ରୋଗୀଣା ଝିଅର ଖୁସି ପାଇଁ ନାତୁଣୀକୁ ଜନ୍ମ ଦେଲେ ମାଆ

ଏହି ଦୁନିଆରେ ମାଆକୁ ଭଗବାନଙ୍କ ରୂପ କୁହାଯାଏ । ସନ୍ତାନ ଦୁଃଖକୁ କେବେ ବି ଦେଖିପାରେ ନାହିଁ । ନିଜ ପିଲାର ଦୁଃଖ ଦୂର କରିବା ପାଇଁ ସେ କିଛି ବି ବିପଦକୁ ନିଜ ଉପରକୁ ନେଇ ଯାଇଥାଏ । ଏବେ ସୋସିଆଲ ମିଡିଆରେ ଏକ ଖବର ବହୁତ ଭାଇରାଲ ହେବାରେ ଲାଗିଛି । ଜଣେ ମାଆ ତାହାର ରୋଗୀଣା ଝିଅକୁ ବଞ୍ଚାଇବାକୁ ଯାଇ ନାତୁଣୀକୁ ଜନ୍ମ ଦେଇଛନ୍ତି ।

ନିଜ ନାତୁଣୀକୁ ଜନ୍ମ ଦେଲେ ମହିଳା

News Summary

ନିଜ ଝିଅର ଝିଅକୁ ଜନ୍ମ ଦେଇଛି ମାଆ

ସୋସିଆଲ ମିଡିଆରେ ଖବର ହେଲା ଭାଇରାଲ

ବ୍ରାଜିଲ: ମାଆକୁ ଭଗବାନଙ୍କ ରୂପ କୁହାଯାଏ ।  ମାଆ ତା’ର ସନ୍ତାନ ଦୁଃଖକୁ କେବେ ବି ଦେଖିପାରେ ନାହିଁ । ନିଜ ପିଲାର ଦୁଃଖ ଦୂର କରିବା ପାଇଁ ସେ କିଛି ବି ବିପଦ ନିଜ ଉପରକୁ ନେଇ ଯାଇପାରେ। ଏବେ ସୋସିଆଲ ମିଡିଆରେ ଏକ ଖବର ବହୁତ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ଜଣେ ମାଆ ତାହାର ରୋଗୀଣା ଝିଅକୁ ବଞ୍ଚାଇବାକୁ ଯାଇ ନାତୁଣୀକୁ ଜନ୍ମ ଦେଇଛନ୍ତି । ଏହି ଖବରଟି ଆପଣ ଶୁଣିବା ପରେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗୁଥିବ ।

ସୂଚନା ଅନୁସାରେ,  ଯେତେବେଳେ ମାଆ ଜାଣିବାକୁ ପାଇଥିଲେ ଯେ ତାଙ୍କ ଝିଅ ସନ୍ତାନ ପ୍ରସବ କରିବାରେ ଅସମର୍ଥ ଓ ତାଙ୍କ ଝିଅର ଜୀବନ ଉପରେ ବିପଦ ଅଛି , ସେତେବେଳେ ମାଆ କଠୋର ନିଷ୍ପତ୍ତି ନେଇଥିଲେ । ସେ ନିଜ ଝିଅର ସନ୍ତାନକୁ ଜନ୍ମ ଦେବେ ବୋଲି କହିଥିଲେ । ଘଟଣାଟି ବ୍ରାଜିଲର ସେଣ୍ଟ କ୍ୟାଟ୍ରିନା ସହରର ।   53 ବର୍ଷିୟ ରୋଜିକେଲିଆ ଡି ଆବ୍ରୁ କାର୍ଲସେମ ତାଙ୍କ ଝିଅର ଝିଅକୁ ଜନ୍ମ ଦେଇଛନ୍ତି । ସମଗ୍ର ବ୍ରାଜିଲରେ ଏହି ଖବର ପ୍ରଚାର ହେବା ପରେ  ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।   ସୋସିଆଲ ମିଡିଆରେ ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

2014ରେ ରୋଜିକେଲିଆ ଡି ଆବ୍ରୁ କାର୍ଲସେମଙ୍କର ଝିଅ ଫୁସଫୁସ ଏମ୍ବୋଲାଇଜିମ୍ ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହି ରୋଗ ହେବା ଦ୍ୱାରା ଶରୀରରେ ରକ୍ତ ଜମାଟ ବାନ୍ଧିଥାଏ । ଏହିଭଳି ପରିସ୍ଥିତିରେ ଡାକ୍ତରମାନେ ଗର୍ଭଧାରଣରୁ ଦୂରରେ ରହିବାକୁ ପରାମର୍ଶ ଦେଇଥିଲେ । ଯଦି ତାଙ୍କ ଝିଅ ଭବିଷ୍ୟତରେ ମାଆ ହୁଅନ୍ତି ତାହେଲେ ତାଙ୍କ ଜୀବନ ପାଇଁ ବିପଦ ରହିଛି ବୋଲି ଡାକ୍ତର କହିଥିଲେ । ଏହି ଖବର ଜାଣିବା ପରେ ରୋଜିକେଲିଆ ଏହି ମହାନ୍ ପଦକ୍ଷେପ ନେବା ପାଇଁ ସ୍ଥିର କଲେ ।

ଏହି ନିଷ୍ପତ୍ତି ଉପରେ ରୋଜିକାଲିଆ କହିଛନ୍ତି ଯେ, ଏହା ଝିଅ ପ୍ରତି ତାଙ୍କର ଭଲପାଇବା । ସେ ତାଙ୍କ ଝିଅର ମନୋବଳ ବଢାଇବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି। ରୋଜିକାଲିଆ କୁହନ୍ତି ଯେ ମୁଁ ବହୁତ ଭାଗ୍ୟବାନ ଯେ, ମୋ ଗର୍ଭରୁ ଏକ ଝିଅ ଏବଂ ନାତୁଣୀ ଜନ୍ମ ନେଇଛନ୍ତି ।

ସୂଚନା ଅନୁସାରେ ରୋଜିକାଲିଆଙ୍କ ଝିଅ ଇନଗ୍ରିଡ୍ ଓ ତାଙ୍କ ସ୍ୱାମୀଙ୍କ ଫାବିନା ଉଭୟ ନିଜ ଝିଅକୁ ପାଖରେ ପାଇ ବହୁତ ଖୁସି ଅଛନ୍ତି । ଆଇଭିଏଫ୍(IVF)ର ଟେକ୍‌ନିକ୍‌ରେ ରୋଜିକାଲିଆ ତାଙ୍କ ନାତୁଣୀଙ୍କୁ ଜନ୍ମ ଦେଇଛନ୍ତି । ଏଥିରେ ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା।