Advertisment

ଋଷ ୟୁକ୍ରେନ୍ ଯୁଦ୍ଧ: ୫ଟି ଶକ୍ତିଶୀଳୀ ମିଶାଇଲ ଦ୍ୱାରା ଋଷର ଆକ୍ରମଣ

ରୁଷିଆ ୟୁକ୍ରେନ୍ ମଧ୍ୟରେ ଜାରି ରହିଛି ଘମାଘୋଟ ଯୁଦ୍ଧ । ଏହାରି ମଧ୍ୟରେ ଯୁଦ୍ଧକୁ ନେଇ ଏକ ଖବର ସାମ୍ନାକୁ ଆସିଛି । ୟୁକ୍ରେନର ପଶ୍ଚିମ ସ୍ଥିତ ଲାଭିଭ୍ ସହରରେ ରୁଷିଆ ୫ଟି ଶକ୍ତିଶାଳୀ ମିଶାଇଲ୍‌ ଦ୍ୱାରା ଆକ୍ରମଣ କରିଛି ।

ଅଦ୍ୟତନ ହୋଇଛି
Ukraine Says 5

Ukraine Says 5

Advertisment

ରୁଷିଆ ୟୁକ୍ରେନ୍ ମଧ୍ୟରେ ଜାରି ରହିଛି ଘମାଘୋଟ ଯୁଦ୍ଧ । ଏହାରି ମଧ୍ୟରେ ଯୁଦ୍ଧକୁ ନେଇ ଏକ ଖବର ସାମ୍ନାକୁ ଆସିଛି । ରୁଷିଆ ୟୁକ୍ରେନର ପଶ୍ଚିମ ସ୍ଥିତ ଲାଭିଭ୍ ସହରରେ ୫ଟି ଶକ୍ତିଶାଳୀ ମିଶାଇଲ୍‌ ଦ୍ୱାରା ଆକ୍ରମଣ କରିଛି । ଫଳରେ ବଡ଼ଧରଣର ବିସ୍ଫୋରଣ ହୋଇଛି ।

Advertisment

ନ୍ୟୁଜ୍‌ ଏଜେନ୍ସି AFPର ଏକ ରିପୋର୍ଟ ଅନୁସାରେ, ଆକାଶରେ ଏକ ବଡ ବାଦଲ ପରି ଧୂଆଁ ଉଠିଥିବାର ଦେଖିବାକୁ ମିଳିଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଘଟଣାକୁ ନେଇ ସହରର ମେୟର ଏଣ୍ଟ୍ରି ସେଡୋବି ଟେଲିଗ୍ରାମରେ ଲେଖିଛନ୍ତି ଯେ, ଲୋକଙ୍କୁ ବଞ୍ଚାଇବା ପାଇଁ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍‌କୁ ପଠାଯାଇଛି ।

ସୂଚନା ଅନୁସାରେ, ଗତ ତିନି ସପ୍ତାହ ପରେ ବି ଥମୁନି ଋଷ ୟୁକ୍ରେନ୍‌ ଯୁଦ୍ଧ । ୟୁକ୍ରେନ୍‌ ଉପରେ ଋଷିଆ ଋଷ ସେନାର ଘନ ଘନ ଆକ୍ରମଣ କରିଚାଲିଛି । ଏହା ପରେ ବି ବର୍ତ୍ତମାନ ସୁଦ୍ଧା ରୁଷିଆ ୟୁକ୍ରେନ୍‌କୁ କାବୁ କରିପାରୁନାହିଁ । ଏହାରି ମଧ୍ୟରେ ୟୁକ୍ରେନ୍‌ର ଲଭିଭ୍ ସହରର ଏୟାରପୋର୍ଟ ପାଖରେ ମିଶାଇଲ୍‌ ଆକ୍ରମଣ ହୋଇଥିବା ଜଣାପଡିଛି ।

Advertisment

ଅନ୍ୟପକ୍ଷେ, ଋଷ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ୟୁକ୍ରେନର ଅନେକ ଐତିହ୍ୟ ପୂର୍ଣ୍ଣ ସହର ଧ୍ୱଂସ ହୋଇଯାଇଛି। ଅନେକ ଲୋକ ପ୍ରଭାବିତ ହୋଇଥିବା ବେଳେ ସହରର ପୂର୍ବ ଏବଂ ପରର ଚିତ୍ର ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି। ଏହି ସହରମାନଙ୍କ ମଧ୍ୟରେ ୟୁକ୍ରେନର ରାଜଧାନୀ କିଭ୍ ସମେତ ଖାରକିଭ ଭଳି ସହର ମଧ୍ୟ ସାମିଲ ଅଛି। ଋଷର ଆକ୍ରମଣରେ ୟୁକ୍ରେନର ଅନେକ ସହର ଶ୍ରୀହୀନ ହୋଇପଡ଼ିଛି। ଚାରିଆଡ଼େ ଆକ୍ରମଣର ଭୟାବହତାର ଚିତ୍ର ଦେଖିବାକୁ ମିଳିଛି।

Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ