ଡରାଇଲାଣି ‘କ୍ରୈଥନ୍‌‌’, ରଚିବ ତାଣ୍ତବ!! ବର୍ଷୁଛି ମୂଷଳଧାରାରେ ବର୍ଷା

ମାଡି ଆସୁଛି ମହାବାତ୍ୟା ! ଘଣ୍ଟାପ୍ରତି ବହିପାରେ ୨୧୫ କି.ମି ବେଗରେ ପବନ ।

Typhoon Krathon

ମାଡି ଆସୁଛି ମହାବାତ୍ୟା ! ଘଣ୍ଟାପ୍ରତି ବହିପାରେ ୨୧୫ କି.ମି ବେଗରେ ପବନ । ପ୍ରକୃତିର ତାଣ୍ଡବ ଆଗରେ ସବୁକିଛି ଛାରଖାର ହେବାକୁ ବସିଛି । ଆଉ ଏବେ ଠୁ ଫିଲିପାଇନ୍ସରେ ଆରମ୍ଭ ହୋଇଗଲାଣି ପବନ । ଘଣ୍ଟା ପ୍ରତି ୧୭୦ କିଲୋମିଟରେ ପବନ ବହିବାରେ ଲାଗିଛି । ଆଉ ମୂଷଳଧାରା ବର୍ଷା ମଧ୍ୟ ସବୁକିଛିକୁ ଝାରଖାର କରିବା ଆରମ୍ଭ କଲାଣି ।

ବାତ୍ୟାକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ଗୁଡ଼ିକୁ ବନ୍ଦ କରିଛନ୍ତି ଫିଲିପାଇନ୍ସ ସରକାର । ସମୁଦ୍ର କୂଳକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ ମଧ୍ୟ କରାଯାଇଛି । ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ବାତ୍ୟାର ନାଁ ‘କ୍ରୈଥନ୍‌‌’ ରଖାଯାଇଛି । ବାତ୍ୟା ‘କ୍ରୈଥନ୍‌‌’ ଧୀରେ ଧୀରେ ପଶ୍ଚିମ ଦିଗକୁ ଗତି କରୁଛି । ଆଜି ଏହି ବାତ୍ୟଆ ମହାବାତ୍ୟାରେ ପରିଣତ ହୋଇପାରେ ବୋଲି କୁହାଯାଇଛି ।

ସରକାର ବାତ୍ୟା ମୁକାବିଲା ପାଇଁ ସମସ୍ତ ପଦକ୍ଷେପ ନେଇଛନ୍ତି । ୮ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିଥିବାବେଳେ ମୁକାବିଲା ନପାଇଁ ସବୁ ପ୍ରସ୍ତୁତି କରିଛନ୍ତି । ବର୍ତ୍ତମାନ ସେଠାରେ ପବନ ଆରମ୍ଭ ହୋଇଥିବାବେଳେ ଲୋକମାନଙ୍କ ମନରେ ଛନକା ପଶିଛି । ଫିଲିପାଇନ୍ସରେ ବାତ୍ୟା ହେବା କୌଣସି ବଡ଼ କଥା ନୁହେଁ । କାରଣ ପ୍ରତିବର୍ଷ ଏଠାରେ ଏମିତି ତାଣ୍ଡବ ରଚେ ପ୍ରକୃତି । ପ୍ରତିବର୍ଷ ପ୍ରାୟ ୨୦ଟି ବାତ୍ୟାର ସାମ୍‌ନା କରନ୍ତି ଏଠିକାର ଲୋକ ।

୨୦୧୩ ମସିହାରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବାତ୍ୟା ହେଉଛି ‘ଟାଇଫୁନ’ । ଯାହା ଦ୍ୱାରା ୭,୩୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ଏହି ବାତ୍ୟା ଯୋଗୁଁ କେନ୍ଦ୍ରୀୟ ଫିଲିପାଇନ୍ସରେ ୫୦ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଥିଲେ । ଆଉ ଅନେକ ଲୋକ ଆହତ ଓ ଗୁରୁତର ମଧ୍ୟ ହୋଇଥିଲେ ।

ସେଦିନର ସେହି ପ୍ରକୃତିର କରାଳ ରୂପ ଏଠିକାର ଲୋକଙ୍କ ମନରୁ ଲିଭିଛି ନା କେବେ ବି ଲିଭିବ । ‘ଟାଇଫୁନ’ ପରେ ମଧ୍ୟ ଅନେକ ଛୋଟବଡ଼ ବାତ୍ୟା ଏମାନଙ୍କୁ ଶକ୍ତ ଝଟକା ଦେଇଛି । ତଥାପି ଆଣ୍ଟା ସଳଖି ଛିଡ଼ା ହୋଇଛି ଫିଲିପାଇନ୍ସ । ହେଲେ ଏବେ ବାତ୍ୟା ‘କ୍ରୈଥନ୍‌‌’ ତା’ର ଆତଙ୍କ ରଚିବା ଆରମ୍ଭ କରିଛି । ଆଗକୁ ମହାବାତ୍ୟା ନେବାର ମଧ୍ୟ ସମ୍ଭାବନା ଛିଡ଼ା କରିଛି ।