Advertisment

ଆକାଶରେ ଉଡ଼ୁଛି ମୃତ୍ୟୁ, କାହା ଉପରେ କେତେବେଳେ ଖସି ପଡ଼ିବ କେହି ଜାଣନ୍ତି ନାହିଁ...

ଯେତେଶୀଘ୍ର ପାରୁଛ, ତମେ ସୁରକ୍ଷିତ ସ୍ଥାନକୁ ଚାଲିଯାଅ ମାଆ। ଏଠି କେତେବେଳେ ବି କିଛି ହୋଇପାରେ। ମୋ କଥା ଆଦୌ ଚିନ୍ତା କରିବ ନାହିଁ। ଜୀବନ ଥିଲେ ପୁଣି ଦେଖାହେବ।… ନିଜ ବାପା ମାଆଙ୍କ ଉଦ୍ଦେଶ୍ୟରେ ୟୁକ୍ରେନୀୟ ସୈନିକ ପଠେଇଥିବା ଭିଡିଓ ବାର୍ତ୍ତା ଆଖିରୁ ଲୁହ ଦୁଇଟୋପା ଖସେଇ ଦେବାକୁ ଯଥେଷ୍ଟ।

ଅଦ୍ୟତନ ହୋଇଛି
Ukraine Russia War

Ukraine Russia War

Advertisment

ଯେତେଶୀଘ୍ର ପାରୁଛ, ତମେ ସୁରକ୍ଷିତ ସ୍ଥାନକୁ ଚାଲିଯାଅ ମାଆ। ଏଠି କେତେବେଳେ ବି କିଛି ହୋଇପାରେ। ମୋ କଥା ଆଦୌ ଚିନ୍ତା କରିବ ନାହିଁ। ଜୀବନ ଥିଲେ ପୁଣି ଦେଖାହେବ।… ନିଜ ବାପା ମାଆଙ୍କ ଉଦ୍ଦେଶ୍ୟରେ ୟୁକ୍ରେନୀୟ ସୈନିକ ପଠେଇଥିବା ଭିଡିଓ ବାର୍ତ୍ତା ଆଖିରୁ ଲୁହ ଦୁଇଟୋପା ଖସେଇ ଦେବାକୁ ଯଥେଷ୍ଟ।

Advertisment

ସେହିପରି ଆଉ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଠି ଜଣେ ମହିଳା କହୁଛନ୍ତି, ମତେ ଖାଲି କୁହ, ଏବେ ମୁଁ କେଉଁ ଜାଗାକୁ ଯିବି। କେଉଁଠି ମୋ ଜୀବନ ସୁରକ୍ଷିତ ରହିବ। ଏବେ ଆତଙ୍କିତ ଅବସ୍ଥାରେ ୟୁକ୍ରେନର ସାଧାରଣ ନାଗରିକ। କାହା ଉପରେ କେତେବେଳେ ମୃତ୍ୟୁର ମିଜାଇଲ ଖସି ପଡ଼ିବ କେହି ଜାଣନ୍ତି ନାହିଁ।

ୟୁକ୍ରେନ୍-ଋଷ୍ ଯୁଦ୍ଧର ଆତଙ୍କ ଭିତରେ କିଛି ଦୃଶ୍ୟ ସତରେ ଖୁବ୍ ହୃଦୟ ବିଦାରକ। ସୋସିଆଲ୍ ମିଡିଆରେ ଭାଇରାଲ୍‌ ହେଉଥିବା ସେଠାକାର କିଛି ଦୃଶ୍ୟ ଆପଣଙ୍କ ଆଖିରୁ ଲୁହ ଖସେଇ ଦେବ। ୟୁକ୍ରେନ୍ ଆକାଶରେ ଶାଗୁଣା ପରି ଉଡୁଛନ୍ତି ଶହଶହ ଋଷୀୟ ଯୁଦ୍ଧ ବିମାନ। ଆତଙ୍କ ଭିତରେ ଚାଲିଛି ଶାନ୍ତି ପାଇଁ ପ୍ରାର୍ଥନା।

Advertisment

ୟୁକ୍ରେନ ରାଜଧାନୀ କିଭ୍‌ର ଦୃଶ୍ୟ ଆହୁରି ଆତଙ୍କମୟ। ଭୟରେ ଲୋକମାନେ ସହର ଛାଡ଼ି ପଳାଇବାକୁ ବିକଳ ହେଉଛନ୍ତି। ସେଥିପାଇଁ ଜାମ୍ ହୋଇଯାଇଛି ଫେରିଯିବାର ବାଟ। ସହରକୁ ଆସିବା ବାଟଟି ସମ୍ପୂର୍ଣ୍ଣ ଶୂନ୍ୟ। ମୃତ୍ୟୁ ଯେତେବେଳେ ଆକାଶରେ ଉଡୁଛି ଏଠି କିଏ ବା ସୁରକ୍ଷିତ ? କଲୋନୀ ଗୁଡ଼ିକ ଉପରେ ଯେତେବେଳେ ବିକଟାଳ ଶବ୍ଦ କରି ଯୁଦ୍ଧ ବିମାନ ସବୁ ଉଡି ଯାଉଛନ୍ତି, ଆତଙ୍କ ଖେଳି ଯାଉଛି ସହରର ଜନବସତିରେ। କିଏ ଜାଣେ ଏହିସବୁ ବିମାନ ଭିତରୁ ତାଙ୍କରି ଛାତରେ ଖସି ପଡ଼ି ପାରେ ଜୀବନ ନାଶକ କ୍ଷେପଣାସ୍ତ୍ରଟିଏ।

ତୁଷାରପାତର କଡ଼କଡ଼ ଶୀତରେ ଥରି ୟୁକ୍ରେନବାସୀ ପ୍ରାର୍ଥନା କରୁଛନ୍ତି। ହେ ଈଶ୍ୱର, ଏ ପୃଥିବୀକୁ ଶାନ୍ତି ଦିଅ। ଫେରେଇ ନିଅ ଯୁଦ୍ଧର ବିଭୀଷିକା। ସାରା ପଡ଼ିଆରେ ବରଫ ଉପରେ ଆଣ୍ଠେଇ ପଡ଼ି, ପରସ୍ପରର ହାତ ଧରାଧରି ହୋଇ ଆଖି ବୁଜିବା ପରେ ଈଶ୍ୱରଙ୍କ ସହ କଥା ହେଉଥିବା ଏ ସାଧାରଣ ମଣିଷର କି ଦୋଷ ? କାହିଁକି ଏମିତି ଏକ ଆତଙ୍କ ତାଙ୍କ ଉପରକୁ ଫିଙ୍ଗି ଦିଆଯାଇଛି।

Advertisment

ଯୁଦ୍ଧ, ଯେଉଁଠି ବି ହେଉ, ତାହା କେତେ ଯେ ଭୟଙ୍କର ହୋଇପାରେ, ଏସବୁର ଦୃଶ୍ୟ ଏବେ ୟୁକ୍ରେନରେ ଦେଖିବାକୁ ମିଳିଛି। ଭାରତ ହେଉ କି, ୟୁକ୍ରେନ୍, କିମ୍ବା ହେଉ ଋଷିଆ, ଜୀବନର ମୂଲ୍ୟ ସବୁଠି ସମାନ। ମୃତ୍ୟୁର ଭୟ, ଆତଙ୍କମୟ ପରିବେଶ, ସବୁଠି ବୁଣି ଦିଏ ଦୁଃଖର ବିହନ। ସୋସିଆଲ୍ ମିଡିଆରେ ସାରା ବିଶ୍ୱ ଏବେ ୟୁକ୍ରେନ୍ ପାଇଁ ଶାନ୍ତି ଖୋଜୁଛି।

Russia Ukraine Crisis Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ