୟଙ୍କର ପରିଣାମର ସମ୍ମୁଖୀନ ହେବାକୁପଡିବ। ଏହି କାରଣରୁ ଋଷ୍କୁ କେହି ବିସିଧାସଳଖ ବିରୋଧ କରୁନାହାଁନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1646403488.jpg)