Advertisment

ରାସ୍ତାରେ ଥିଲା ଋଷ ଟ୍ୟାଙ୍କର, ଟ୍ରାକ୍ଟର ଲଗାଇ ଟାଣି ନେଇଗଲେ ୟୁକ୍ରେନ ଚାଷୀ

ସକାଳୁ ରାତି ପର୍ଯ୍ୟନ୍ତ ଋଷିଆ ଆକାଶରେ ଚାଲିଛି ବୋମାବର୍ଷଣ। ଘରୁ ବାହାରିବା ମାତ୍ରେ ମୁଣ୍ଡ ଉପରେ ବୁଲୁଛି ମୃତ୍ୟୁର ଦୂତ । ହେଲେ ଏସବୁ ସତ୍ୱେ ଡରୁନାହାନ୍ତି ୟୁକ୍ରେନବାସୀ। ବରଂ ସତସାହସ ରଖି ଋଷିଆ ସହ ଲଢେଇ କରୁଛନ୍ତି।

ଅଦ୍ୟତନ ହୋଇଛି
ukrine

ukrine

Advertisment

ଋଷର ଟ୍ୟାଙ୍କରକୁ ଟାଣିନେଇଗଲା ୟୁକ୍ରେନ ଟ୍ରାକ୍ଟର । ଆଉ ଟ୍ୟାଙ୍କରକୁ ଅଟକାଇବା ପାଇଁ ଟ୍ୟାଙ୍କର ପଛରେ ଦୌଡ଼ୁଛନ୍ତି ଋଷିଆ ସେନ୍ୟ । ହେଲେ ୟୁକ୍ରେନବାସୀ କିଛି ଶୁଣୁନାହାନ୍ତି ବରଂ ଟ୍ରାକ୍ଟରରେ ଋଷିଆ ଟ୍ୟାଙ୍କରକୁ ଟାଣିନେଇ ପଳାଉଛନ୍ତି । ଆଉ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ୟୁଜର୍ସମାନେ ସ୍ମାଇଲ ଇମୋଜି ଦେଉଛନ୍ତି। ବର୍ତ୍ତମାନ ସମୟରେ ଋଷିଆର ଅନେକ ସୈନ୍ୟ ଏବେ ୟୁକ୍ରେନ ସୀମାରେ ପ୍ରବେଶ କରିଛନ୍ତି । ଏମିତିକି ରାଜନୀତି କିଭ୍‌ରେ ମଧ୍ୟ ପ୍ରବେଶ କରିବା ସହ କିଭ ଅକ୍ତିଆର କରିବାକୁ ଚେଷ୍ଟା ବି କରୁଛନ୍ତି ।

Advertisment

ସକାଳୁ ରାତି ପର୍ଯ୍ୟନ୍ତ ଋଷିଆ ଆକାଶରେ ଚାଲିଛି ବୋମାବର୍ଷଣ। ଘରୁ ବାହାରିବା ମାତ୍ରେ ମୁଣ୍ଡ ଉପରେ ବୁଲୁଛି ମୃତ୍ୟୁର ଦୂତ । ହେଲେ ଏସବୁ ସତ୍ୱେ ଡରୁନାହାନ୍ତି ୟୁକ୍ରେନବାସୀ। ବରଂ ସତସାହସ ରଖି ଋଷିଆ ସହ ଲଢେଇ କରୁଛନ୍ତି। ଲଢେଇ କରୁ କରୁ ଶତ୍ରୁର ଟ୍ୟାଙ୍କର ନେଇଯାଉଛନ୍ତି ସାଧାରଣ ନାଗରିକ । ୟୁକ୍ରେନର ଅଷ୍ଟ୍ରିୟାରେ ରାଜଦୂତ ଅଲେକଜେଣ୍ଡର ସ୍ଚେର୍ବା ଏହି ଭିଡିଓକୁ ନିଜ ଟ୍ୱିଟର ପେଜରେ ସେୟାର କରିଛନ୍ତି। ଏଥିରେ ୟୁକ୍ରେନର ଜଣେ ଚାଷୀ ଋଷର ଏକ ଟ୍ୟାଙ୍କକୁ ଚୋରି କରି ନେଉଥିବା ଦେଖିବାକୁ ପାଇଛନ୍ତି।

ଭିଡିଓରେ ୟୁକ୍ରେନର ଚାଷୀ ରାସ୍ତାରେ ଠିଆ ହୋଇଥିବା ଋଷର ଏକ ଟ୍ୟାଙ୍କରକୁ ୟୁକ୍ରେନର ଚାଷୀ ଟ୍ରାକ୍ଟରରେ ଟାଣି ନେଉଛନ୍ତି । ଜଣେ ବ୍ୟକ୍ତି ଟ୍ରାକ୍ଟର ପଛରେ ଦୌଡୁଥିବା ଦେଖିବାକୁ ମିଳୁଛି । ଭିଡିଓର କ୍ୟାପସନରେ ଲେଖାଯାଇଛି, ଯଦି ଏହା ସତ ତେବେ ଏହା ପ୍ରଥମ ଟ୍ୟାଙ୍କ ଯାହାକୁ ଜଣେ ଚାଷୀ ନେଇ ଯାଇଛନ୍ତି ।

Advertisment

ସୋସିଆଲ ମିଡିଆରେ ଏହି ଭିଡିଓ ସେୟାର ହେବା ପରେ ଅନେକ ୟୁଜର୍ସ ଏହାକୁ ରିଟ୍ୱିଟ୍ କରିବାରେ ଲାଗିଛନ୍ତି। ତେବେ ୟୁକ୍ରେନବାସୀଙ୍କ ଏପରି କାମ ପାଇଁ ସାରା ବିଶ୍ୱରେ ବେଶ ଚର୍ଚ୍ଚା ଚାଲିଛି। ଆଉ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଗୋଟିଏ ମୋବାଇଲକୁ ଅନ୍ୟ ମୋବାଇଲ ଘୂରି ବୁଲୁଛି।

Russia Ukraine Crisis Ukraine Crisis Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ