Ukraine Shoots Down 5 Russian Planes, 1 Helicopter
ଗୋଟିଏପଟେ ୟୁକ୍ରେନକୁ ତିନିପଟୁ ଘେରିଯାଇ ଋଷିଆ ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଆକ୍ରମଣ କରିଥିବା ବେଳେ ୟୁକ୍ରେନ ମଧ୍ୟ ଚୁପ୍ ହୋଇ ବସି ରହିନାହିଁ।ସୁପର ପାଓ୍ୱାର ଋଷିଆକୁ କଡ଼ା ଜବାବ ଦେଉଛି ୟୁକ୍ରେନ। ୟୁକ୍ରେନ ପକ୍ଷରୁ ମଧ୍ୟ ରୁଷିଆ ଉପରେ ପ୍ରତିଆକ୍ରମଣ ହେଉଥିବା ଦାବି ହୋଇଛି। ଖାର୍କିଭ୍ ନିକଟରେ ଋଷିଆର ୩୦ଟି ଟ୍ୟାଙ୍କ ସହ ୫୦ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଋଷିଆ ସେନାର ୭ଟି ଏୟାରକ୍ରାଫ୍ଟ ଖସାଇ ଦିଆଯାଇଥିବା ୟୁକ୍ରେନ ସେନା ପକ୍ଷରୁ ଦାବି କରାଯାଇଛି। ଋଷିଆର ଅନେକ ଟ୍ୟାଙ୍କକୁ ୟୁକ୍ରେନ୍ ସୈନ୍ୟ ଧ୍ୱଂସ କରିଛନ୍ତି। ସେପଟେ ସୁରକ୍ଷା ପାଇଁ ୟୁକ୍ରେନର ୧୦ ହଜାର ନାଗରିକଙ୍କୁ ଅସ୍ତ୍ରଶସ୍ତ୍ର ଦିଆଯାଇଥିବା ଜଣାପଡ଼ିଛି।
ରୁଷ ପକ୍ଷରୁ ମଧ୍ୟ ୟୁକ୍ରେନ ରାଜଧାନୀ କିଭ୍ ଉପରେ ଅଜଣା ଦ୍ରବ୍ୟ ପିଙ୍ଗା ଯାଉଥିବା ସୂଚନା ମିଳିଛି। ୟୁକ୍ରେନ ଉପରେ ହେଉଥିବା ଆକ୍ରମଣକୁ ବିରୋଧ କରି ଋଷିଆର ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଇଛି। ଋଷିଆ ପୋଲିସ ପକ୍ଷରୁ ଏଯାବତ୍ ୧୭ଶହରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଛି।
ଋଷିଆର ଆକ୍ରମଣରେ ୧୩୭ ଜଣ ୟୁକ୍ରେନ ସୈନିକ ଓ ନାଗରିକଙ୍କ ମୃତ୍ୟୁ ଘଟିଛି। ଆକ୍ରମଣରେ ୟୁକ୍ରେନର ୩୧୬ ଜଣ ନାଗରିକ ଆହତ ହୋଇଛନ୍ତି। ସୈନିକ ଓ ନାଗରିକଙ୍କ ମୃତାହତ ନେଇ ୟୁକ୍ରେନ ରାଷ୍ଟ୍ରପତି ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us