Advertisment

ୟୁକ୍ରେନରେ ଗୋଳାବାରୁଦ ମାଡ଼; ରୁଷିଆର ଆକ୍ରମଣ ନେଇ ବଢ଼ିଲା ଆଶଙ୍କା

ୟୁକ୍ରେନର ଫରଓ୍ୱାର୍ଡ ଅଞ୍ଚଳରେ ଗୋଳାବାରୁଦ ମାଡ଼ । ବିଦ୍ରୋହୀ ସେନା ପକ୍ଷରୁ ଏହି ଆକ୍ରମଣ କରାଯାଇଛି । ଏହି ବିଦ୍ରୋହୀ ଗୋଷ୍ଠୀଙ୍କୁ ମସ୍କୋ ତରଫରୁ ସମର୍ଥନ ରହିଥିବା ସୂଚନା ମିଳିଛି । ଗୋଳାବାରୁଦ ମାଡ଼ରେ କିଛି ଘରଦ୍ୱାର କ୍ଷତିଗ୍ରସ୍ତ ହୋଇଛି ।

ଅଦ୍ୟତନ ହୋଇଛି
Ukraine Accused Pro-Russian Rebels Of Shelling In Border

ଏହି ଘଟଣା ପରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିପାରିବ ବୋଲି ଆଶଙ୍କା ବଢ଼ିଛି ।

Ukraine Accused Pro-Russian Rebels Of Shelling In Border(ୟୁକ୍ରେନରେ ଗୋଳାବାରୁଦ ମାଡ଼)

ଅନ୍ୟପକ୍ଷେ, କିଛି ଦିନ ଭିତରେ ୟୁକ୍ରେନ ଉପରେ ବାସ୍ତବରେ ରୁଷିଆ ଆକ୍ରମଣ କରିବେ ବୋଲି ଚେତାବନୀ ଦେଇଛି ।

ଏନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ୟୁକ୍ରେନ ସୀମାରୁ ସୈନ୍ୟ ପ୍ରତ୍ୟାହାର କରାଯାଇଥିବା ମସ୍କୋ ଦାବି କରୁଥିଲେ ମଧ୍ୟ ହମ୍ଲା କରିବାର ଯଥେଷ୍ଟ ସମ୍ଭାବନା ରହିଛି ଏହି ପ୍ରସଙ୍ଗରେ ଋ଼ଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍‌ଙ୍କ ସହ ଫୋନ୍‌ରେ କଥାବାର୍ତ୍ତା କରିବାର କୌଣସି ଯୋଜନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବାଇଡେନ୍ ।

Advertisment

ଆମେରିକାର ଏଭଳି ଦାବିକୁ ଋ଼ଷ ଖଣ୍ଡନ କରିଛନ୍ତି । ଏହାସହ ଋଷର ବୈଦେଶିକ ମନ୍ତ୍ରାଳୟ କହିଛନ୍ତି ଯେ, ଗତ କିଛି ଦିନ ହେଲା ଆମେରିକା ଯେଉଁ ଦାବି କରୁଛି, ତାହାର କୌଣସି ସତ୍ୟତା ନାହିଁ ।

ସେହିପରି ୟୁକ୍ରେନ ସ୍ଥିତି ନେଇ ଜାତିସଂଘରେ ଉଦବେଗ ପ୍ରକାଶ ପାଇଛି । ସଂଯମତା ରକ୍ଷା କରିବା ସହିତ ଉତ୍ତେଜନା ବୃଦ୍ଧି କରିବା ଭଳି କୌଣସି କାମ ନ କରିବାକୁ ଭାରତ ଉଭୟ ପକ୍ଷଙ୍କୁ ପରାମର୍ଶ ଦେଇଛି ।

Advertisment
Ukraine Russia-Ukraine Conflict Russian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ