Advertisment

କିଭ୍ ବିମାନବନ୍ଦର ବନ୍ଦ: କେମିତି ସ୍ୱଦେଶ ଫେରିବେ ୟୁକ୍ରେନରେ ଫସିଥିବା ୨୦ ହଜାର ଭାରତୀୟ ?

ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରେ ୟୁକ୍ରେନ୍‌ର କିଭ୍ ବିମାନବନ୍ଦରକୁ ସର୍ବସାଧାରଣଙ୍କ ପାଇଁ ବନ୍ଦ କରି ଦିଆଯାଇଛି। ସେଠାରେ ଫସି ରହିଥିବା ୨୦ ହଜାର ଭାରତୀୟ ମାନଙ୍କୁ ଆଣିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି।

Kyiv airport

Kyiv airport

Advertisment

ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରେ ୟୁକ୍ରେନ୍‌ର କିଭ୍ ବିମାନବନ୍ଦରକୁ ସର୍ବସାଧାରଣଙ୍କ ପାଇଁ ବନ୍ଦ କରି ଦିଆଯାଇଛି। ଏଥିଯୋଗୁ ସେଠାରେ ଫସି ରହିଥିବା ୨୦ ହଜାର ଭାରତୀୟ ମାନଙ୍କୁ ଆଣିବା ପାଇଁ ବିକଳ୍ପ  ବ୍ୟବସ୍ଥା କରାଯାଉଛି।   

Advertisment

ପୋଲାଣ୍ଡ ଓ ହଙ୍ଗେରୀ ରାସ୍ତା ଦେଇ ଭାରତୀୟଙ୍କୁ ଅଣାଯିବ ଏବଂ ରୋମାନିଆ ଓ ସ୍ଲୋଭାକିଆ ଦେଇ ମଧ୍ୟ ଭାରତୀୟମାନେ ସ୍ୱଦେଶକୁ ଫେରିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସଚିବ ସୂଚନା ଦେଇଛନ୍ତି। ୟୁକ୍ରେନରେ ସ୍ଥିତି ଗମ୍ଭୀର ରହିଛି। ତେଣୁ ୟୁକ୍ରେନରୁ ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ଗୁରୁତ୍ୱ ଦିଆଯିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସଚିବ କହିଛନ୍ତି।

ଭାରତୀୟ ଦୂତାବାସ ପକ୍ଷରୁ ୨୪ ଘଣ୍ଟିଆ ହେଲ୍‌ପ୍‌ଲାଇନ୍‌ ନମ୍ବର ଜାରି ହୋଇଛି। ଋଷିଆର ଆକ୍ରମଣ ପରେ ୟୁକ୍ରେନ ନିଜ ବାୟୁସୀମାକୁ ବନ୍ଦ କରିଦେବା ପରେ ଭାରତୀୟଙ୍କୁ ଉଦ୍ଧାର ଲାଗି ଯାଉଥିବା ଏୟାର ଇଣ୍ଡିଆ ବିମାନ ଅଧାରୁ ଫେରି ଆସିଛି। ପୂର୍ବରୁ ୨୪୨ ଜଣ ଛାତ୍ରୀଛାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆର ଏକ ବିମାନ ଦିଲ୍ଲୀରେ ପହଞ୍ଚିଥିଲା।   

Advertisment

‘ୟୁକ୍ରେନରେ ବର୍ତ୍ତମାନର ପରିସ୍ଥିତି ଅତ୍ୟନ୍ତ ଅନିଶ୍ଚିତତାପୂର୍ଣ୍ଣ ରହିଛି। ଦୟାକରି ଆପଣମାନେ ଶାନ୍ତ ଏବଂ ସୁରକ୍ଷିତ ଜାଗାରେ ରୁହନ୍ତୁ’। ଏନେଇ ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ କିଭ୍(Kyiv) ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି।

Russia Ukraine Crisis Ukraine Crisis Ukraine Russia War Kyiv Airport
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ