Advertisment

କେମିତି ଭୁଶୁଡ଼ିଲା ବିଶାଳ ଡ୍ୟାମ୍? ପରସ୍ପରକୁ ଦାୟୀ କଲେ ୟୁକ୍ରେନ ଓ ରୁଷ

ରୁଷ-ୟୁକ୍ରେନ ଯୁଦ୍ଧକୁ ପ୍ରାୟ ୧୫ ମାସ ବିତିଥିବା ବେଳେ, ପୁଣି ଏକ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଛି ୟୁକ୍ରେନକୁ

ଅଦ୍ୟତନ ହୋଇଛି
Kakhovka dam

Kakhovka dam

Advertisment

କେମିତି ଭୁଶୁଡ଼ିଲା ବିଶାଳ ଡ୍ୟାମ୍ । ଖେରସନ୍ ବନ୍ୟା ବିପତ୍ତି ପାଇଁ ଦାୟୀ କିଏ । ଡ୍ୟାମ୍ ଭୁଶୁଡ଼ିବା ପାଇଁ ୟୁକ୍ରେନ ଓ ରୁଷ ପରସ୍ପରକୁ ଦାୟୀ କରିଛନ୍ତି । ଏହା ମହାବିନାଶ ଉଦ୍ଦେଶ୍ୟରେ ରୁଷର ଏକ ପରିବେଶ ବୋମା । ରୁଷ ସମ୍ପୃକ୍ତ ଡ୍ୟାମକୁ ଭିତରପଟୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିବା ଅଭିଯୋଗ ଆଣିଛନ୍ତି ଜେଲେନସ୍କି । ଅନ୍ୟପଟେ କ୍ରିମିଆ ଅଞ୍ଚଳରେ ଜଳାଭାବ ସୃଷ୍ଟି କରିବା ପାଇଁ ୟୁକ୍ରେନ ଯୋଜନାବଦ୍ଧ ଭାବରେ ମିଜାଇଲ୍ ଆକ୍ରମଣ କରି ଡ୍ୟାମକୁ ଧ୍ୱଂସ କରି ଦେଇଥିବା ରୁଷ୍ ଅଭିଯୋଗ ଆଣିଛି। ...

Advertisment

ରୁଷ-ୟୁକ୍ରେନ ଯୁଦ୍ଧକୁ ପ୍ରାୟ ୧୫ ମାସ ବିତିଥିବା ବେଳେ, ପୁଣି ଏକ ମାନବୀୟ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଛି ୟୁକ୍ରେନକୁ। ଶତ୍ରୁ ପକ୍ଷର ଭିତ୍ତିଭୂମି ହୋଇଥିଲେ ମଧ୍ୟ, ପାଣି ଉପରେ ଅଗଣିତ ସାଧାରଣ ଜନତା ନିର୍ଭର କରୁଥିବାରୁ କୌଣସି ନଦୀ ବନ୍ଧ ଉପରେ ଆକ୍ରମଣ ଏକ ଯୁଦ୍ଧ ଅପରାଧ । ତେବେ ୟୁକ୍ରେନ ଅଭିଯୋଗ କରିଛି ଯେ, କାଖୋଭକା ଡ୍ୟାମ ଭୁଶୁଡ଼ିବା ପଛରେ ରୁଷର ହାତ ରହିଛି । ନିଜେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ପରଖିବା ପରେ କହିଛନ୍ତି ଯେ, ସାରା ବିଶ୍ୱ ଏହି ରୁଷୀୟ ଯୁଦ୍ଧ ଅପରାଧ ସଂପର୍କରେ ଜାଣିବ । ଏ

ହା ମହାବିନାଶ ଉଦ୍ଦେଶ୍ୟରେ ଏକ ପରିବେଶ ବୋମା । ରୁଷ ସମ୍ପୃକ୍ତ ଡ୍ୟାମକୁ ଭିତରପଟୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି । ତେଣେ ୟୁକ୍ରେନ ସିକ୍ୟୁରିଟି ସର୍ଭିସ୍ ଦାବି କରିଛି ଯେ, ଡ୍ୟାମ ଭୁଶୁଡ଼ିବା ପଛରେ ରୁଷ ଦାୟୀ ବୋଲି ତା ପାଖରେ ପ୍ରମାଣ ଅଛି । ଏକ ଫୋନ କଲ୍ ରେକର୍ଡକୁ ଭିତ୍ତି କରି ଏହି ଦାବି କରିଛି ରୁଷର ସୁରକ୍ଷା ସଂସ୍ଥା ।...

Advertisment

ଗତବର୍ଷ ଅକ୍ଟୋବରରେ ୧୮ କିଲୋମିଟର ଲମ୍ବା କ୍ରିମିଆ ସେତୁକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲା ୟୁକ୍ରେନ । ୮ ମାସ ପରେ ଏହାର ବଦଲା ନେଲେ କି ରୁଷ ରାଷ୍ଟ୍ରପତି ପୁତିନ? ଡ୍ୟାମ ଭୁଶୁଡ଼ିବା ପଛରେ ନିଜର କୌଣସି ଭୂମିକାକୁ ଖଣ୍ଡନ କରିବା ସହିତ ରୁଷ ଅଭିଯୋଗ କରିଛି ଯେ, କ୍ରିମିଆ ଅଞ୍ଚଳରେ ଜଳାଭାବ ସୃଷ୍ଟି କରିବା ପାଇଁ ୟୁକ୍ରେନ ଯୋଜନାବଦ୍ଧ ଭାବରେ ମିଜାଇଲ୍ ଆକ୍ରମଣ କରି ଡ୍ୟାମକୁ ଧ୍ୱଂସ କରିଦେଇଛି ।

ତେଣେ ଡ୍ୟାମଟି ପୁରୁଣା ହେଲେ ମଧ୍ୟ ଅଚାନକ ଏଭଳି ଭୁଶୁଡ଼ି ପଡ଼ିବା ପ୍ରାୟ ଅସମ୍ଭବ ବୋଲି ମତ ରଖିଛନ୍ତି ବିଶେଷଜ୍ଞ । ଡ୍ୟାମଟିକୁ ରୁଷ ବର୍ଷେ ତଳେ ଅକ୍ତିଆରକୁ ନେବା ପରେ ତାର ରକ୍ଷଣାବେକ୍ଷଣରେ ଅବହେଳା ମଧ୍ୟ ଡ୍ୟାମ ଭୁଶୁଡ଼ିବା ପଛର ଆଉ ଏକ କାରଣ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି । ହେଲେ ଦୋଷ ଲଦାଲଦି ଏତିକିରେ ସରିନି । ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜାଉଥିବା, ଉଦ୍ଧାରକାରୀଙ୍କ ଉପରେ ଆକ୍ରମଣ, ବିପନ୍ନ ଫସିଥିବା ଅଞ୍ଚଳରେ ଆକାଶମାର୍ଗରୁ ବୋମାମାଡ଼ କରାଯାଉଥିବା ନେଇ ମଧ୍ୟ ପରସ୍ପରକୁ ଦୋଷାରୋପ କରିଛନ୍ତି ରୁଷ ଓ ୟୁକ୍ରେନ ।...

Advertisment
Russia Flood Ukraine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ