ଅଧିକ ଶିଶୁ ଜନ୍ମ କଲେ ମୋଟା ଅଙ୍କର ଟଙ୍କା ଦେବେ ସରକାର, କେଉଁଠି ଜାଣନ୍ତୁ...

ଜାପାନର ସ୍ୱାସ୍ଥ୍ୟମନ୍ତ୍ରୀ କାଟସୁନୋବୁ କାଟୋ କହିଛନ୍ତି ଯେ, ଶିଶୁ ପ୍ରସବ ପାଇଁ ଦିଆଯାଉଥିବା ଅର୍ଥରାଶିକୁ ବୃଦ୍ଧି କରାଯାଇ ୫୦୦,୦୦୦ ୟେନ୍‌ ଦିଆଯିବ ।

Birth Rate

ଜନ୍ମହାର ବୃଦ୍ଧି ପାଇଁ ଜାପାନ ସରକାରଙ୍କ ବଡ଼ ଘୋଷଣା । ଜାପାନର ସ୍ୱାସ୍ଥ୍ୟ, ଶ୍ରମ ଏବଂ କଲ୍ୟାଣ ମନ୍ତ୍ରଣାଳୟ ଲୋକମାନଙ୍କୁ ଶିଶୁ ଜନ୍ମ ହାର ବୃଦ୍ଧି ପାଇଁ ପ୍ରୋତ୍ସାହନ ଦେବା ସହ ଆର୍ଥିକ ରାଶି ମଧ୍ୟ ପ୍ରଦାନ କରୁଛନ୍ତି । ଜନ୍ମହାର କିଛିବର୍ଷ ହେବ ହ୍ରାସ ପାଉଥିବାରୁ ସରକାରଙ୍କ ଦ୍ୱାରା ଏଭଳି ପଦକ୍ଷେପ ନିଆଯାଇଛି । ଜାପାନରେ ପିତାମାତାଙ୍କୁ ନୂତନ ସନ୍ତାନ ଜନ୍ମରେ ଶିଶୁ ପ୍ରସବ ଏବଂ ଶିଶୁ ଯତ୍ନ ପାଇଁ ୪୨୦,୦୦୦ ୟେନ୍ ରାଶି ପ୍ରଦାନ କରାଯାଉଛି ।

ଜାପାନର ସ୍ୱାସ୍ଥ୍ୟମନ୍ତ୍ରୀ କାଟସୁନୋବୁ କାଟୋ କହିଛନ୍ତି ଯେ, ଶିଶୁ ପ୍ରସବ ପାଇଁ ଦିଆଯାଉଥିବା ଅର୍ଥରାଶିକୁ ବୃଦ୍ଧି କରାଯାଇ ୫୦୦,୦୦୦ ୟେନ୍‌ ଦିଆଯିବ । ଏନେଇ ସେ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କୁ ପ୍ରସ୍ତାବ ମଧ୍ୟ ଦେଇସାରିଛନ୍ତି । ତେବେ ଏହି ପ୍ରସ୍ତାବଟି ୨୦୨୩ ଆର୍ଥିକ ବର୍ଷରେ ଅନୁମୋଦନ ଓ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି ।

“ସନ୍ତାନ ପ୍ରସବ ଏବଂ ଶିଶୁ ଯତ୍ନ ଲମ୍ପ-ସମ୍ ଗ୍ରାଣ୍ଟ” କାରଣରୁ ଲୋକେ ପିଲା ଜନ୍ମ କରିବା ପାଇଁ ଚାହୁଁନାହାଁନ୍ତି । ଦିନକୁ ଦିନ ବଢ଼ୁଥିବା ଖର୍ଚ୍ଚକୁ ଆଖି ଆଗରେ ରଖି ଶିଶୁ ଜନ୍ମ ପାଇଁ ମନ ବଳାଉନାହାନ୍ତି ଲୋକେ । ଜାପାନର ଜନ ଚିକିତ୍ସା ବୀମା ବ୍ୟବସ୍ଥା ଦ୍ୱାରା ଲୋକଙ୍କୁ କିଛି ଆର୍ଥିକ ରାଶି ସହାୟତା କଲେ ଏହି ହାର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଯେଉଁମାନଙ୍କର ଗୋଟିଏ ସନ୍ତାନ ଅଛି, ସେମାନଙ୍କୁ ମଧ୍ୟ ଆଉ ଗୋଟେ ଶିଶୁ ଜନ୍ମ ପାଇଁ ପ୍ରୋତ୍ସାହନ ଦେଉଛନ୍ତି ସରକାର । ବର୍ତ୍ତମାନ ଗୋଟିଏ ଶିଶୁ ସନ୍ତାନଟିଏ ଜନ୍ମ କରିବାକୁ ହେଲେ ହାରାହାରି ୪୭୩,୦୦୦ ୟେନ୍‌ ଖର୍ଚ୍ଚ ହେଉଛି ।

ତେବେ ଅତିରିକ୍ତ ଅନୁଦାନ ରାଶି ବୃଦ୍ଧି ହୋଇଥିଲେ ମଧ୍ୟ ପିତାମାତା ସନ୍ତାନ ଜନ୍ମ ପରେ ହସ୍ପିଟାଲରୁ ଘରକୁ ଫେରିବା ବେଳକୁ ହାରାହାରି ୩୦,୦୦୦ ୟେନ୍ ବଳକା ରାଶି ରହୁଛି, ଯାହାକି ଶିଶୁ ଯତ୍ନ ପାଇଁ ସହାୟକ ହେବ ନାହିଁ । ଯଦି ଅତିରିକ୍ତ ଅର୍ଥରାଶିକୁ ୮୦,୦୦୦ ୟେନ୍‌ ବଢ଼ାଇ ଦିଆଯାଏ, ତେବେ ଏହା ୨୦୦୯ ପରଠୁ ସର୍ବାଧିକ ବୃଦ୍ଧି ବୋଲି ବିବେଚନା କରାଯିବ ।