Advertisment

ଇମୋସନାଲ୍‌ ସ୍ପିଚ୍‌ ଦେଲେ, ଧ୍ୱସ୍ତ ବିଧ୍ୱସ୍ତ ୟୁକ୍ରେନର ଗ୍ରାଫିକ୍ସ ଚିତ୍ର ଦେଖାଇଲେ ୟୁକ୍ରେନ ରାଷ୍ଟ୍ରପତି

ଋଷିଆ-ୟୁକ୍ରେନ୍ ଯୁଦ୍ଧ ଭିତରେ ଆମେରିକୀୟ ସଂସଦକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲ୍‌ଡିମିର ଜେଲେନସ୍କିଙ୍କ ଭାବପୂର୍ଣ୍ଣ ଅଭିଭାଷଣ ଦେଇଛନ୍ତି। ଆମେରିକୀୟ ସଂସଦରେ ନିଜ ବକ୍ତବ୍ୟ ରଖି ରୁଷ୍‌ର ବଳପୂର୍ବକ କାର୍ଯ୍ୟକୁ ବେଆଇନ୍ ଦର୍ଶାଇ ଆମେରିକାକୁ ଜେଲେନସ୍କି ଅଧିକ ସହାୟତା ମାଗିଛନ୍ତି।

Ukraine President Zelenskyy Addresses US Congress

Ukraine President Zelenskyy Addresses US Congress

Advertisment

ଋଷିଆ-ୟୁକ୍ରେନ୍ ଯୁଦ୍ଧ ଭିତରେ ଆମେରିକୀୟ ସଂସଦକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲ୍‌ଡିମିର ଜେଲେନସ୍କିଙ୍କ ଭାବପୂର୍ଣ୍ଣ ଅଭିଭାଷଣ ଦେଇଛନ୍ତି। ଆମେରିକୀୟ ସଂସଦରେ ନିଜ ବକ୍ତବ୍ୟ ରଖି ରୁଷ୍‌ର ବଳପୂର୍ବକ କାର୍ଯ୍ୟକୁ ବେଆଇନ୍ ଦର୍ଶାଇ ଆମେରିକାକୁ ଜେଲେନସ୍କି ଅଧିକ ସହାୟତା ମାଗିଛନ୍ତି। ଏହାସହ ପଶ୍ଚିମ ରାଷ୍ଟ୍ର ଗୁଡ଼ିକ ଅଧିକ ସଂଖ୍ୟରେ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ସେ ନିବେଦନ କରିଛନ୍ତି।

Advertisment

ଭର୍ଚୁଆଲ୍‌ ସମ୍ବୋଧନରେ ଆମେରିକାକୁ ଅଧିକ ଅସ୍ତ୍ରଶସ୍ତ୍ର ସହାୟତା ଲୋଡ଼ିବା ସହ ଏପର୍ଯ୍ୟନ୍ତ ଆମେରିକା କରିଥିବା ସହଯୋଗ ପାଇଁ ଜେଲେନସ୍କି ଧନ୍ୟବାଦ ଜଣାଇଥିଲେ। ସେହିପରି ୟୁକ୍ରେନ ଆକାଶକୁ ଆମେରିକା ନାଟୋ ସହାୟତାରେ ନୋ ଫ୍ଲାଇଂ ଜୋନ୍ ଘୋଷଣା ପାଇଁ ମଧ୍ୟ ସେ ଦାବି ରଖିଥିଲେ। ଫଳରେ ୟୁକ୍ରେନର ବିଭିନ୍ନ ସହରରେ ରୁଷ୍‌ ଆଉ ଧ୍ୱଂଶ ଲୀଳା ରଚିପାରିବ ନାହିଁ ବୋଲି ଜେଲେନସ୍କି କହିଥିଲେ। ରୁଷ୍‌ ଆକ୍ରମଣରେ ଧ୍ୱସ୍ତ ବିଧ୍ୱସ୍ତ ୟୁକ୍ରେନର ଗ୍ରାଫିକ୍ସ ଚିତ୍ର ମଧ୍ୟ ସେ ପ୍ରଦର୍ଶନ କରିଥିଲେ।

ଜେଲେନସ୍କିଙ୍କ ସମ୍ବୋଧନକୁ ସମର୍ଥନ ଜଣାଇଥିଲେ ଆମେରିକା କଂଗ୍ରେସର ପ୍ରତ୍ୟକ ସଦସ୍ୟ। ଅନ୍ୟପକ୍ଷେ, ୟୁକ୍ରେନରେ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ସଫଳ ହୋଇଥିବା ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ କହିଛନ୍ତି। ଏପରିକି ପାଶ୍ଚାତ୍ୟ ରାଷ୍ଟ୍ର ସମୁହ ପକ୍ଷରୁ ରୁଷ୍‌ ଉପରେ ଲାଗିଥିବା କଟକଣା ବିଫଳ ହୋଇଛି ବୋଲି ପୁଟିନ କହିଛନ୍ତି। ରୁଷ୍‌ର ୟୁକ୍ରେନ ଆକ୍ରମଣ ପରେ ପ୍ରଥମ ଥର ପାଇଁ ଆମେରିକା ଓ ରୁଷ୍‌ ମଧ୍ୟରେ ଏକ ଉଚ୍ଚସ୍ତରୀୟ ‌ଆଲୋଚନା ହୋଇଛି। ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା ଓ ରୁଷୀୟ ସିକ୍ୟୁରିଟି କାଉନସିଲର ସଚିବଙ୍କ ମଧ୍ୟରେ ଏହି ଆଲୋଚନା ହୋଇଥିଲା।

Advertisment
USA Ukraine Russia War Ukraine President Zelenskyy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ