Advertisment

ଉଇଗୁର୍‌ ମୁସଲମାନଙ୍କୁ ଚେୟାରରେ ବାନ୍ଧି ପିଟି ପିଟି ହତ୍ୟା କରୁଛି ଚୀନ୍‌ ସରକାର

ତାଲିବାନ ପରେ ଉଇଗୁର ମୁସଲମାନମାନଙ୍କ ଉପରେ ଚୀନ୍ ନିର୍ଦ୍ଦୟ ଅତ୍ୟାଚାର । ଚୀନର କମ୍ୟୁନିଷ୍ଟ ସରକାରକୁ ନ ମାନିବା କାରଣରୁ ଉଇଗୁରୁମାନଙ୍କୁ ଶିନ୍‌ଜିୟାଂଗ ପ୍ରଦେଶର ଡିଟେନ୍ସନ୍ କେନ୍ଦ୍ରରେ ବିଭିନ୍ନ ପ୍ରକାରର ଅମାନୁଷିକ ନିର୍ଯାତନା ଦିଆଯାଉଛି । ଏହି ନିର୍ଯ୍ୟାତନା ବିରୁଦ୍ଧରେ ଚୀନରୁ ପଳାଇଥିବା ଉଇଗୁର ପୀଡିତା ମାନେ ଏହି ଅପରାଧର ବିବରଣୀ ଉପସ୍ଥାପନା କରିସାରିଛନ୍ତି । ପ୍ରଥମ ଥର ପାଇଁ ନିଜେ ଚୀନ୍‌ର ଜଣେ ପୋଲିସ୍ ଉଇଗୁର୍ ଉପରେ ହୋଇଥିବା ଭୟଙ୍କର ନିର୍ଯାତନା ବିଷୟରେ ପ୍ରକାଶ କରିଛନ୍ତି।

ଅଦ୍ୟତନ ହୋଇଛି
Uighur Muslims

Uighur Muslims

Advertisment

ନୂଆଦିଲ୍ଲୀ: ତାଲିବାନ ପରେ ଉଇଗୁର ମୁସଲମାନମାନଙ୍କ ଉପରେ ଚୀନ୍‌ର ନିର୍ଦ୍ଦୟ ଅତ୍ୟାଚାର। ଚୀନର କମ୍ୟୁନିଷ୍ଟ ସରକାରକୁ ନ ମାନିବା କାରଣରୁ ଉଇଗୁରୁମାନଙ୍କୁ ଶିନ୍‌ଜିୟାଂଗ ପ୍ରଦେଶର ଡିଟେନ୍ସନ୍ କେନ୍ଦ୍ରରେ ବିଭିନ୍ନ ପ୍ରକାରର ଅମାନୁଷିକ ନିର୍ଯାତନା ଦିଆଯାଉଛି। ଏହି ନିର୍ଯାତନା ବିରୁଦ୍ଧରେ ଚୀନରୁ ପଳାଇଥିବା ଉଇଗୁର ପୀଡିତାମାନେ ଏହି ଅପରାଧର ଭୟାନକ ସତକୁ ବଖାଣିଛନ୍ତି। ପ୍ରଥମ ଥର ପାଇଁ ନିଜେ ଚୀନ୍‌ର ଜଣେ ପୋଲିସ୍ ଉଇଗୁର୍ ଉପରେ ହୋଇଥିବା ଭୟଙ୍କର ନିର୍ଯାତନା ବିଷୟରେ ପ୍ରକାଶ କରିଛନ୍ତି।

Advertisment

ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ଚୀନ୍ ପୋଲିସ୍ ଜିଆଙ୍ଗ କହିଛନ୍ତି ଯେ ଶିନ୍‌ଜିୟାଂଗରେ ସୁରକ୍ଷା ବାହିନୀ ଦ୍ୱାରା ଉଇଗୁର ମୁସଲମାନଙ୍କୁ ଗିରଫ କରାଯାଇ କୋଠରୀରେ ବନ୍ଦ ରଖାଯାଏ, ଏହାପରେ ସେମାନକୁ ରଶି ଦ୍ୱାରା ଚେୟାରରେ ବନ୍ଧାଯାଏ ଏବଂ ସେମାନଙ୍କୁ ନିର୍ଦ୍ଧୁମ ପିଟାଯାଏ । କେବଳ ସେତିକି ନୁହେଁ, ତାଙ୍କୁ ବିବସ୍ତ୍ର କରାଯାଇ ତାଙ୍କ ପିଠିରେ ଚାବୁକ ମାଡ଼ କରାଯାଏ । ଏମିତିକି ସେମାନଙ୍କୁ ପିଟି ପିଟି ହତ୍ୟା ମଧ୍ୟ କରାଯାଏ । ଏହିପରି ଅଧିକାଂଶ ନିର୍ଯାତନାରେ ଲୋକମାନେ ପ୍ରାଣ ହରାଇଥାନ୍ତି ।

Advertisment

ସାକ୍ଷାତକାର ନେଇଥିବା ସାମ୍ବାଦିକଙ୍କ ଅନୁଯାୟୀ, ଏହି ପୂର୍ବତନ ଚୀନ୍‌ର ପୋଲିସ୍ ନିର୍ଯାତନା ପ୍ରଣାଳୀ ପ୍ରଦର୍ଶନ କରି ମଧ୍ୟ ଦେଖାଇଥିଲେ। ସେ କହିଛନ୍ତି ଯେ ଅଧିକାଂଶ କ୍ଷେତ୍ରରେ ମାଡ ମାରିବା କାରଣରୁ ଲୋକଙ୍କ ଦୃଷ୍ଟି ଶକ୍ତି ନଷ୍ଟ ହୋଇଯାଏ । ନିର୍ଯାତନାର ପରବର୍ତ୍ତୀ ପର୍ଯ୍ୟାୟ ହେଉଛି ପୀଡିତମାନଙ୍କୁ ଶୋଇବାକୁ ଦିଆଯାଏ ନାହିଁ ।  ଯଦି କାହାର ଆଖିର ପଲକ ବି ପଡେ ତେବେ ତାଙ୍କୁ ନିର୍ଦ୍ଧୁମ ମାଡ ମରାଯାଏ । ଅନେକ ସୁରକ୍ଷାକର୍ମୀ ହାତୁଡ଼ି ନେଇ ପୀଡିତାଙ୍କ ଗୋଡ ଭାଙ୍ଗି ସେମାନଙ୍କୁ ସାମୟିକ ଭାବରେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ କରିଥାନ୍ତି। କେବଳ ଏତିକି ନୁହେଁ, ପଳାୟନ ଭୟରେ ଉଇଗୁରୁମାନଙ୍କୁ ଶୌଚାଳୟକୁ ଯିବାକୁ ମଧ୍ୟ ଅନୁମତି ଦିଆଯାଏ ନାହିଁ ।

ଜିଆଙ୍ଗ କହିଛନ୍ତି ଯେ ନିର୍ଯାତନାର ତୃତୀୟ ପର୍ଯ୍ୟାୟରେ, ଉଇଗୁରଙ୍କର ଗୁପ୍ତାଙ୍ଗରେ କରେଣ୍ଟ ପ୍ରୟୋଗ କରାଯାଏ । ମହିଳାମାନଙ୍କ ହାତକୁ ଟେବୁଲ ଉପରେ ରଖାଯାଇ ଅମାନବୀୟ ଭାବେ ପିଟି ଚାଲନ୍ତି । ଏତେ ମାଡ ମରାଯାଏ ଯେ ତାଙ୍କ ହାତରୁ ରକ୍ତ ପ୍ରବାହ ବନ୍ଦ ହୁଏନାହିଁ । ବିଶେଷ କରି ୧୪ ବର୍ଷର ଛୋଟ ପିଲାଙ୍କୁ ଅଧିକ ନିର୍ଯାତନା ଦିଆଯାଉଛି । ଜିଆଙ୍ଗ କହିଛନ୍ତି ଯେ ଯଦି ଜଣେ ଉଇଗୁରୁ ସେମାନଙ୍କର ଦାରିଦ୍ର୍ୟ କିମ୍ବା ଶିନ୍‌ଜିୟାଂଗରୁ ବାହାରକୁ ଯିବାକୁ ନିବେଦନ କରେ, ତେବେ ସେମାନଙ୍କୁ ଗିରଫ କରାଯାଇ ନିର୍ଯାତନା ଦିଆଯାଏ।

Advertisment

ଉଇଗୁରୁ ମୁସଲମାନମାନଙ୍କୁ ଅଟକାଇବା ପାଇଁ ସହରରେ ପ୍ରତି ୩୦୦ ରୁ ୫୦୦ ପାଦ ଯାଏଁ ପୋଲିସ ଯାଞ୍ଚ ପଏଣ୍ଟ ସ୍ଥାପନ କରାଯାଇଛି। ଚୀନ ସରକାର ପକ୍ଷରୁ ଏକାଠି ତିନି ଜଣ ଉଇଗୁରଙ୍କୁ ରାସ୍ତାରେ ଚାଲିବାକୁ ମନା କରାଯାଇଛି। ସୋସିଆଲ ମିଡିଆରେ ଇସଲାମିକ ଭିଡିଓ ପୋଷ୍ଟ କଲେ ଉଇଗୁରଙ୍କୁ ୧୦ ବର୍ଷ ଯାଏଁ ଜେଲ ମଧ୍ୟ ପଠାଯାଏ। ଇସଲାମକୁ ସମାପ୍ତ କରିବା ସହିତ ଚୀନ୍ ସରକାର ସେମାନଙ୍କର ପରମ୍ପରା ଏବଂ ବିଶ୍ୱାସକୁ ବିଲୋପ କରିବାକୁ ଚାହୁଁଛନ୍ତି ଏବଂ ଉଇଗୁରୁମାନଙ୍କର ପରିଚୟ ମଧ୍ୟ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ବୋଲି ସମ୍ପୃକ୍ତ ପୋଲିସ ଅଧିକାରୀ କହିଛନ୍ତି। 

Torture China Uighur Muslims
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ