Advertisment

ସାବରମତୀ ଆଶ୍ରମରେ ସୂତା କାଟିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଗୁଜରାଟ ଅହମ୍ମଦାବାଦରେ ବ୍ରିଟେନ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲ ତାଙ୍କୁ ସ୍ୱାଗତ କରିଥିଲେ। ଏହାପରେ ସେ ସାବରମତୀ ଆଶ୍ରମ ପରିଶଦର୍ଶନରେ ଯାଇଥିଲେ। ସେଠାରେ ସେ ମହାତ୍ମାଗାନ୍ଧୀଙ୍କ ଚରଖା ଚଲେଇଥିଲେ।

ଅଦ୍ୟତନ ହୋଇଛି
UK PM Johnson visits Gandhi's Sabarmati Ashram

UK PM Johnson visits Gandhi's Sabarmati Ashram

Advertisment

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଆଜି ଗୁଜରାଟ ଅହମ୍ମଦାବାଦରେ ବ୍ରିଟେନ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲ ତାଙ୍କୁ ସ୍ୱାଗତ କରିଥିଲେ। ଏହାପରେ ସେ ସାବରମତୀ ଆଶ୍ରମ ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ମହାତ୍ମାଗାନ୍ଧୀଙ୍କ ଚରଖା ଚଲେଇଥିଲେ। ବୋରିସ ଜନ୍‌ସନ୍‌ ଚରଖା ସାମ୍ନାରେ ବସି ଏହାକୁ ଚଲାଇବା ପାଇଁ ପ୍ରୟାସ କରୁଥିବା ବେଳେ ୨ ଜଣ ମହିଳା ତାଙ୍କୁ ଗାଇଡ୍‌ କରୁଥିବା ଦେଖିବାକୁ ମିଳିଛି। 

Advertisment

ଆସନ୍ତାକାଲି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ଦ୍ୱିପାକ୍ଷିକ ଆଲୋଚନା କରିବେ। ଆସନ୍ତାକାଲି ଦିଲ୍ଲୀରେ ପହଞ୍ଚିବା ପରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ରାଜଘାଟରେ ମାଲ୍ୟାର୍ପଣ କରିବା କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିବେ।

Advertisment

ସୂଚନା ଅନୁସାରେ, ଦୁଇ ଦେଶ ଭିତରେ ରାଜନୈତିକ, କୂଟନୈତିକ ଏବଂ ଆର୍ଥିକ ବୁଝାମଣାକୁ ନେଇ ଦୁଇ ନେତା ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଭାରତ-ବ୍ରିଟେନ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ସୁଦୃଢ଼ ପାଇଁ ଅହମ୍ମଦାବାଦରେ ମଧ୍ୟ ବୋରିଶ ଜନ୍‌ସନ୍‌ ବଡ଼ ବଡ଼ ଉଦ୍ୟୋଗପତିଙ୍କ ସହ ଭେଟିବା କାର୍ଯ୍ୟକ୍ରମ ରହିଛି।

UK PM Boris Johnson Boris Johnson Sabarmati Ashram UK PM India Visit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ