Advertisment

ଘମାଘୋଟ ଯୁଦ୍ଧ: ରେଲ୍‌ୱେ ଷ୍ଟେସନ ନିକଟରେ ରକେଟ୍‌ ମାଡ଼ କଲା ଋଷିଆ, ଭୟଭୀତ ହୋଇ ଦୌଡ଼ି ପଳାଇଲେ ଯାତ୍ରୀ

ଯୁଦ୍ଧର ଅଷ୍ଟମ ଦିନରେ ୟୁକ୍ରେନର କିଭ୍ ଉପରେ ଋଷିଆ ବଡ଼ ଧରଣର ହମଲା କରିଛି। କିଭ୍‌ ରେଲ୍‌ୱେ ଷ୍ଟେସନ ନିକଟରେ ଋଷୀୟ ସେନା ରକେଟ୍ ମାଡ଼ କରିଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Ukraine Russia War

Ukraine Russia War

Advertisment

ୟୁକ୍ରେନ ଉପରେ ଋଷିଆ ଆକ୍ରମଣର ଆଜି ଅଷ୍ଟମ ଦିନ। ଯୁଦ୍ଧର ଅଷ୍ଟମ ଦିନରେ ୟୁକ୍ରେନର କିଭ୍ ଉପରେ ଋଷିଆ ବଡ଼ ଧରଣର ହମଲା କରିଛି। କିଭ୍‌ ରେଲ୍‌ୱେ ଷ୍ଟେସନ ନିକଟରେ ଋଷୀୟ ସେନା ରକେଟ୍ ମାଡ଼ କରିଥିବା ସୂଚନା ମିଳିଛି। ଫଳରେ ଭୟଭୀତ ହୋଇ ଯାତ୍ରୀମାନେ ଏଣେତେଣେ ଦୌଡ଼ି ପଳାଉଥିବା ଦେଖିବାକୁ ମିଳିଛି। କୁହାଯାଉଛି ଯେ, ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରାଳୟ ବିଲ୍ଡିଂକୁ ଟାର୍ଗେଟ କରାଯାଇ ଏହି ହମ୍‌ଲା ହୋଇଛି। ସେଠାକାର ସ୍ଥାନୀୟ ଗଣମାଧ୍ୟମ ସଂସ୍ଥା ‘ଦ କିଭ୍ ଇଣ୍ଡିପେଣ୍ଡେଣ୍ଟ’ ପକ୍ଷରୁ ଏନେଇ ଦାବି କରାଯାଇଛି।

Advertisment

ଅନ୍ୟପକ୍ଷେ, ଋଷିଆ ସେନା ଆଉ ପାଦେ ଆଗେଇ ୟୁକ୍ରେନର ଖେରସନ୍‌କୁ ଅକ୍ତିଆର କରିନେଇଛି। ଖେରସନ୍‌ ୟୁକ୍ରେନର ଅନ୍ୟତମ ବଡ଼ ସହର। ଏଠାରୁ ଋଷିଆ ମିଲିଟାରୀ ରାଜ୍ ଚଲାଇବା ଆଶଙ୍କା କରାଯାଉଥିବା ନେଇ ବିଦେଶୀ ମିଡିଆରେ ଆଲୋଚନା ହେଉଛି।

Advertisment

ସେପଟେ ଋଷିଆର ଘନଘନ ଆକ୍ରମଣରେ ଥରହର ୟୁକ୍ରେନ। କିଭ୍, ଖାରକିଭ୍ ଭଳି ସହରରେ ଧ୍ୱଂସ ଲୀଳା ରଚୁଛନ୍ତି ଋଷିଆ ସେନା। ଜନବସତି ଅଞ୍ଚଳକୁ ଆକାଶ ମାର୍ଗରୁ ମିଜାଇଲ୍ ଓ ବୋମା ଦ୍ୱାରା ଟାର୍ଗେଟ କରାଯାଉଛି। ଋଷିଆର ଆକ୍ରମଣରେ ବଡ଼ବଡ଼ କୋଠା ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି।

ଆକାଶମାର୍ଗରୁ ପାରାଚ୍ୟୁଟ୍‌ ମାଧ୍ୟମରେ ଖାରକିଭ୍ ସହରରେ ପ୍ରବେଶ କରିବା ପରେ ଋଷିଆ ସେନା ଘନଘନ ଆକ୍ରମଣ ଚଲାଇଛନ୍ତି। ଜୀବନ ରକ୍ଷା ପାଇଁ ସପ୍ତାହକ ଭିତରେ ପ୍ରାୟ ୭ ଲକ୍ଷ ୟୁକ୍ରେନବାସୀ ଦେଶ ଛାଡ଼ି ଅନ୍ୟ ଦେଶକୁ ପଳାଇଲେଣି।

Advertisment
Russia Ukraine Crisis Ukraine Crisis Ukraine Russia War Russian Ukrainian War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ