Advertisment

ଫାଇନ୍‌ ଗଣିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ, କାର୍‌ରେ ସିଟ୍‌ ବେଲ୍ଟ ନପିନ୍ଧି ଭିଡିଓ କରୁଥିଲେ...

କାର୍‌ରେ ବସିଥିବା ବେଳେ ସିଟ୍‌ ବେଲ୍ଟ ନପିନ୍ଧିବା ଯୋଗୁ ବ୍ରିଟିଶ ପୋଲିସ୍‌ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଉପରେ ଫାଇନ୍‌ ପକାଇଛନ୍ତି।

ଅଦ୍ୟତନ ହୋଇଛି
UK PM Rishi Sunak Gets Fined By Police

UK PM Rishi Sunak Gets Fined By Police

Advertisment

ଫାଇନ୍‌ ଗଣିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ(Rishi Sunak)। କାର୍‌ରେ ବସିଥିବା ବେଳେ ସିଟ୍‌ ବେଲ୍ଟ ନପିନ୍ଧିବା ଯୋଗୁ ବ୍ରିଟିଶ ପୋଲିସ୍‌ ଶୁକ୍ରବାର ଦିନ ତାଙ୍କ ଉପରେ ଫାଇନ୍‌ ପକାଇଛନ୍ତି। କାର୍‌ର ପଛପଟ ସିଟ୍‌ରେ ବସି ବ୍ରିଟେନ ପ୍ରଧାନମନ୍ତ୍ରୀ ଏକ ଭିଡିଓ କରିଥିଲେ। ଏହି ସମୟରେ ସେ ସିଟ୍‌ ବେଲ୍ଟ ପିନ୍ଧି ନଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ତେବେ ଏହି ଭୁଲ୍‌ ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀ ଗୁରୁବାର ଦିନ ଭୁଲ୍‌ ମଧ୍ୟ ମାଗିଥିଲେ। 

Advertisment

ସୂଚନାଥାଉ କି, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଉତ୍ତର-ପଶ୍ଚିମ ଯାତ୍ରା ବେଳେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଅପ୍‌ଲୋଡ୍‌ କରିଥିଲେ। ଏଥିରେ ସେ କାର୍‌ର ପଛପଟ ସିଟ୍‌ରେ ବସିଥିବା ବେଳେ ସିଟ୍‌ ବେଲ୍ଟ ପିନ୍ଧି ନଥିବା ଦେଖିବାକୁ ମିଳିଥିଲା। ଏନେଇ ପୋଲିସ୍‌ ଯାଞ୍ଚ କରିବା ପରେ ଫାଇନ୍‌ ପକାଇଥିଲେ। ତେବେ ଦ୍ୱିତୀୟ ଥର ପାଇଁ ଋଷି ସୁନକଙ୍କ ଉପରେ ଫାଇନ୍‌ ପଡ଼ିଛି। ଏହାପୂର୍ବରୁ ଗତବର୍ଷ ତତ୍କାଳୀନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ସହ ସେ କୋଭିଡ୍‌-୧୯ ଲକ୍‌ଡାଉନ୍‌ ନିୟମ ଭାଙ୍ଗିଥିଲେ। ଜନ୍‌ସନ୍‌ଙ୍କ ପରେ ଋଷି ସୁନକ ହେଉଛନ୍ତି ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଯିଏକି ଏଭଳି ନିୟମ ଭାଙ୍ଗିଛନ୍ତି।

ତେବେ ଋଷି ସୁନକଙ୍କ ଉପରେ ପଡ଼ିଥିବା ଏହି ଫାଇନ୍‌ ତାଙ୍କର ପ୍ରତିଛବି ଖରାପ କରିପାରେ ବୋଲି କୁହାଯାଉଛି। କାରଣ ୨୦୨୫ରେ ହେବାକୁ ଥିବା ନିର୍ବାଚନ ସର୍ଭେର ପ୍ରାରମ୍ଭରୁ ହିଁ କନ୍‌ଜରଭେଟିଭ୍‌ ପାର୍ଟି, ବିରୋଧୀ ଲେବର୍‌ ପାର୍ଟିଠୁ ପଛରେ ଅଛି। ତେଣୁ ଏଭଳି ପରିସ୍ଥିତିରେ ତାଙ୍କ ଉପରେ ଏମିତି ଫାଇନ୍‌ ପଡ଼ିବା ତାଙ୍କ ପ୍ରତିଛବି ଖରାପ କରିପାରେ ବୋଲି କୁହାଯାଉଛି।ଅନ୍ୟପକ୍ଷେ, ପୋଲିସ୍‌ ବୟାନ ଜାରି କରି କହିଛି ଯେ- ଲଣ୍ଡନର ଜଣେ ୪୨ ବର୍ଷୀୟ ବ୍ୟକ୍ତିଙ୍କୁ ଫାଇନ୍‌ ନେଇ ନୋଟିସ୍‌ ପଠାଯାଇଛି। 

Advertisment
UK PM Rishi Sunak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ