Advertisment

ୟୁକ୍ରେନ୍ ସଂକଟ: ପଡିରହିଛି ଚାଦର ଘୋଡ଼ା ଗଣ୍ଡା ଗଣ୍ଡା ଶବ

ଚାରିଆଡ଼େ ଶ୍ମଶାନର ହାହାକାର ଦେଖାଯାଉଥିବା ବେଳେ ଖାଲି ବିନାଶ ଆଉ ବିନାଶର ଚିତ୍ର ମନକୁ ଆନ୍ଦୋଳିତ କରୁଛି। ଚାରିଆଡେ ଧୂଆଁ, ଧ୍ୱସ୍ତବିଧ୍ୱସ୍ତ କୋଠା। କୋଉଠି ଜିମ୍ ଜଳୁଛି ତ ପୁଣି କୋଉଠି ଛିନ୍‌ଛତ୍ର ହୋଇ ପଡିଛି ରାସ୍ତାଘାଟ ଓ ଦୋକାନ ବଜାର।

The crisis of Ukraine

The crisis of Ukraine

Advertisment

ନୂଆଦିଲ୍ଲୀ: ଆଠ ଦିନର ଯୁଦ୍ଧରେ ଅସମ୍ଭବ କ୍ଷତି ସହିଲାଣି ୟୁକ୍ରେନ୍, ଅକଥନୀୟ ଦୁର୍ଦ୍ଦଶା ଭୋଗିଲେଣି ଅଗଣିତ ୟୁକ୍ରେନ୍‌ବାସୀ। ଦେଶର ଦକ୍ଷିଣରେ ଥିବା ଖେର୍ସନ ସହରକୁ ଋଷୀୟ ସେନା ସମ୍ପୂର୍ଣ୍ଣ କବ୍ଜା କରିଥିବାବେଳେ, ପୂର୍ବରେ ଦ୍ୱିତୀୟ ବଡ଼ ସହର ଖାର୍କିଭ୍ ମାଟିରେ ମିଶିଲାଣି କହିଲେ ଚଳେ। ଋଷ୍‌ ସେନା ରାଜଧାନୀ କିଭ୍ ଠାରୁ ମାତ୍ର ୩୦ କିଲୋମିଟର ଦୂରରେ ଥିଲେ ବି, ଆକାଶମାର୍ଗରୁ ଅନବରତ ଆକ୍ରମଣ ହେଉଛି। ସରକାରୀ ଓ ସାମରିକ ଭିତ୍ତିଭୂମି ଏବଂ ଜନବସତିକୁ ନେଇ ଆଶଙ୍କା କରାଯାଉଛି, ଆଗକୁ ଯୁଦ୍ଧ ଆହୁରି ଅଧିକ ଭୟଙ୍କର ହୋଇପାରେ।

Advertisment

ଚାରିଆଡ଼େ ଶ୍ମଶାନର ହାହାକାର ଦେଖାଯାଉଥିବା ବେଳେ ଖାଲି ବିନାଶ ଆଉ ବିନାଶର ଚିତ୍ର ମନକୁ ଆନ୍ଦୋଳିତ କରୁଛି। ଚାରିଆଡେ ଧୂଆଁ, ଧ୍ୱସ୍ତବିଧ୍ୱସ୍ତ କୋଠା। କୋଉଠି ଜିମ୍‌ ଜଳୁଛି ତ ପୁଣି କୋଉଠି ଛିନ୍‌ଛତ୍ର ହୋଇ ପଡିଛି ରାସ୍ତାଘାଟ ଓ ଦୋକାନ ବଜାର। କାର୍ ଓ ଟ୍ୟାଙ୍କ୍ ଆଦି ଅଧାଜଳା ଅବସ୍ଥାରେ ପଡି ରହିଥିବା ବି ଦେଖାଯାଏ। ପଡିରହିଛି ଚାଦର ଘୋଡ଼ା ଗଣ୍ଡା ଗଣ୍ଡା ଶବ, ଆଉ ତା’ ଭିତରେ କୋହ ଆଉ ଲୁହର ହୃଦୟ ବିଦାରକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି।

ୟୁକ୍ରେନ୍ ରାଜଧାନୀ କିଭ୍ ଓ ଦ୍ୱିତୀୟ ବୃହତ୍ତମ ସହର ତଥା ବାଣିଜ୍ୟିକ ପେଣ୍ଠସ୍ଥଳ ଖାର୍‌ଖିଭ୍‌ର ଏକ କୋଠା ଯାହା ଦିନେ ସମସ୍ତଙ୍କୁ ଆଶ୍ରୟ ଦେଉଥିଲା ଓ ଏହାର ଛାତ ଦିନେ ସୁରକ୍ଷା ଦେଉଥିଲା, ଆଉ ଶଯ୍ୟା ଦିନେ ଆଣି ଦେଉଥିଲା ସୁଖନିଦ୍ରା ତାହା ଆଖି ଆଗରେ ଛାରଖାର ହୋଇଯାଇଛି। ଋଷ୍‌ ଆକ୍ରମଣ ପରେ ଏଯାଏଁ ୧୦ ଲକ୍ଷରୁ ଅଧିକ ଲୋକ ୟୁକ୍ରେନ୍ ଛାଡ଼ିଥିବା ବେଳେ, ଯେଉଁମାନେ ଓ୍ୱାର୍‌ ଜୋନ୍‌ରେ ଫସିରହିଛନ୍ତି, ସେମାନଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳରେ ଦିନ କାଟିବାକୁ ପଡ଼ୁଛି। ସେମାନଙ୍କ ଭିତରେ ବହୁ ଶିଶୁ ଓ ନବଜାତ ବି ଅଛନ୍ତି।

Advertisment

ୟୁକ୍ରେନ୍ ଉପରେ ଋଷିଆ ଆକ୍ରମଣକୁ ସପ୍ତାହେ ବିତିଲାଣି। ଯେତେ ଯେତେ ଦିନ ଗଡ଼ୁଛି, ଯୁଦ୍ଧ ସହ ତାଳ ଦେଇ ଯନ୍ତ୍ରଣା ବି ବଢ଼ୁଛି। ଖାର୍କିଭ୍ ଧ୍ୱଂସ୍ତସ୍ତୁପରେ ପରିଣତ ହୋଇଥିବା ବେଳେ, କିଭ୍ ବି ମିଜାଇଲ୍ ଆକ୍ରମଣରେ ଭୁଶୁଡ଼ିବା ଉପରେ। ସହରକୁ ସେନା ପଶିପାରିନି ସତ, ହେଲେ ମିଜାଇଲ୍ ମାଡ଼ରେ ଆଖିପିଛୁଳାକେ ଧୂଳିସାତ୍ ହୋଇଯାଉଛି ଅନେକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି (ଟାଓ୍ୱାର୍)।

ତେବେ ଦେଶର ପ୍ରଥମ ପ୍ରମୁଖ ସହର ଭାବେ ବ୍ଲାକ୍ ସି ତଟସ୍ଥ ବନ୍ଦରନଗରୀ ଖେର୍ସନ୍‌କୁ ସମ୍ପୂର୍ଣ୍ଣ କବ୍ଜା କରିଛି ଋଷୀୟ ସେନା। କିଭ୍, ଖାର୍କିଭ୍ ଓ ଖେର୍ସନ ସମେତ ୪-୫ଟି ସହରର ସ୍ଥିତି ସଂଗୀନ, ତଥାପି କୁହାଯାଉଛି ଯେ ଇଏ ତ ଟ୍ରେଲର୍ ମାତ୍ର। ତେବେ ୟୁକ୍ରେନ୍ କବ୍ଜା ପାଇଁ ପୁଟିନ ପୂର୍ଣ୍ଣବଳ ଖଟାଇଲେ ବିଭୀଷିକା ଆହୁରି ଦାରୁଣ, ଆହୁରି ଦୟନୀୟ ହେବ। ପରମାଣୁ ଅସ୍ତ୍ର ପ୍ରୟୋଗ ଆଶଙ୍କାକୁ ଏଡ଼ାଇ ହେବ ନାହିଁ।

Advertisment

ପ୍ରକାଶଥାଉ ଯେ ଫେବୃଆରୀ ୨୪ରେ ୟୁକ୍ରେନ୍ ଆକ୍ରମଣ କରିଥିଲା ଋଷ୍‌। ସେବେଠୁ ଯୁଦ୍ଧରେ ୨ ହଜାରରୁ ଅଧିକ ସାଧାରଣ ଲୋକ ଆଖିବୁଜିଲେଣି। ଅନ୍ୟପକ୍ଷରେ ୯ ହଜାର ଋଷୀୟ ସୈନ୍ୟଙ୍କୁ ମାରିଥିବା ୟୁକ୍ରେନ୍ ଦାବି କରୁଥିବା ବେଳେ, ଋଷ୍‌ ଏହି ସଂଖ୍ୟାକୁ ୪୯୮ ବୋଲି କହୁଛି। ଏଭଳି ମୃତ୍ୟୁର ଖେଳ ଭିତରେ ବି ସାମ୍ନାକୁ ଆସିଛି କିଛି ରୋଚକ ଭିଡିଓ।

ଏହାରି ଭିତରେ ୟୁକ୍ରେନ୍‌ର ବିଭିନ୍ନ ସହରରେ ଋଷ୍‌ ସେନା ଗୀତ ଗାଇ ଲୋକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରୁଥିବା ଦେଖିବାକୁ ମିଳୁଛି। କେଉଁ ସ୍ଥାନରେ କିଛି ୟୁକ୍ରେନୀୟ ଋଷ୍‌ ସୈନ୍ୟଙ୍କୁ ବ୍ରେଡ୍ ଖାଇବାକୁ ଦେଉଛନ୍ତି। ସେହିଭଳି ଏକ ଦୃଶ୍ୟରେ କିଛି ସାଧାରଣ ୟୁକ୍ରେନ୍ ନାଗରିକ ଋଷୀ ଟ୍ୟାଙ୍କକୁ କବ୍ଜା କରି, ସେଥିରେ ବସି ବୁଲିବାକୁ ବାହାରିଥିବା ଦେଖାଯାଇଛି।

Ukraine Russia War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ