Operation Sindoor
ଗତକାଲିର ଏୟାରଷ୍ଟ୍ରାଇକ ପରେ ସାମ୍ନାକୁ ଆସିଛି ଆଉ କିଛି ସାଟେଲାଇଟ୍ ଇମେଜ୍ । ଭାରତର ଆକ୍ରମଣରେ କିଭଳି ଧ୍ୱସ୍ତବିଧ୍ୱସ୍ତ ପାକିସ୍ତାନର ମୁରିଦକେ ସ୍ଥିତ ମରକଜ ତୈବା । ତାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି । ସାଟେଲାଇଟ ଇମେଜରୁ ପୂର୍ବ ଓ ପର ସ୍ଥିତି ବୁଝାପଡୁଛି।
ଅଧିକ ପଢ଼ନ୍ତୁ: କେମିତି ହୋଇଥିଲା ଏୟାରଷ୍ଟ୍ରାଇକ; କହିଲେ ୱିଙ୍ଗ କମାଣ୍ଡର ବ୍ୟୋମିକା ଓ କର୍ଣ୍ଣେଲ ସୋଫିଆ କ୍ୟୁରେସୀ
ଫଟୋରୁ ଜଣାପଡୁଛି କିଭଳି ଭାରତୀୟ ବୀର ଯବାନଙ୍କ ଆକ୍ରମଣରେ ଛାରଖାର ହୋଇଛି ମୁରିଦକେ ଅଞ୍ଚଳ। ଏହି ଅଞ୍ଚଳର ମରକଜ ତୈବା ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବାର ଥିଲା ମୁଖ୍ୟାଳୟ। ପୁଣି 26-11 ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍ ସଇଦର ଗଡ଼।
ଏଥିସହ ପାକିସ୍ତାନରେ ଲସ୍କରର ସବୁଠୁ ବଡ଼ ଆତଙ୍କବାଦୀ ଟ୍ରେନିଂ କ୍ୟାମ୍ପ। ଏଇଠୁ ଟ୍ରେନିଂ ନେଇଥିଲେ ମୁମ୍ବାଇ ଆକ୍ରମଣର ଆତଙ୍କୀ ଅଜମାଲ କସାବ, ଷଡ଼ଯନ୍ତ୍ରକାରୀ ଡେଭିଡ୍ କୋଲମ୍ୟାନ୍ ହେଡଲି ଓ ତହାୱୁର ହୁସେନ୍ ରାଣା। ଓସାମା ବିନ୍ ଲାଡେନର ଆର୍ଥିକ ଅନୁଦାନରେ 2000 ମସିହାରୁ 82 ଏକର ଇଲାକାରେ ପ୍ରତିଷ୍ଠିତ ଲସ୍କର ଏ ତୋଇବାର ଏ ପେଣ୍ଠ ସ୍ଥଳୀକୁ ଆତଙ୍କବାଦୀଙ୍କ ନର୍ସରୀ ବୋଲି କୁହାଯାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746671130.jpg)