Advertisment

ଭିଡିଓ ଜାରି କରି ସାମ୍ନାକୁ ଆସିଲେ ୟୁକ୍ରେନ ରାଷ୍ଟ୍ରପତି, କହିଲେ- ‘ମୁଁ କାହାକୁ ଡରେନି କି ଲୁଚିନି’

ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍‌ସ୍କି ଦେଶ ଛାଡ଼ି ପଳାଇ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ଭିଡିଓ ଜାରି କରି ଜେଲେନ୍‌ସ୍କି ସବୁ ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ଅଦ୍ୟତନ ହୋଇଛି
Ukraine President Zelenskyy

Ukraine President Zelenskyy

Advertisment

ସବୁ ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍‌ସ୍କି। ଶେଷରେ ଭିଡିଓ ଜାରି କରି ମୁହଁ ଖୋଲିଲେ ୟୁକ୍ରେନ ରାଷ୍ଟ୍ରପତି। ଗୋଟିଏପଟେ ୟୁକ୍ରେନ ଉପରେ ଋଷିଆର ଘନ ଘନ ଆକ୍ରମଣ ଜାରି ରହିଥିବା ବେଳେ ଅନ୍ୟପଟେ ଜେଲେନ୍‌ସ୍କି ଦେଶ ଛାଡ଼ି ପଳାଇ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ଭିଡିଓ ଜାରି କରି ଜେଲେନ୍‌ସ୍କି ସବୁ ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

Advertisment

ଜେଲେନ୍‌ସ୍କି ୟୁକ୍ରେନ ଛାଡ଼ି ପଳାଇଥିବା ନେଇ ଋଷିଆର ବାଚସ୍ପତି ଏହି ସୂଚନା ଦେଇଥିଲେ। ଜେଲେନସ୍କି ୟୁକ୍ରେନ ଛାଡ଼ି ପୋଲାଣ୍ଡ ପଳାଇଥିବା ନେଇ ରୁଷ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଥିଲା। ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଘନଘଟା ଭିତରେ ନିଜ କାର୍ଯ୍ୟାଳୟରୁ ଜେଲେନ୍‌ସ୍କି ଭିଡିଓ ମେସେଜେ୍ ଜାରି କରିଛନ୍ତି। ଭିଡିଓ ଜାରି ସେ କହିଛନ୍ତି, ମୁଁ କୁଆଡ଼େ ଲୁଚି ପଳାଇନି। କିଭ୍‌ରେ ଅଛି। ମୁଁ କେଉଁଠି ଲୁଚିନି କି କାହାକୁ ଡରେନି।’ 

Advertisment

ଜେଲେନ୍‌ସ୍କି କହିଛନ୍ତି, ‘ମୋ ସହ ମୋ ଟିମ୍ ଅଛନ୍ତି, ଆମେ ଜିତିବାକୁ ଲଢୁଛୁ, ନିଶ୍ଚୟ ସଫଳ ହେବୁ। ପ୍ରତି ସହର, ପ୍ରତି ଗଳିରେ ରୁଷୀୟ ସୈନ୍ୟଙ୍କୁ ଜବାବ ଦିଆଯାଉଛି। ଆମ ନାଗରିକମାନେ ହିରୋ ଭଳି ସେମାନଙ୍କୁ ପ୍ରତିରୋଧ କରୁଛନ୍ତି। ୟୁକ୍ରେନ ଆକ୍ରମଣ ରୁଷ୍ ପାଇଁ ଦୁଃସ୍ୱପ୍ନ ପାଲଟିବାକୁ ଯାଉଛି।’

ଋଷିଆ ବିରୋଧରେ ଅଭିଯାନ ଚଳାଇଥିବା କଥା ସେ କହିଛନ୍ତି। ଭିଜିଓ ମେସେଜରେ ସେ କିଭ୍ ସହରକୁ ଦେଖାଇଛନ୍ତି ଓ ସଫଳତା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଛନ୍ତି। ସୂଚନାଥାଉ କି, ଜେଲେନ୍‌ସ୍କି ଦେଶ ଛାଡ଼ି ପଳାଇ ଯାଇଥିବା ନେଇ ଚର୍ଚ୍ଚା ହେଉଥିଲା।

Advertisment
Ukraine Crisis Ukraine President Volodymyr Zelenskyy Russia Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ