Advertisment

ପୂରା ବିଶ୍ୱ ଉପରେ ଋଷିଆ-ୟୁକ୍ରେନ୍‌ ଯୁଦ୍ଧର ପ୍ରଭାବ : ବନ୍ଦ ହୋଇଯାଇପାରେ କାର ଓ ମୋବାଇଲ ଉତ୍ପାଦନ

ଏବେଠୁ ମହାଯୁଦ୍ଧର ପଡ଼ିଲାଣି ପ୍ରଭାବ। ଚିପ୍‌ ମିଳୁନଥିବାରୁ ବିଶ୍ୱରେ ବନ୍ଦ ହୋଇପାରେ କାର ଓ ମୋବାଇଲ ଉତ୍ପାଦନ। ସେପଟେ ୩୦ ଟଙ୍କା ଉପରେ ବଢିଲା ତୈଳ ଦର

Russia Ukraine Crisis

Russia Ukraine Crisis

Advertisment

ଯୁଦ୍ଧର ଭୟଙ୍କର ପ୍ରଭାବ । ବନ୍ଦ ହୋଇଯିବ କି କାର ଓ ମୋବାଇଲ ଚିପ୍‌ର ଉତ୍ପାଦନ ? ମହାଯୁଦ୍ଧର ମହାସଙ୍କଟର ପ୍ରଭାବ ଏବେ ପୂରା ବିଶ୍ୱ ଉପରେ ପଡ଼ୁଛି । ବର୍ତ୍ତମାନ ୟୁକ୍ରେନ-ଋଷିଆ ମଧ୍ୟରେ ଚାଲିଛି ଘମାଘୋଟ୍‌ ଯୁଦ୍ଧ। ପଛକୁ ହଟୁନାହାନ୍ତି ପୁଟିନ୍‌ ସେନା ଓ ଋଷର ସୈନ୍ୟ ଆଗରେ ଝୁଙ୍କୁନାହାନ୍ତି ଜେଲେନସ୍କିଙ୍କ ସେନା । ଯାହା ଫଳରେ ଯୁଦ୍ଧ ଥମିବାରେ ନା ନେଉନି। ଏହାରି ମଧ୍ୟରେ ବିଶ୍ୱରେ ଚିପ୍‌ ସଙ୍କଟ ଦେଖାଯିବା ଆରମ୍ଭ କଲାଣି। ଯଦି ଏହି ସଙ୍କଟ ଆଉ କିଛିଦିନ ଲାଗିରହେ ତେବେ ସ୍ଥିତି ଜଟିଳ ହୋଇପାରେ।

Advertisment

ଟାଇମ୍ସ ନାଓର ରିପୋର୍ଟ ଅନୁସାରେ, ପେଲୋଡିୟମ ଯୋଗାଣରେ ୪୪ ପ୍ରତିଶତ ଭାଗିଦାରୀ ରୁଷ ହାତରେ ରହିଛି । ଏହା ବ୍ୟତୀତ ଦୁନିଆରେ ୭୦ ପ୍ରତିଶତ ନିଅନ ଯୋଗାଣ ୟୁକ୍ରେନ କରିଥାଏ । କିନ୍ତୁ ବର୍ତ୍ତମାନ ଉଭୟ ରାଷ୍ଟ୍ର ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗିଥିବାରୁ ଏହି ଦୁଇ ସାମଗ୍ରୀ ଯୋଗାଣ ଉପରେ ଲାଗିଛି ପ୍ରତିବନ୍ଧକ ।

କରୋନା ମହାମାରୀ ସମୟରେ ପେଲୋଡିୟମ ଏବଂ ନିଅନ ଯୋଗାଣ ଉପରେ ପ୍ରଭାବ ପଡ଼ିଥିଲା । ଆଉ ବର୍ତ୍ତମାନ ସମୟରେ ଠିକ୍‌ ସେହି ଅବସ୍ଥାକୁ ସାମ୍ନା କରିବ ବିଶ୍ୱ । ଏଠାରେ କହିରଖୁଛୁ, ପେଲୋଡିୟମ ଏବଂ ନିଅନ ଏମିତି ଦୁଇଟି ଜିନିଷ ଯାହା କୌଣସି ଚିପ୍ ଅର୍ଥାତ ସେମି କଣ୍ଡକ୍ଟର ନିର୍ମାଣରେ ବ୍ୟବହାର ହୋଇଥାଏ । ଏହି ସେମି କଣ୍ଡକ୍ଟର କୌଣସି ବି ଇଲେକ୍ଟ୍ରିକ ଉପକରଣ ଯେମିତି କି କାର, ମୋବାଇଲ ଏବଂ ଅନ୍ୟ ଉତ୍ପାଦନରେ ଲାଗିଥାଏ । ସେମି କଣ୍ଡକ୍ଟର ବିନା କାର କିମ୍ବା ମୋବାଇଲର କୌଣସି ମୂଲ୍ୟ ନାହିଁ । ତେଣୁ ବର୍ତ୍ତମାନ କାର ଓ ମୋବାଇଲର ଦର ଅହେତୁକ ବଢିବାର ବେଶ୍‌ ସମ୍ଭାବନା ରହିଛି ।

Advertisment

କେବଳ ଏତିକି ନୁହେଁ ବରଂ ଋଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ମଧ୍ୟ ଅନେକ ସମସ୍ୟାର ସାମ୍ନା କରୁଛି। ଗୋଟିଏ ଦିନରେ ପାଥପାଖି ୩୦ ଟଙ୍କା ଖାଇବା ତେଲର ମୂଲ୍ୟ ବୃଦ୍ଧି ହେଲାଣି । ଏହାସହ ଅଶୌଧିତ ତେଲ ମଧ୍ୟ ବ୍ୟାରେଲ ପିଛା ୧୧୦ ପାର ହେଲାଣି । ତେଣୁ କିଛିଦିନ ମଧ୍ୟରେ ଭାରତରେ ତେଲ ଦର ବୃଦ୍ଧି ହେବାର ବେଶ୍‌ ଆଶଙ୍କା ରହିଛି ।

Russia Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ