Advertisment

‘ଯେତେ ଶୀଘ୍ର ଯୁଦ୍ଧ ସରିବ, ସେତେ ଭଲ’...ୟୁକ୍ରେନ ସହ ଯୁଦ୍ଧ ଶେଷ କରିବାକୁ ଚାହୁଁଛନ୍ତି ପୁଟିନ

ଶେଷ ହୋଇପାରେ ଋଷ-ୟୁକ୍ରେନ୍ ଯୁଦ୍ଧ। ଯୁଦ୍ଧ ସାରିବାକୁ ଋଷ ସଂକେତ ଦେଇଥିବା ଆନ୍ତର୍ଜାତିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

Ukraine-Russia War May Be End Soon

Ukraine-Russia War May Be End Soon

Advertisment

ଶେଷ ହୋଇପାରେ ଋଷ-ୟୁକ୍ରେନ୍ ଯୁଦ୍ଧ। ଯୁଦ୍ଧ ସାରିବାକୁ ଋଷ ସଂକେତ ଦେଇଥିବା ଆନ୍ତର୍ଜାତିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। କୂଟନୈତିକ ସ୍ତରରେ ଆଲୋଚନା ମାଧ୍ୟରେ ୟୁକ୍ରେନ୍ ଯୁଦ୍ଧ ସାରିବାକୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଚାହୁଁଥିବା ସୂଚନା ମିଳିଛି। ୟୁକ୍ରେନ୍‌କୁ ବ୍ୟାଟେଲ୍ ଗ୍ରାଉଣ୍ଡ କରି ଋଷକୁ ଦୁର୍ବଳ କରିବାକୁ ଆମେରିକା ଚାହୁଁଥିବା ପୁଟିନ ଅଭିଯୋଗ ଆଣିଛନ୍ତି। 

Advertisment

ତେଣୁ ତୁରନ୍ତ ଯୁଦ୍ଧ ବନ୍ଦ ପାଇଁ ପୁଟିନ ପ୍ରକ୍ରିୟା ଆରମ୍ଭ କରିଥିବା ମଧ୍ୟ ଚର୍ଚ୍ଚା ହେଉଛି। ଯେତେ ଶୀଘ୍ର ଯୁଦ୍ଧ ସରିବ, ସେତେ ଭଲ ବୋଲି ପୁଟିନ କହିଛନ୍ତି। ତେବେ ଏଥିପାଇଁ ୟୁକ୍ରେନ୍ ରାଜି ହେବା ଓ ବୁଝିବା ଆବଶ୍ୟକ। ଅଗତକାଲି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍‌ସ୍କି ଆମେରିକା ଯାଇ ହ୍ୱାଇଟ୍ ହାଉସ୍‌ରେ ଜୋ ବାଇଡେନ୍‌ଙ୍କୁ ଭେଟିବା ସହ ଅଧିକ ସହାୟତା ପାଇଁ ଅନୁରୋଧ କରିଥିଲେ। 

ଏହାସହ ଆମେରିକା କଂଗ୍ରେସରେ ଉଦ୍‌ବୋଧନ ଦେଇ ୟୁକ୍ରେନ୍ ରାଷ୍ଟ୍ରପତି କହିଥିଲେ, ଆମେ ବଞ୍ଚିଛୁ ଓ ଯୁଦ୍ଧର ଉତ୍ତର ଦେଉଛୁ। ଲଗାତର ୩ ଶହ ଦିନ ଧରି ୟୁକ୍ରେନ୍‌କୁ ଧ୍ୱଂସ କରିବାକୁ ଋଷ ଉଦ୍ୟମ କରୁଥିବା ସେ କହିଥିଲେ। ଗତ ଫେବୃଆରୀରୁ ଚାଲିଥିବା ଯୁଦ୍ଧରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଦେଶର ଅର୍ଥନୀତି ଭୁଶୁଡ଼ି ପଡ଼ିଲାଣି। 

Advertisment
Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ