Advertisment

ଆପଣ Twitterରେ ବ୍ଲୁ ଟିକ୍‌ ଚାହୁଁଛନ୍ତି କି ? ଏଣିକି ଦେବାକୁ ପଡ଼ିବ ୮ ଡଲାର, ମିଳିବ ଏହିସବୁ ସୁବିଧା...

ଟ୍ୱିଟରରେ ବ୍ଲୁ-ଟିକ୍‌ ପାଇଥିବା ୟୁଜର୍ସଙ୍କୁ ଫି’ ଦେବାକୁ ପଡ଼ିବ ବୋଲି ପୂର୍ବରୁ ଏଲନ୍‌ ମସ୍କ ଘୋଷଣା କରିଥିଲେ। ସିରିଜ୍‌ ଅଫ୍‌ ଟ୍ୱିଟ୍‌ ଅର୍ଥାତ୍‌ ଗୋଟିଏ ପରେ ଗୋଟିଏ ଟ୍ୱିଟ୍‌ କରି ମସ୍କ ଏସମ୍ପର୍କରେ ସ୍ପଷ୍ଟ କରିଥିଲେ।

ଅଦ୍ୟତନ ହୋଇଛି
Twitter Rolls Out Blue Tick Verification Service

Twitter Rolls Out Blue Tick Verification Service

Advertisment

ଏଣିକି ଟ୍ୱିଟରରେ ବ୍ଲୁ ଟିକ୍‌ ପାଇଁ ଦେବାକୁ ପଡ଼ିବ ଫି’। ଟେସ୍‌ଲା CEO ତଥା ଟ୍ୱିଟର(Twitter)ର ନୂଆ ବସ୍‌ ଏଲନ୍‌ ମସ୍କ(Elon Musk)ଙ୍କ ୮ ଡଲାରର ପ୍ଲାନ୍‌ ଆରମ୍ଭ ହୋଇଯାଇଛି। ତେବେ ଏହି ପ୍ଲାନ୍‌ କେବଳ IOS ୟୁଜର୍ସଙ୍କ ପାଇଁ ଆରମ୍ଭ ହୋଇଛି। ଏହି ପ୍ଲାନ୍‌ ୫ଟି ଦେଶ ଯଥା- ଆମେରିକା, କାନାଡା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ୍‌ ଓ ବ୍ରିଟେନବାସୀଙ୍କ ପାଇଁ ଆରମ୍ଭ ହୋଇଛି। ଯେଉଁ ଆକାଉଣ୍ଟଧାରୀଙ୍କୁ ଟ୍ୱିଟରରେ ବ୍ଲୁ ଟିକ୍‌(Blue Tick) ମିଳିଛି, ଏଣିକି ସେମାନଙ୍କୁ ପ୍ରତି ମାସରେ ୮ ଡଲାର( ଭାରତୀୟ ମୁଦ୍ରାରେ ଏହା ପାଖାପାଖି ୬୬୧ ଟଙ୍କା) ଦେବାକୁ ପଡ଼ିବ। ବିଭିନ୍ନ ଦେଶରେ ଏହି ୮ ଡଲାରର ମୂଲ୍ୟ ଭିନ୍ନ ଭିନ୍ନ ହୋଇପାରେ।

Advertisment

ସୂଚନାଥାଉ କି, ଟ୍ୱିଟରରେ ବ୍ଲୁ-ଟିକ୍‌ ପାଇଥିବା ୟୁଜର୍ସଙ୍କୁ ଫି’ ଦେବାକୁ ପଡ଼ିବ ବୋଲି ପୂର୍ବରୁ ଏଲନ୍‌ ମସ୍କ ଘୋଷଣା କରିଥିଲେ। ସିରିଜ୍‌ ଅଫ୍‌ ଟ୍ୱିଟ୍‌ ଅର୍ଥାତ୍‌ ଗୋଟିଏ ପରେ ଗୋଟିଏ ଟ୍ୱିଟ୍‌ କରି ମସ୍କ ଏସମ୍ପର୍କରେ ସ୍ପଷ୍ଟ କରିଥିଲେ। ଏହାସହ ବ୍ଲୁ ଟିକ୍‌ ୟୁଜର୍ସଙ୍କୁ ଆହୁରି ଅନେକ ସୁବିଧା ମିଳିବ ବୋଲି ମଧ୍ୟ ସେ କହିଥିଲେ। ଏଥିମଧ୍ୟରୁ ଗୋଟିଏ ସୁବିଧା ହେଲା ବିଜ୍ଞାପନ କମ୍‌ ଦେଖିବାକୁ ପାଇବେ। ତେବେ ଭାରତରେ ଟ୍ୱିଟର ବ୍ଲୁ ସବ୍‌ସ୍କ୍ରିପସନ୍‌ ପାଇଁ କେତେ ଟଙ୍କା ଦେବାକୁ ପଡ଼ିବ ତାହା ଜଣାପଡ଼ିନି। 

ସବୁଠାରୁ ଆଶ୍ଚର୍ଯ୍ୟକର କଥା, ନିଜେ ଏଲନ୍‌ ମସ୍କ ଟ୍ୱିଟ୍‌ କରି ଟ୍ୱିଟର ବ୍ଲୁ ସବ୍‌ସ୍କ୍ରିପସନ୍‌(Twitter Blue Subscription)ର ଫି’ ସମ୍ପର୍କରେ ଘୋଷଣା କରିଛନ୍ତି। ଏହାସହ ସେ ଏହାମଧ୍ୟ କହିଛନ୍ତି ଯେ, ବ୍ଲୁ ସବ୍‌ସ୍କ୍ରିପସନ୍‌ ଆଧାରରେ ୟୁଜର୍ସଙ୍କୁ ଅନେକ ସୁବିଧା ପାଇପାରିବେ।

Advertisment

 ଟ୍ୱିଟର ବ୍ଲୁ ସବ୍‌ସ୍କ୍ରିପସନ୍‌ ଆଧାରରେ ଏହିସବୁ ଫିଚର୍ସ ମିଳିବ...

  • ରିପ୍ଲାଏ, Mention ଓ ସର୍ଚ୍ଚରେ ଗୁରୁତ୍ୱ ମିଳିବ। ଏଲନ ମସ୍କଙ୍କ କହିବା ଅନୁସାରେ, ଏହି ଫିଚର୍‌ ମାଧ୍ୟମରେ Spam ଓ Scam ଉପରେ ଲଗାମ ଲଗାଯାଇ ପାରିବ।
  • ଟ୍ୱିଟର ବ୍ଲୁ ସବ୍‌ସ୍କ୍ରିପସନ୍‌ ଆଧାରରେ ଏଣିକି ଅଧିକ ସମୟର ଭିଡିଓ ଓ ଅଡିଓ ପୋଷ୍ଟ କରିପାରିବେ
  • ଅନ୍ୟ ୟୁଜର୍ସଙ୍କ ଅପେକ୍ଷା ଟ୍ୱିଟର ବ୍ଲୁ ସବ୍‌ସ୍କ୍ରାଇବର୍‌ କମ୍‌ ବିଜ୍ଞାପନ ଦେଖିପାରିବେ
  • ଯଦି ପବ୍ଲିଶର୍ସ ଟ୍ୱିଟରର ସହ ଚୁକ୍ତି କରୁଛନ୍ତି, ତା’ହେଲେ ଟ୍ୱିଟର ବ୍ଲୁ ସବ୍‌ସ୍କ୍ରାଇବର୍ସ ପେଡ୍‌ Articleକୁ ମଧ୍ୟ ମାଗଣାରେ ପଢ଼ି ପାରିବେ

ବିଶ୍ୱର ସବୁଠୁ ବଡ଼ ଧନୀ ବ୍ୟକ୍ତି ତଥା ଟ୍ୱିଟର(Twitter)ର ନୂଆ ବସ୍‌ ଏଲନ୍‌ ମସ୍କ(Elon Musk) କମ୍ପାନୀକୁ ନିଜ ଅଧିନକୁ ନେବା ପରେ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି।ଏଲନ୍‌ ମସ୍କ ଟ୍ୱିଟର ସିଇଓ ପରାଗ ଅଗ୍ରୱାଲ୍‌ଙ୍କ ସମେତ ବଡ଼ ବଡ଼ ଅଧିକାରୀମାନଙ୍କୁ କମ୍ପାନୀରୁ ବିଦା କରିବା ପରେ ବ୍ଲୁ ଟିକ୍‌ ଥିବା ଆକାଉଣ୍ଟଧାରୀଙ୍କଠୁ ଫି’ ଚାର୍ଜ ନେଇ ଘୋଷଣା କରିଥିଲେ। ଏବେ ଟ୍ୱିଟର କର୍ମଚାରୀଙ୍କ ଛଟେଇ ଚାଲିଛି। 

Advertisment
Twitter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ