Astrospeak
  • Live TV
  • Read In English

ନିଜ ସମର୍ଥକଙ୍କ ସହ ରେଷ୍ଟୁରାଣ୍ଟ ଗଲେ ଟ୍ରମ୍ପ, ହେଲେ ଦେଲେନି ଖାଇବା ବିଲ୍

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ମାମଲାରେ କୋର୍ଟରେ ହାଜର ହେବା ପରେ ‘ଲିଟିଲ ହାଭାନାର କ୍ୟୁବା’ ନାମକ ଏକ ରେଷ୍ଟୁରାଣ୍ଟରେ ଅଟକି ଯାଇଥିଲେ ।

donald trump
କହିଲେ ଖାଇବାକୁ ଦେବି ହେଲେ ଦେଲେନି ବିଲ୍‌

ପୁଣି ଚର୍ଚ୍ଚାକୁ ଆସିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ନିଜର ସମର୍ଥଙ୍କୁ ଖାଦ୍ୟ ଦେବାକୁ କହି ରେଷ୍ଟୁରାଣ୍ଟରେ ବିଲ୍‌ ଦେଇନଥିବା କଥା ଏବେ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି । ଫ୍ଲୋରିଡାର ମିଆମିରେ ମଙ୍ଗଳବାର ଦିନ ଏପରି ଏକ ଘଟଣା ଘଟିଥିବା କୁହାଯାଉଛି ।

ସୂଚନା ଅନୁସାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ମାମଲାରେ କୋର୍ଟରେ ହାଜର ହେବା ପରେ ‘ଲିଟିଲ ହାଭାନାର କ୍ୟୁବା’ ନାମକ ଏକ ରେଷ୍ଟୁରାଣ୍ଟରେ ଅଟକି ଯାଇଥିଲେ । ସେଠାରେ ଟ୍ରମ୍ପଙ୍କୁ ଦେଖି ତାଙ୍କର ସମର୍ଥକମାନେ ଖୁସି ହୋଇଯାଇଥିଲେ । ଆଉ ସେମାନଙ୍କୁ ସୁସ୍ୱାଦୁ ଖାଦ୍ୟ ମିଳିବ ବୋଲି ଆଶା କରିଥିଲେ ।

ହେଲେ ମାତ୍ର କିଛି ସମୟ ବିତିବା ପରେ ଟ୍ରମ୍ପ ସେଠାରେ ଉପସ୍ଥିତ ଥିବା ସମର୍ଥକଙ୍କ ସହ ସାମିଲ ହୋଇଥିଲେ, ଏବଂ ସେମାନଙ୍କ ସହ ଖୁସି ବାଣ୍ଟିଥିଲେ। ଏହାପରେ ସମର୍ଥକମାନେ ଟ୍ରମ୍ପ ସେମାନଙ୍କୁ ଖାଦ୍ୟ ଦେବେ ବୋଲି ଆଶାବାଦୀ ରହିଥିଲେ । ହେଲେ ଟ୍ରମ୍ପ ରେଷ୍ଟୁରାଷ୍ଟର ଖର୍ଚ୍ଚ ବହନ କରିନଥିଲେ ।

ଟ୍ରମ୍ପ କ୍ୟୁବା ରେଷ୍ଟୁରାଣ୍ଟରେ ପ୍ରାୟ ୧୦ମିନିଟରୁ ଅଧିକ ସମୟ ବି ରହିନଥିଲେ । କିମ୍ବା ବିଲ୍ ଦେବା ନେଇ କୌଣସି ଘୋଷଣା କରାଯାଇନଥିଲା । ଅନ୍ୟପଟେ, ଦି ନ୍ୟୁୟର୍କ ଟାଇମ୍ସ ଏହାକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି । କୁହାଯାଇଛି ଯେ, ଟ୍ରମ୍ପ ରେଷ୍ଟୁରାଣ୍ଟରେ କୌଣସି ଖାଦ୍ୟ ଖାଇ ନାହାଁନ୍ତି ।