ଋଷି ସୁନକଙ୍କ ବଡ଼ ନିଷ୍ପତ୍ତି, ଏଣିକି ସ୍କୁଲରେ ପିଲା ବ୍ୟବହାର କରିବେନି ଫୋନ୍

ବ୍ରିଟେନ୍‌ର ସ୍କୁଲରେ ପଢ଼ୁଥିବା ପିଲାଙ୍କୁ ବି ଏଭଳି ଡିସ୍ଟର୍ବ କରୁଛି ଫୋନ୍‌ । ଅନେକ ଛାତ୍ରଛାତ୍ରୀ ଏହି ଫୋନ୍‌ କାରଣରୁ ସ୍କୁଲରେ ପଢ଼ା ସମୟରେ ସଠିକ୍‌ ଧ୍ୟାନ ଦେଇ ପାରୁନାହାନ୍ତି ।

Mobile Phone Ban In UK School

ଆଜିକାଲି ମୋବାଇଲ କିଏ ବା ନ ଧରୁଛି । ଛୋଟ ପିଲାଠାରୁ ଆରମ୍ଭ କରି ବଡ଼ ଓ ବୟସ୍କଙ୍କ ପର୍ଯ୍ୟନ୍ତ । ସମସ୍ତେ ଏବେ ମୋବାଇଲ କବଳରେ । ହେଲେ ଏହା ଦ୍ୱାରା ଅନେକ କ୍ଷତି ହେଉଛି । ଏକଥା ଆମେ କହୁ ନାହୁଁ । ଗବେଶଣା ପରେ ଏକଥା ଅନେକ ଗବେଶକମାନେ କହିଛନ୍ତି । ତେବେ ଏହି ସବୁ କାରଣରୁ ଏବେ ବ୍ରିଟେନ୍‌ ସରକାର ଏକ ବଡ଼ ନିଷ୍ପତି ନେଇଛନ୍ତି । ଆଉ ବ୍ରିଟେନ୍‌ର ସ୍କୁଲ୍‌ଗୁଡ଼ିକରେ ମୋବାଇଲ ବ୍ୟବହାରକୁ ସମ୍ପୂର୍ଣ୍ଣ ବ୍ୟାନ୍‌ କରିଛନ୍ତି ।

ସୋସିଆଏ ମିଡିଆ ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ସେ ଯେଉଁ ଭିଡିଓଟି ପ୍ରସ୍ତୁତ କରିଛନ୍ତି ତାହା ମଧ୍ୟ ଅତି ନିଆରା । ଭିଡିଓରେ ପ୍ରଥମେ ସେ କିଛି କହିବାକୁ ଚାହୁଁଛନ୍ତି, ହେଲେ ବାରମ୍ବାର ତାଙ୍କ ଫୋନ୍‌ ବାଜୁଛି । ଆଉ ସେ କହିପାରୁ ନାହାନ୍ତି । ଭିଡିଓରେ ସେ ଯେତେବେଳେ ବି କିଛି କହିବାକୁ ଚେଷ୍ଟା କରୁଛନ୍ତି ଠିକ୍‌ ସେହି ସମୟରେ ତାଙ୍କ ଫୋନ୍‌ ବାଜୁଛି । ଶେଷରେ ସେ ନିଜ ପକେଟରୁ ଫୋନ୍‌ ବାହାର କରି ଟେବୁଲ ଉପରେ ରଖୁଛନ୍ତି । ଆଉ କହୁଛନ୍ତି ଦେଖୁଛନ୍ତି ତ କେବେ ଡିସ୍ଟର୍ବ କରୁଛି ଏହି ଫୋନ୍‌ ।

 

ସେ କହିଛନ୍ତି ଯେ, ବ୍ରିଟେନ୍‌ର ସ୍କୁଲରେ ପଢ଼ୁଥିବା ପିଲାଙ୍କୁ ବି ଏଭଳି ଡିସ୍ଟର୍ବ କରୁଛି ଫୋନ୍‌ । ଅନେକ ଛାତ୍ରଛାତ୍ରୀ ଏହି ଫୋନ୍‌ କାରଣରୁ ସ୍କୁଲରେ ପଢ଼ା ସମୟରେ ସଠିକ୍‌ ଧ୍ୟାନ ଦେଇ ପାରୁନାହାନ୍ତି । ଯାହାକି ତାଙ୍କ ଭବିଷ୍ୟତ ଉପରେ ଏହାର ପ୍ରଭାବ ପଡ଼ିବ । ତେଣୁ ଆମେ ଚାହୁଁନା ସ୍କୁଲ ପିଲାମାନେ ସେହି ବିପଦର ସମ୍ମୁଖୀନ ହୁଅନ୍ତୁ । ତେଣୁ ସ୍କୁଲ ଗୁଡ଼ିକରେ ମୋବାଇଲ ବ୍ୟାନ୍‌ କରାଯାଉଛି ।

ସେ ଆହୁରି କହିଛନ୍ତି ଏହି ମୋବାଇ କାରଣରୁ ପିଲାମାନେ ପାଠ ପଢ଼ାରେ ମନ ଦେଇ ପାରୁନାହାନ୍ତି ବୋଲି ଅନେକ ଥର ଅଭିଯୋଗ ଆସିଛି । ଏମିତିକି ଏହି ମୋବାଇଲ କାରଣରୁ ପିଲାମାନେ ସ୍କୁଲରେ ଦୁଷ୍ଟାମୀ କରୁଛନ୍ତି । ସେଥିପାଇଁ ସ୍କୁଲରେ ଏହାର ବ୍ୟାନ୍ ନିହାତି ଜରୁରୀ ।