Advertisment

ଆଫଗାନ୍‌ ସ୍ଥିତି ସଙ୍ଗୀନ: ଘର ଜିନିଷ ବିକି ଗଣ୍ଡେ ଖାଇବାକୁ ଚେଷ୍ଟା କରୁଛନ୍ତି ଲୋକେ

ଘୋର ଆର୍ଥିକ ଦୁର୍ଦ୍ଦିନରେ ଆଫଗାନିସ୍ତାନ। ତାଲିବାନ ହାତକୁ ଶାସନ କ୍ଷମତା ଯିବା ପରେ ପୂରା ଦେଶରେ ଖେଳି ଯାଇଛି ହାହାକାର। ଖାଦ୍ୟ ପଦାର୍ଥ ସାଙ୍ଗକୁ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ଘୋର ଅଭାବ ସୃଷ୍ଟି ହୋଇଛି

Taliban

Taliban

Advertisment

କାବୁଲ: ଘୋର ଆର୍ଥିକ ଦୁର୍ଦ୍ଦିନରେ ଆଫଗାନିସ୍ତାନ। ତାଲିବାନ ହାତକୁ ଶାସନ କ୍ଷମତା ଯିବା ପରେ ପୂରା ଦେଶରେ ଖେଳି ଯାଇଛି ହାହାକାର। ଖାଦ୍ୟ ପଦାର୍ଥ ସାଙ୍ଗକୁ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ଘୋର ଅଭାବ ସୃଷ୍ଟି ହୋଇଛି। କାରବାର ବନ୍ଦ ହୋଇଯିବାରୁ ଲୋକେ ସଂପୂର୍ଣ୍ଣ ନିସ୍ୱ। ପାଖରେ ନଗଦ ଅର୍ଥ ନଥିବାରୁ ଲକ୍ଷ ଲକ୍ଷ ଲୋକ ଭୋକ ଉପାସରେ ଦିନ କାଟିବାକୁ ବାଧ୍ୟ ହେଉଛନ୍ତି। ପେଟକୁ ଦାନା ଯୋଗାଡ଼ ଲାଗି ଲୋକେ ନିଜ ନିଜର ଘରକରଣା ଜିନିଷ ଆସବାବ ପତ୍ର ବିକିବା ଆରମ୍ଭ କରିଛନ୍ତି। ଆଉ କିଛି ଲୋକ ସବୁ କିଛି ବିକିବାକି ଦେଇ ଆଫଗାନିସ୍ତାନ ଛାଡି ପଳାଇବା ଚକ୍କରରେ ଅଛନ୍ତି।

Advertisment

ରାସ୍ତାକଡ଼ରେ ପୁରୁଣା ଘରକରଣା ଜିନିଷର ପସରା। ଧୂଳିଧୁସର ରାସ୍ତାର ଉଭୟ ପାର୍ଶ୍ୱରେ ନିଜ ନିଜ ସାମଗ୍ରୀ ଧରି ଠିଆ ହୋଇଛନ୍ତି ଶହ ଶହ ଲୋକ। କିଏ ଟିଭି, ଫ୍ରିଜ୍, ଓ୍ୱାଶିଂମେସିନ ଭଳି ଇଲେକ୍ଟ୍ରୋନିକ ସାମଗ୍ରୀ ରଖି ଗ୍ରାହକଙ୍କୁ ଅପେକ୍ଷା କରିଛନ୍ତି. ତ ଆଉ କିଏ ବେଡସିଟ୍‌ ପାରି ତା ଉପରେ କପ୍, ପ୍ଲେଟ, ଫୁଲଦାନୀ ଆଦି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଠୁଳ କରିଛନ୍ତି। ସମସ୍ତଙ୍କ ମନରେ ବ୍ୟଗ୍ରତା ରହିଛି କାଳେ କେହି ଗ୍ରାହକ ମିଳିଯିବ। ଯାହା ବି ମୂଲ୍ୟ ମିଳୁ ନା କାହିଁକି ନଗଦ ଅର୍ଥ ଦରକାର। ତାଲିବାନ ଆଫଗାନିସ୍ତାନ ଉପରେ କବଜା କରିବା ପରେ ବଦଳିଯାଇଛି ରାଜଧାନୀ କାବୁଲ ସମେତ ପୁରା ଆଫଗାନିସ୍ତାନ ଦୃଶ୍ୟ।

Advertisment

ପେଟକୁ ଦାନା ନାହିଁ, ପକେଟରେ ଅର୍ଥ ନାହିଁ। ଏଣେ ନୃଶଂସ ତାଲିବାନ ଆତଙ୍କୀଙ୍କଠାରୁ ଜୀବନ ପ୍ରତି ଭୟ ଭୟ, ଆତଙ୍କ ସାଙ୍ଗକୁ ପୂରା ଦେଶରେ ଛାଇଯାଇଛି ହତାଶା । ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି ଲକ୍ଷ ଲକ୍ଷ ଆଫଗାନିସ୍ତାନ ବାସୀଙ୍କ ଭବିଷ୍ୟତ। ଘୋର ଆର୍ଥିକ ସଂକଟ ସେମାନଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। କାଲି କଣ ହେବ ଜଣା ନାହିଁ, ତେବେ ଆଜି ପେଟକୁ ଦାନା ମୁଠେ ମିଳିବା ଦରକାର। ଭୟଠୁ ଭୋକ ବଳିଯିବା ପରରେ ପାଖରେ ଯାହା ଅଛି ତାକୁ ବିକ୍ରି କରି କିଛି ନଗଦ ଅର୍ଥ ପାଇବାକୁ ଚାଲିଛି ଚେଷ୍ଟା। ଏପଟେ ଆଉ କିଛି ଲୋକଙ୍କ ଲକ୍ଷ୍ୟ ହେଉଛି ଆତଙ୍କୀଙ୍କ କବଳରୁ ଜୀବନ ବଞ୍ଚାଇ ଅନ୍ୟତ୍ର ଚାଲିଯିବା। ସେଥିଲାଗି ଘରର ସର୍ବସ୍ୱ ଆଣି ରାସ୍ତା କଡ଼ରେ ଅଜାଡ଼ି ଦେଇଛନ୍ତି। ଆଶା କିଛି ଅର୍ଥ ମିଳିଲେ ନୂଆ ରାହା ଖୋଜିବାରେ ସହାୟକ ହେବ।

କଳ କାରଖାନା ବନ୍ଦ, ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ, ଦୋକାନ ବଜାର ବି ବନ୍ଦ ତାଲିବାନର କାବୁଲ କବଜା ପରେ ମାସେ ହେଲା ଆଫଗାନିସ୍ତାନରେ ଠପ୍ ପଡିଯାଇଛି ସମସ୍ତ ଆର୍ଥିକ କାରବାର। ଅଧିକାଂଶ ସରକାରୀ ଚାକିରିଆ ଆତ୍ମଗୋପନ କରିଥିବା ବେଳେ ସେମାନଙ୍କୁ ଦରମା ମିଳିନି। ଯାହାକୁ ନେଇ ଏବେ ଚିନ୍ତାରେ ଆଫଗାନବାସୀ।

Advertisment
Taliban Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ