Advertisment

ଇସ୍ରାଏଲ ଗସ୍ତରେ ଯିବେ ୟୁକେ ପ୍ରଧାନମନ୍ତ୍ରୀ ରିଷି ସୁନକ୍

ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଭେଟିବା କାର୍ଯ୍ୟକ୍ରମ ...ଯୁଦ୍ଧ ବଢୁଥିବାରୁ ସୁନକଙ୍କ ଗସ୍ତର ଗୁରୁତ୍ୱ ରହିଛି ...ଗତକାଲି ଆମେରିକା ରାଷ୍ଟ୍ରପତି ଯାଇଥିଲେ ଇସ୍ରାଏଲ୍

ଅଦ୍ୟତନ ହୋଇଛି
Rishi Sunak Israel Visit

Israel-Hamas war

Advertisment

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗସ୍ତର ଦିନକ ପରେ ୟୁନାଇଟେଡ୍ କିଙ୍ଗଡମ୍ ପ୍ରଧାନମନ୍ତ୍ରୀ ରିଷି ସୁନକ୍ ଆଜି ଇସ୍ରାଏଲ ଗସ୍ତରେ ଯିବେ । ସେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଓ ରାଷ୍ଟ୍ରପତି ଆଇଜାକ୍ ହରଜୋଗଙ୍କୁ ଭେଟିବାର କାର୍ଯକ୍ରମ ରହିଛି । ଏଥିସହ ଜୋର୍ଡାନ, ଲେବାନନ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି ।

Advertisment

ଇସ୍ରାଏଲ- ହମାସ ଯୁଦ୍ଧ ଦିନକୁ ଦିନ ଅଧିକ ବଢୁଥିବାରୁ ରିଷି ସୁନକଙ୍କ ଗସ୍ତର ଅନେକ ଗୁରୁତ୍ୱ ରହିଛି । ଗାଜାରେ କ୍ଷତିଗ୍ରସ୍ତ ଲୋକଙ୍କୁ କିପରି ଯଥାଶୀଘ୍ର ମାନବୀୟ ସହାୟତତା ଦିଆଯାଇପାରିବ ସେ ନେଇ ଆଲୋଚନା କରିବେ । ଅନ୍ୟପକ୍ଷରେ ଇସ୍ରାଏଲ-ଗାଜା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ୟୁକେର ବୈଦେଶିକ ସଚିବ ଇଜିପ୍ଟ, ତୁର୍କୀ ଓ କାତାରର ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ। 

ଅଧିକ ପଢ଼ନ୍ତୁ: ଇସ୍ରାଏଲ ଗସ୍ତ ପରେ ୧୦୦ମିଲିୟନ ଡଲାର ସହାୟତା ଘୋଷଣା କଲେ ବାଇଡେନ୍

Advertisment

ସୂଚନାଯୋଗ୍ୟ ଗତକାଲି ଗାଜା ସିଟିରେ ଥିବା ଅଲ ଆହାଲି ହସପିଟାଲ ପଛପଟରେ ଥିବା କବରସ୍ଥାନରୁ ଇସ୍ରାଏଲକୁ ଟାର୍ଗେଟ କରି ରକେଟ ଛାଡିଥିଲା ଇସଲାମିକ ଜିହାଦ ଗୋଷ୍ଠୀ । ତେବେ ଲକ୍ଷ୍ୟଚ୍ୟୁତ ହୋଇ ଏହା ହସପିଟାଲ ଉପରେ ପଡିବାରୁ ଘଟିଥିଲା ବିସ୍ଫୋରଣ । ହସପିଟାଲ ଉପରେ ଆକ୍ରମଣ ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିବା ସହ ଏଥିରେ ଆତଙ୍କୀ ସଂଗଠନ ଇସଲାମିକ ଜିହାଦର ସଂପୃକ୍ତି ନେଇ ପ୍ରମାଣ ଦେଇଛି ଇସ୍ରାଏଲ ସେନା।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରକେଟ ଲକ୍ଷ୍ୟଚ୍ୟୁତ ହେବା ନେଇ ଦୁଇ ହମାସ ନେତାଙ୍କ ମଧ୍ୟରେ ହୋଇଥିବା ଟେଲିଫୋନ କଥାବାର୍ତ୍ତାର ଅଡିଓ ବି ଛାଡିଛି ଇସ୍ରାଏଲ ସେନା -ଆଇଡିଏଫ।  ହସପିଟାଲରେ ହୋଇଥିବା ବିସ୍ଫୋରଣ ଅତି ଛୋଟ ଧରଣର, ଅତି କମ ଦୂରତାରୁ ଏବଂ ସ୍ୱଳ୍ପ କ୍ଷମତା ବିଶିଷ୍ଟ ରକେଟ ଦ୍ୱାରା ହୋଇଛି, ଇସ୍ରାଏଲ ଅସ୍ତ୍ର ବ୍ୟବହାର ହୋଇଥିଲେ ପ୍ରଚଣ୍ଡ ବିସ୍ଫୋରଣ ସାଙ୍ଗକୁ ପୁରା ଅଞ୍ଚଳ ଧ୍ୱଂସ୍ତବିଧ୍ୱଂସ୍ତ ହୋଇଯାଇଥାଆନ୍ତା ବୋଲି କହିଛି ଆଇଡିଏଫ୍ । ସେହିପରି ରକେଟ କେଉଁଠୁ ଫାୟାର ହୋଇଛି, ଏହାର ଗତିପଥ କିଭଳି ଥିଲା ଓ ଏହା କେମିତି ହସପିଟାଲ ଉପରେ ପଡିଲା ତାର ବିଡିଓ ବି ଜାରି କରିଛି ଇସ୍ରାଏଲ ସେନା।...

Advertisment
Israel Palestine War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ