Advertisment

ଋଷିଆର ଘନଘନ ଆକ୍ରମଣରେ ଥରହର ୟୁକ୍ରେନ, ଦେଶ ଛାଡ଼ିଲେଣି ୧୦ ଲକ୍ଷ ଲୋକ

ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଭିତରେ ୟୁକ୍ରେନରୁ ପ୍ରାୟ ୧୦ ଲକ୍ଷ ଲୋକ ଦେଶ ଛାଡ଼ି ଅନ୍ୟ ଦେଶକୁ ପଳାଇଲେଣି।  ବିଳମ୍ବିତ ରାତିରେ ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର୍ ଜେଲେନସ୍କି ଦେଶବାସୀଙ୍କୁ ସମ୍ବୋଧନ କରି ଋଷିଆ ବିରୋଧରେ ଶକ୍ତ ହୋଇ ଛିଡ଼ା ହେବାକୁ ଆହ୍ୱାନ ଦେଇଛନ୍ତି।

Russia-Ukraine War

Russia-Ukraine War

Advertisment

ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଭିତରେ ୟୁକ୍ରେନରୁ ପ୍ରାୟ ୧୦ ଲକ୍ଷ ଲୋକ ଦେଶ ଛାଡ଼ି ଅନ୍ୟ ଦେଶକୁ ପଳାଇଲେଣି। ସୂଚନା ଅନୁସାରେ, ଋଷିଆର ଆକ୍ରମଣର ସପ୍ତାହେ ମଧ୍ୟରେ ୟୁକ୍ରେନର ମୋଟ୍ ଜନସଂଖ୍ୟାର ୨% ଲୋକ ଦେଶ ଛାଡ଼ି ସାରିଲେଣି। ଆହୁରି ୩୦ ଲକ୍ଷ ଲୋକ ଦେଶ ଛାଡ଼ିବା ଆଶଙ୍କା କରାଯାଉଛି। 

Advertisment

ସେପଟେ ବିଳମ୍ବିତ ରାତିରେ ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର୍ ଜେଲେନସ୍କି ଦେଶବାସୀଙ୍କୁ ସମ୍ବୋଧନ କରି ଋଷିଆ ବିରୋଧରେ ଶକ୍ତ ହୋଇ ଛିଡ଼ା ହେବାକୁ ଆହ୍ୱାନ ଦେଇଛନ୍ତି। ଋଷିଆ ସେନାଙ୍କୁ ପ୍ରତିରୋଧ କରିବା ଲାଗି ସେ ନିବେଦନ କହିଛନ୍ତି। ତେବେ ଋଷିଆ ସୈନ୍ୟ ୟୁକ୍ରେନର କେଉଁ କେଉଁ ସହର କବ୍‌ଜା କରିଛନ୍ତି ସେନେଇ ଜେଲେନସ୍କି କିଛି କହି ନାହାନ୍ତି।

ୟୁକ୍ରେନ ସେନାର ପ୍ରତିରୋଧରେ ଋଷିଆର ପ୍ରାୟ ୯ ହଜାର ସୈନ୍ୟ ପ୍ରାଣ ହରାଇଛନ୍ତି ବୋଲି ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି। ଋଷିଆ ସୈନ୍ୟମାନେ ଖେରସନ୍‌କୁ କବଜାକୁ ନେଇଥିବା ଖେରସନ୍‌ର ମେୟର ଆଇଗର କୋଲିକିଭ୍ ସ୍ୱୀକାର କରିଛନ୍ତି। ତେବେ ସହର ଭିତରେ କୌଣସି ୟୁକ୍ରେନ ସୈନ୍ୟ ରହୁ ନାହାନ୍ତି କେବଳ ସାଧାରଣ ନାଗରିକ ଏଠାରେ ବାସ କରୁଛନ୍ତି। ତେଣୁ ସେମାନଙ୍କ ଉପରେ ଗୁଳି ନ ଚଳାଇବାକୁ ଋଷିଆ ସୈନ୍ୟଙ୍କୁ ସେ ଅନୁରୋଧ କରିଛନ୍ତି।

Advertisment

ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ବିରୋଧରେ ମିଳିତ ଜାତିସଂଘ ସାଧାରଣ ପରିଷଦରେ ଆସିଥିବା ପ୍ରସ୍ତାବ ସପକ୍ଷରେ ଅଧିକାଂଶ ରାଷ୍ଟ୍ର ଭୋଟ୍ ଦେଇଥିବାରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରଶଂସା କରିଛନ୍ତି। 

Russia Ukraine Crisis Ukraine Crisis Ukraine Russia War Russian Ukrainian War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ