Advertisment

ଥାଇଲାଣ୍ଡରେ ନରସଂହାର: ଆଖିବୁଜା ଗୁଳିରେ ଲୋଟିପଡ଼ିଲେ ୨୨ ନିରୀହ ଶିଶୁ

ନିଦ ଭାଙ୍ଗିବା ଆଗରୁ ନିସ୍ତେଜ ହୋଇଯାଇଥିଲା ଅନେକ କୋମଳମତିଙ୍କ ରକ୍ତ ଜୁଡ଼ବୁଡ଼ୁ ଦେହ।

Thailand nursery attack

Thailand nursery attack

Advertisment

କେଉଁଠି ଆତଙ୍କର ସ୍ୱର, ତ ଆଉ କେଉଁଠି ବୁକୁଫଟା ଚିତ୍କାର... ଏବେ ଯେଉଁଠି ଆମ୍ବୁଲାନ୍ସର ସାଇରନ୍ ଶୁଭୁଛି, ସେଠି କିଛି ସମୟ ତଳେ ଶୁଭୁଥିଲା ଆତତାୟୀର ବନ୍ଧୁକର ଗର୍ଜନ। ଲୋକେ ପ୍ରଥମେ ଭାବିଲେ ଆତସବାଜି ଚାଲିଛି, ହେଲେ ଘଟଣା କଣ ଜଣାପଡ଼ିବା ବେଳକୁ ଆତତାୟୀର ଆଖିବୁଜା ଗୁଳିରେ ଲୋଟିପଡ଼ିଥିଲେ ବହୁ ନିରୀହ ଶିଶୁ ଓ ପ୍ରାପ୍ତବୟସ୍କ ପୁରୁଷ-ମହିଳା। ଥାଇଲାଣ୍ଡ୍‌ରେ ଘଟିଛି ଏଭଳି ବର୍ବର ଗଣହତ୍ୟା। ନୋଙ୍ଗ୍ ବୁଆ ଲାମ୍ପୁ ପ୍ରଦେଶର ଏକ ପ୍ରି-ସ୍କୁଲ ଡେ କେୟାର୍ ସେଣ୍ଟରରେ ଘଟିଛି ନାରକୀୟ ଗୁଳିକାଣ୍ଡ। ଆଉ କାଣ୍ଡ ଭିଆଇଥିବା ବର୍ବର ପିଶାଚ ହେଲା- ପାନ୍ୟା ଖାମ୍ରାବ୍, ଜଣେ ପୂର୍ବତନ ପୋଲିସ ଅଧିକାରୀ। 

Advertisment

ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଗତବର୍ଷ ଚାକିରି ହରାଇଥିବା ୩୪ ବର୍ଷୀୟ ପାନ୍ୟା ଆଜି ମଧ୍ୟାହ୍ନରେ ଡେ କେୟାର୍ ସେଣ୍ଟରକୁ ଆସିଥିଲା ହାତରେ ବନ୍ଧୁକ ଓ ଛୁରି ଧରି। ପ୍ରଥମେ ୪-୫ ଜଣ କର୍ମଚାରୀଙ୍କୁ ଗୁଳି କରିବା ପରେ, ସିଧା ପଶିଲା ପିଲାଙ୍କ ଶୋଇବା ଘର ଭିତରେ। ଅଚିନ୍ତା ନିଦରେ ଶୋଇଥିବା କୁନି କୁନି ପିଲାଙ୍କ ଉପରକୁ ଗୁଳି ଚଳାଇବା ସହ ଛୁରୀରେ ବି ଆକ୍ରମଣ କରିଥିଲା ଏହି ଦୁର୍ବୃତ୍ତ। 

ନିଦ ଭାଙ୍ଗିବା ଆଗରୁ ନିସ୍ତେଜ ହୋଇଯାଇଥିଲା ଅନେକ କୋମଳମତିଙ୍କ ରକ୍ତ ଜୁଡ଼ବୁଡ଼ୁ ଦେହ। ଏଭଳି ଅତର୍କିତ ଆକ୍ରମଣରେ ୨୨ ଶିଶୁଙ୍କ ସମେତ ମୋଟ ୩୪ ଜଣଙ୍କ ଜୀବନ ଯାଇଥିବା ବେଳେ, ମୃତକଙ୍କ ମଧ୍ୟରେ ୨ ବର୍ଷୀୟ ଶିଶୁ ଓ ଗର୍ଭବତୀ ଶିକ୍ଷୟିତ୍ରୀ ମଧ୍ୟ ଅଛନ୍ତି। ଏଭଳି ନରକୀୟ କାଣ୍ଡ ଭିଆଇବା ପରେ, ପୋଲିସ ଯେତେବେଳେ ହତ୍ୟାକାରୀକୁ ଖୋଜିବୁଲୁଥିଲା, ସେତେବେଳେ ସେ ଘରେ ନିଜ ପତ୍ନୀ ଓ ପିଲାଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଦେଇଥିବା ସୂଚନା ମିଳିଛି। ଏହି ଗଣହତ୍ୟା ପଛର କାରଣ ଜଣାପଡ଼ିନଥିବା ବେଳେ, ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଥାଇଲ୍ୟାଣ୍ଡ୍ ପ୍ରଧାନମନ୍ତ୍ରୀ।

Advertisment

ତେଣେ ମେକ୍ସିକୋରେ ବି ପୁଣି ମାସ୍ ସୁଟିଂ। ସାନ୍ ମିଗୁଏଲ୍ ଟୋଟୋଲାପାନ୍ ସହରର ସିଟି ହଲ୍ କାନ୍ଥରେ ସ୍ପଷ୍ଟ ବାରି ହେଉଛି ଶତାଧିକ ଗୁଳି ମାଡ଼ର ଚିହ୍ନ। ସିଟି ହଲ୍ ଆଗରେ ଆଖିବୁଜା ଗୁଳିଚାଳନାରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ୩ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଛନ୍ତି ଖୋଦ୍ ସିଟି ମେୟର୍ କୋନ୍ରାଡ଼ୋ ମେଣ୍ଡୋଜା ଆଲମେଡ଼ା। ଏଥିରେ ଜଣେ ୧୨ ବର୍ଷରୁ କମ୍ ବୟସ୍କ ନାବାଳକର ମଧ୍ୟ ଜୀବନ ଯାଇଛି। ଗତକାଲି ସନ୍ଧ୍ୟାରେ ଘଟିଥିବା ଏହି ଗୁଳିକାଣ୍ଡ ପୂର୍ବରୁ, ମେୟରଙ୍କ ଘରେ ତାଙ୍କ ବାପା ତଥା ପୂର୍ବତନ ମେୟର୍ ଜୁଆନ୍ ମେଣ୍ଡୋଜା ଆକୋଷ୍ଟାଙ୍କୁ ହତ୍ୟା କରାଯାଇଥିବାରୁ ଏହି ଘଟଣା ସହିତ ସଂଘଟିତ ଅପରାଧର ଲିଙ୍କ୍ ଥିବା ସନ୍ଦେହ କରୁଛି ପୋଲିସ।

ଡ୍ରଗ୍ସ କାରବାରରେ ସଂପୃକ୍ତ ଟକିଲେରୋସ୍ ଗ୍ୟାଙ୍ଗ୍‌ର ଏଥିରେ ହାତ ଥିବା ଅନୁମାନ କରାଯାଉଛି। ଟକିଲେରୋସ୍ ଗ୍ୟାଙ୍ଗ୍ ଏହି ହତ୍ୟାକାଣ୍ଡ ପରେ ଭିଡିଓ ଜାରି କରି ପୁଣି ନିଜ ଇଲାକାକୁ ଫେରିଥିବା ଦାବି କରିଛି। ହତ୍ୟାକାରୀକୁ ଖୋଜିବା ପାଇଁ ସହରରେ ସେନା ମୁତୟନ କରାଯାଇଛି। ଗତ କିଛି ସପ୍ତାହ ଧରି ମେକ୍ସିକୋରେ ବାରମ୍ବାର ଏଭଳି ଗୁଳିକାଣ୍ଡ ଓ ଗଣହତ୍ୟା ଘଟଣା ସାମ୍ନାକୁ ଆସୁଛି। ସୂଚନା ଅନୁସାରେ, ୨୦୧୮ରେ ଅତି କମ୍‌ରେ ୩ ଡଜନ୍ ମେୟର୍, ପୂର୍ବତନ ମେୟର ଓ ମେୟର୍ ପ୍ରାର୍ଥୀଙ୍କୁ ମେକ୍ସିକୋରେ ହତ୍ୟା କରାଯାଇଥିଲା।

Advertisment
Thailand Nursery Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ