Advertisment

ଭାରି କଷ୍ଟ ଲାଗୁଛି . . . . ମାଆଙ୍କୁ ଶେଷ ମେସେଜ୍‌ ଯୁଦ୍ଧରେ ଚାଲିଗଲା ଋଷିଆ ସୈନ୍ୟଙ୍କ ଜୀବନ

ଗୋଟିଏ ପଟେ ଯୁଦ୍ଧ ରୋକିବାକୁ ପୂରା ବିଶ୍ୱ ଅପିଲ କରୁଥିବା ବେଳେ କାହାର କଥାକୁ କର୍ଣ୍ଣପାତ କରୁନାହାନ୍ତି ପୁଟିନ୍‌। ବାରମ୍ବାର ଆଲୋଚନା ପରେ ବି କୌଣସି ଫଳ ମିଳୁନି । ପୁଟିନ୍‌ ନିଜ ଜିଦ୍‌ରେ ଅଟଳ ଥିବାବଳେ ଜେଲେନସ୍କି ଦେଶ ପାଇଁ ଲଢ଼େଇ ଜାରି ରଖିଛି ।

ଅଦ୍ୟତନ ହୋଇଛି
Ukraine Russia War

Ukraine Russia War

Advertisment

‘ ମାଆ...ମୁଁ ଏବେ ୟୁକ୍ରେନରେ । ଘମାଘୋଟ୍‌ ଯୁଦ୍ଧ ଭିତରେ ମୋତେ ଭାରି ଭୟ ଲାଗୁଛି । ପ୍ରତି ଘଣ୍ଟାରେ ୟୁକ୍ରେନ ସୈନ୍ୟ ଓ ଲୋକଙ୍କ ଉପରେ ଆମେ ବୋମା ମାଡ଼ କରୁଛୁ । ବୋମାରମାଡ଼ ଯୋଗୁଁ ଅନେକ ନୀରିହ ଲୋକଙ୍କ ଜୀବନ ଚାଲିଯାଉଛି । ଭାରି କଷ୍ଟ ଲାଗୁଛି, କିନ୍ତୁ ଆମେ ଉପାୟଶୂନ୍ୟ। କଣ କରିବି ? କେମିତି କରିବି ? କିଛି ମୁଣ୍ଡରେ ପଶୁନି । ଯୁଆଡ଼େ ଦେଖୁଛି ବୋମା ଫୁଟୁଛି, ଆଖି ଆଗରେ ପଡ଼ିରହିଛି ନିଶ୍ଚଳ ମୃତ ଶରୀର ’ । ମୃତ୍ୟୁ ପୂର୍ବରୁ ନିଜ ମାଆଙ୍କୁ ଏମିତି ମେସେଜ୍ କରିବା ପରେ ଯୁଦ୍ଧରେ ଋଷ ସୈନ୍ୟଙ୍କ ଜୀବନ ଚାଲିଯାଇଛି ।

Advertisment

ୟୁକ୍ରେନରେ ଲଢେଇ କରୁଥିବା ବେଳେ ନିଜ ମା’କୁ ଏକ ମେସେଜ କରିଛନ୍ତି ଜଣେ ଋଷୀୟ ସୈନ୍ୟ । ସେଠାକାର ସ୍ଥିତି ଦେଖି ନିଜ ମାଆଙ୍କୁ ସବୁ କଥା ଜଣାଇଛନ୍ତି । ତେବେ ସବୁଠାରୁ ଦୁଃଖର କଥା ହେଲା, ଏହି ଚିଠି ଲେଖିବା ପରେ ଯୁଦ୍ଧରେ ତାଙ୍କର ଜୀବନ ମଧ୍ୟ ଚାଲିଯାଇଛି । ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏମିତି ହୃଦୟବିଦାରକ ଖବର ଆସିଛି ।

ଗୋଟିଏ ପଟେ ଯୁଦ୍ଧ ରୋକିବାକୁ ପୂରା ବିଶ୍ୱ ଅପିଲ କରୁଥିବା ବେଳେ କାହାର କଥାକୁ କର୍ଣ୍ଣପାତ କରୁନାହାନ୍ତି ପୁଟିନ୍‌। ବାରମ୍ବାର ଆଲୋଚନା ପରେ ବି କୌଣସି ଫଳ ମିଳୁନି । ପୁଟିନ୍‌ ନିଜ ଜିଦ୍‌ରେ ଅଟଳ ଥିବାବଳେ ଜେଲେନସ୍କି ଦେଶ ପାଇଁ ଲଢ଼େଇ ଜାରି ରଖିଛି । କିନ୍ତୁ ଋଷିଆର ଆକ୍ରମଣ କେତେ କଠୋର ତାହା ଏହି ସୈନ୍ୟଙ୍କ ମେସେଜରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି । ବର୍ତ୍ତମାନ ବି ୟୁକ୍ରେନ ଆକାଶରେ ଘୂରି ବୁଲୁଛି ଋଷିଆର ଯମଦୂତ । ଆଉ କେତେବେଳେ ଯେ କାହାର ପ୍ରାଣ ଚାଲିଯିବ ତାହା କେହି ବି କହିପାରିବେନାହିଁ ।

Advertisment

ୟୁକ୍ରେନ-ରୁଷ ଯୁଦ୍ଧ ଉପରେ ମିଳିତ ଜାତିସଂଘର ସାଧାରଣ ସଭାର ଏକ ଜରୁରୀକାଳୀନ ଅଧିବେଶନରେ ୟୁକ୍ରେନର ରାଷ୍ଟ୍ରଦୂତ ଋଷର ସୈନିକ ତାଙ୍କ ମା’ଙ୍କ ନିକଟକୁ ପଠାଇଥିବା ଶେଷ ମେସେଜ ପଢ଼ିଥିଲେ । ମେସେଜର ଉତ୍ତର କାହିଁକି ଦେଉନାହୁଁ ବୋଲି ସୈନ୍ୟଙ୍କ ମା’ ପଚାରିଥିବା ବେଳେ ମୁଁ ନିଜକୁ ଫାଶୀ ଦେବାକୁ ଚାହେଁ ବୋଲି କହିଥିଲେ ଋଷୀୟ ଯବାନ। ଏହା ପରେ ସେ ଯୁଦ୍ଧର ପରିସ୍ଥିତି ଗମ୍ଭୀର ହେବାରେ ଲାଗିଥିବା କହିଥିଲେ। ଆଉ ଏହି ମେସେଜ୍ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ବର୍ତ୍ତମାନ ସୁଦ୍ଧା ଋଷିଆର ସୈନ୍ୟମାନେ ୟୁକ୍ରେନର ଶହଶହ ଲୋକଙ୍କୁ ମାରିସାରିଥିବା ସହ ଅନେକ ବେସାମରିକ ଘାଟିକୁ ବି ଉଡ଼ାଇ ଦେଲେଣି । କିନ୍ତୁ ୟୁକ୍ରେନକୁ ଜବାବ ଦେବା ଆଳରେ କାହାର କଥା ଶୁଣୁନାହାନ୍ତି ପୁଟିନ୍‌ । ତେବେ ଆଉ କିଛି ଦିନ ଯଦି ଉଭୟ ଦେଶ ମଧ୍ୟରେ ଏଭଳି ଯୁଦ୍ଧ ଲାଗିରହେ, ତାହାଲେ ସ୍ଥିତି ଭୟଙ୍କର ହେବ ବୋଲି କୁହାଯାଉଛି।

Advertisment
Russia Ukraine Crisis Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ