Advertisment

ଆଗକୁ ଭୟଙ୍କର ବିପଦ ଆଣିବ AI ! ଏମିତି ଚେତାବନୀ ଦେଇ ଗୁଗଲ୍‌ ଛାଡ଼ିଲେ ‘AI ର ଗଡ୍‌ଫାଦର’

ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସି(Artificial intelligence-AI)ର ଗଡ୍‌ଫାଦର କୁହାଯାଉଥିବା ଜିଓଫ୍ରେ ହିଣ୍ଟନ(Geoffrey Hinton) ଟେକ୍‌ କମ୍ପାନୀ ଗୁଗଲ୍‌(Google)ରୁ ଇସ୍ତଫା ଦେଇଛନ୍ତି।

ଅଦ୍ୟତନ ହୋଇଛି
Godfather of AI Leaves Google

The Godfather of AI Leaves Google

Advertisment

ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସି(Artificial intelligence-AI)ର ଗଡ୍‌ଫାଦର କୁହାଯାଉଥିବା ଜିଓଫ୍ରେ ହିଣ୍ଟନ(Geoffrey Hinton) ଟେକ୍‌ କମ୍ପାନୀ ଗୁଗଲ୍‌(Google)ରୁ ଇସ୍ତଫା ଦେଇଛନ୍ତି। ଏଆଇକୁ ବିକଶିତ କରିବାରେ ପ୍ରାରମ୍ଭରେ ଯେଉଁମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ସେମାନଙ୍କ ମଧ୍ୟରେ ହିଣ୍ଟନ ଅନ୍ୟତମ। ୨୦୧୨ ମସିହାରେ ଟୋରେଣ୍ଟୋ ବିଶ୍ୱବିଦ୍ୟାଳୟରେ ହିଣ୍ଟନ ଓ ତାଙ୍କର ୨ ଜଣ ଗ୍ରାଜୁଏଟ୍‌ ଛାତ୍ର ଏମିତି ଟେକ୍ନୋଲୋଜି ବାହାର କଲେ ଯାହା ଏଆଇ ସିଷ୍ଟମ ପାଇଁ ବୌଦ୍ଧିକ ଭିତ୍ତିଭୂମି ସାବ୍ୟସ୍ତ ହୋଇଥିଲା। ଯାହାକୁ ଟେକ୍‌ ଇଣ୍ଡଷ୍ଟ୍ରିର ବଡ଼ ବଡ଼ କମ୍ପାନୀମାନେ ସେମାନଙ୍କର ଭବିଷ୍ୟତର ଚାବି ବୋଲି ଭାବି ନେଇଛନ୍ତି।

Advertisment

ଆପଣ ସମସ୍ତେ ଚାଟ୍‌ ଜିପିଟି ସମ୍ପର୍କରେ ହୁଏତ ଶୁଣିଥିବେ। ଏହା ଏକ AI ଟୁଲ୍‌। ଏହାର ବ୍ୟବହାର ଫଳରେ କାର୍ଯ୍ୟ ସବୁ ପୂର୍ବ ଅପେକ୍ଷା ସହଜ ହୋଇଛି। ଗୋଟିଏପଟେ ସମସ୍ତେ AIକୁ ନେଇ ଉତ୍ସାହିତ ଥିବାବେଳେ ଅନ୍ୟପଟେ ଏହାକୁ ବଡ଼ ଭୁଲ୍‌ ବୋଲି ଏହାର ଗଡ୍‌ଫାଦର ଜିଓଫ୍ରେ ହିଣ୍ଟନ କହିଛନ୍ତି। ଏହା ଭବିଷ୍ୟତରେ ବଡ଼ ବିପଦ ସାବ୍ୟସ୍ତ ହୋଇପାରେ ବୋଲି ସେ କହିଛନ୍ତି। 

ନିଜ କାମ ପାଇଁ ପଶ୍ଚାତାପ କରୁଛନ୍ତି...

ଏକ ସାକ୍ଷାତକାରରେ ହିଣ୍ଟନ କହିଛନ୍ତି, ଏକ ଦଶନ୍ଧିରୁ ଅଧିକ ସମୟ ଧରି ଗୁଗଲ୍‌ରେ କାର୍ଯ୍ୟ କରିବା ପରେ ସେ ଗୁଗଲ୍‌ରୁ ଇସ୍ତଫା ଦେଇଛନ୍ତି। ଫଳରେ ବର୍ତ୍ତମାନ ସେ AI ର ବିପଦ ସମ୍ପର୍କରେ ଖୋଲାଖୋଲି ମତ ରଖିପାରିବେ। ଏହାସହ AI କୁ ନେଇ ଥିବା ବିପଦ ସମ୍ପର୍କରେ ହିଣ୍ଟନ ଆଗକୁ ବଡ଼ ଖୁଲାସା କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଖାଲି ଏତିକି ନୁହେଁ AI ଟେକ୍ନୋଲୋଜି ବାହାର କରିବା ନେଇ ହିଣ୍ଟନ ପଶ୍ଚାତାପ ମଧ୍ୟ କରିଛନ୍ତି। ଏହା ତାଙ୍କର ବଡ଼ ଭୁଲ୍‌ ଥିଲା ବୋଲି ସେ କହିଛନ୍ତି।

Advertisment

ତଥାପି ସେ ନିଜକୁ ସାନ୍ତ୍ୱନା ଦେଇ କହିଛନ୍ତି ଯେ, ସେ ଯଦି ଏହି କାମ କରିନଥାନ୍ତେ, ହୁଏତ ଆଉ କିଏ ଏହା କରିଥାନ୍ତେ। ହିଣ୍ଟନ କହିଛନ୍ତି, ବର୍ତ୍ତମାନ କମ୍ପାନୀ ଗୁଡ଼ିକ ଚାଟ୍‌ଜିପିଟି ଭଳି ଟୁଲ୍‌ ବାହାର କରିବା ପାଇଁ ପାଗଳ ଭଳି ହେଉଛନ୍ତି। ଆଉ ଏହି କ୍ଷେତ୍ରରେ ପ୍ରତିଯୋଗିତାକୁ ମଧ୍ୟ ରୋକିବା ସମ୍ଭବପର ନୁହେଁ। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି , ଏଭଳି ଟୁଲ୍‌ ଆସିବା ପରେ ଭୁଲ୍‌ ସୂଚନା ଦ୍ରୁତ ଗତିରେ ବୃଦ୍ଧି ପାଇବ ଓ ପ୍ରକୃତ ସତ କ’ଣ ତାହା କେହିବି କହିପାରିବେ ନାହିଁ। ଏଭଳି ସ୍ଥିତିରେ ଭୁଲ୍ ଲୋକଙ୍କୁ କିପରି AI କୁ ଖରାପ ବ୍ୟବହାରରୁ ରୋକା ଯାଇପାରିବ ତାହା ମଧ୍ୟ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବ। 

ଲୋକଙ୍କ ପାଇଁ ବିପଦ AI...

ଲୋକଙ୍କ ମନରେ ଭୟ ଆଶା ବାନ୍ଧିଛି ଯେ, ଏଆଇ ଏକ ବିପଦପୂର୍ଣ୍ଣ ଜିନିଷ। ଏହାଦ୍ୱାରା ଖୁବ୍‌ଶୀଘ୍ର ଚାକିରି କ୍ଷେତ୍ରରେ ବଡ଼ ବିପଦ ଆସିପାରେ। ଖାଲି ଚାକିରି କ୍ଷେତ୍ରରେ ନୁହେଁ ଏହା ଲୋକଙ୍କ ପାଇଁ ବିପଦ ବୋଲି ମଧ୍ୟ କୁହାଯାଉଛି। ହିଣ୍ଟନଙ୍କ କହିବା ଅନୁସାରେ, ଖରାପ ଜିନିଷ ପାଇଁ ଆପଣ ଖରାପ ଲୋକଙ୍କୁ ଏହାର (AI) ବ୍ୟବହାର କରିବାରେ କିପରି ଅଟକାଇ ପାରିବେ ? ଯାହାକି ବଡ଼ ମୁସ୍କିଲ୍‌। 

Advertisment

ଚିନ୍ତାରେ ଟେକ୍‌ ଲିଡର୍ସ...

ସାନ୍ ଫ୍ରାନ୍ସିସ୍କୋର ଷ୍ଟାର୍ଟଅପ୍‌ ଓପନ୍‌ଏଆଇ ପକ୍ଷରୁ ମାର୍ଚ୍ଚରେ ଚାଟ୍‌ଜିପିଟିର ଏକ ନୂଆ ଭର୍ସନ ଜାରି ପରେ, ୧,୦୦୦ରୁ ଅଧିକ ଟେକ୍‌ ଲିଡର୍ସ ଓ ଗବେଷକମାନେ ନୂଆ ସିଷ୍ଟମର ବିକାଶ ପାଇଁ ୬ ମାସର Moratorium ଲାଗୁ ପାଇଁ ଦାବି କରିଛନ୍ତି। ଏଥିପାଇଁ ସେମାନେ ଏକ ଓପନ୍‌ ଲେଟର୍‌ରେ ଦସ୍ତଖତ ମଧ୍ୟ କରିଥିଲେ। ଯେଉଁଥିରେ କୁହାଯାଇଥିଲା ଏଆଇ ଟେକ୍‌ ‘ସମାଜ ଓ ମନୁଷ୍ୟ ପାଇଁ ବଡ଼ ବିପଦ ସୃଷ୍ଟି କରୁଛି’।

Google
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ