Advertisment

Tension Escalates: ଜରୁରୀକାଳୀନ ପରିସ୍ଥିତି ଜାରି କଲା ଥାଇଲାଣ୍ଡ, ଦୁଇ ଦେଶ ମଧ୍ୟରେ ଘନଉଛି ଉତ୍ତେଜନା

ଥାଇଲାଣ୍ଡ ସରକାର ସୀମାନ୍ତବର୍ତ୍ତୀ ଦୁଇଟି ପ୍ରଦେଶର ୮ଟି ଜିଲ୍ଲାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଏହି ଅଞ୍ଚଳଗୁଡ଼ିକ କାମ୍ବୋଡ଼ିଆ ରକେଟ ଆକ୍ରମଣ କରିବାର ଆଶଙ୍କା ରହିଛି । ଥାଇ ନାଗରିକମାନେ ଯାତ୍ରାରୁ ବିରତ ରହିବା ସହ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । ସରକାରଙ୍କ ନିର୍ଦ୍ଦେଶ ମାନିବାକୁ ମଧ୍ୟ କୁହାଯାଇଛି ।

tension

tension

Advertisment

ଥାଇଲାଣ୍ଡ ଓ କାମ୍ବୋଡ଼ିଆ ମଧ୍ୟରେ ସୀମାନ୍ତ ବିବାଦ ତୀବ୍ର ହେବା ପରେ ଥାଇଲାଣ୍ଡ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି (State of Emergency) ଘୋଷଣା କରିଛି। ଦୀର୍ଘଦିନ ଧରି ଥିବା ସୀମାନ୍ତ ବିବାଦ ଓ ସାଂପ୍ରତିକ ସଂଘର୍ଷ ଯୋଗୁଁ ଉତ୍ତେଜନା ସୃଷ୍ଟି ହୋଇଛି।

Advertisment

ଥାଇଲାଣ୍ଡ ସରକାର ସୀମାନ୍ତବର୍ତ୍ତୀ ଦୁଇଟି ପ୍ରଦେଶର ୮ଟି ଜିଲ୍ଲାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଏହି ଅଞ୍ଚଳଗୁଡ଼ିକରେ କାମ୍ବୋଡ଼ିଆ ରକେଟ ଆକ୍ରମଣ କରିବାର ଆଶଙ୍କା ରହିଛି । ଥାଇ ନାଗରିକମାନେ ଯାତ୍ରାରୁ ବିରତ ରହିବା ସହ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । ସରକାରଙ୍କ ନିର୍ଦ୍ଦେଶ ମାନିବାକୁ ମଧ୍ୟ କୁହାଯାଇଛି ।

କାମ୍ବୋଡ଼ିଆ ଦ୍ୱାରା ବିଏମ-୨୧ ରକେଟ ଓ କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ଥାଇଲାଣ୍ଡରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି । ୧୪ ଜଣ ନାଗରିକ ଓ ଜଣେ ସୈନିକଙ୍କର ମୃତ୍ୟୁ ଘଟିଥିବା ବେଳେ ୪୬ ଜଣ ଆହତ ହୋଇଛନ୍ତି। ଏହା ସହିତ ଏକ ପେଟ୍ରୋଲ ଷ୍ଟେସନ, ହସ୍ପିଟାଲ ଓ ନାଗରିକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

Advertisment

ଥାଇଲାଣ୍ଡ ସରକାର ନାଗରିକମାନଙ୍କୁ ସୀମାନ୍ତ ଅଞ୍ଚଳକୁ ଯାତ୍ରା ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକା, ଚୀନ, ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡ ମଧ୍ୟ ନିଜ ନାଗରିକମାନଙ୍କୁ ସୀମାନ୍ତ ଅଞ୍ଚଳରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି।

ଗତ ୨୩ ତାରିଖରେ ଥାଇ ସୈନିକମାନେ ସୀମାନ୍ତରେ ଲାଣ୍ଡମାଇନ ବିସ୍ଫୋରଣରେ ଆହତ ହେବା ପରେ ଥାଇଲାଣ୍ଡ କାମ୍ବୋଡ଼ିଆ ରାଷ୍ଟ୍ରଦୂତଙ୍କୁ ବାହାର କରିଥିଲା ଓ ନିଜ ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର କରିନେଇଥିଲା। ଏହା ପରେ ଜୁଲାଇ ୨୪ରେ ସୀମାରେ ଗୁଳିବିନିମୟ ଆରମ୍ଭ ହୋଇଥିଲା।

Advertisment

ଥାଇଲାଣ୍ଡ ଏଫ-୧୬ ଯୁଦ୍ଧବିମାନ ବ୍ୟବହାର କରି କାମ୍ବୋଡ଼ିଆର ସାମରିକ ଲକ୍ଷ୍ୟସ୍ଥଳରେ ଆକାଶମାର୍ଗରୁ ଆକ୍ରମଣ କରିଛି । କାମ୍ବୋଡ଼ିଆ ବିଏମ-୨୧ ରକେଟ ଓ ଭାରୀ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଛି । ଥାଇ ଉପରେ ଆକ୍ରମଣରେ ନାଗରିକମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ।

କାମ୍ବୋଡ଼ିଆ ପ୍ରଧାନମନ୍ତ୍ରୀ ହୁନ ମାନେଟ ଜାତିସଂଘ ନିରାପତ୍ତା ପରିଷଦରେ "ଥାଇଲାଣ୍ଡର ଆଗ୍ରେସନ" ରୋକିବା ପାଇଁ ଜରୁରୀ ବୈଠକ ଡାକିବାକୁ ଅନୁରୋଧ କରିଛନ୍ତି। ଜାତିସଂଘ ନିରାପତ୍ତା ପରିଷଦ ଏହି ବିଷୟରେ ଆଲୋଚନା କରିବାକୁ ନିଷ୍ପତ୍ତି ନେଇଛି।

ଆସିଆନର ଅଧ୍ୟକ୍ଷ ଥିବା ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ଉଭୟ ଦେଶକୁ ଯୁଦ୍ଧବିରତି ପାଇଁ ଆହ୍ୱାନ ଦେଇଛନ୍ତି ଏବଂ ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ଥାଇଲାଣ୍ଡ ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ବର୍ତ୍ତମାନ ପାଇଁ ପ୍ରତ୍ୟାଖ୍ୟାନ କରିଛି। ଆମେରିକା ମଧ୍ୟ ତୁରନ୍ତ ସଂଘର୍ଷ ବନ୍ଦ କରିବାକୁ ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆହ୍ୱାନ ଦେଇଛି ।

କାମ୍ବୋଡ଼ିଆର ଘନିଷ୍ଠ ସହଯୋଗୀ ଚୀନ ଉଭୟ ଦେଶକୁ ଶାନ୍ତି ଆଲୋଚନା ପାଇଁ ଉତ୍ସାହିତ କରିବା ସହ ମଧ୍ୟସ୍ଥତାରେ ସହାୟକ ହେବାକୁ ପ୍ରସ୍ତୁତ ବୋଲି କହିଛି। ଦୁଇ ଦେଶ ମଧ୍ୟରେ ଏବେ ଉତ୍ତେଜନା ବଢ଼ିବାରେ ଲାଗିଛି । କହିବାକୁ ଗଲେ ଯୁଦ୍ଧ ଆଡ଼କୁ ମୁହାଁଇଲେଣି ଦୁଇ ଦେଶ ।

ଥାଇଲାଣ୍ଡ ଓ କାମ୍ବୋଡ଼ିଆ ମଧ୍ୟରେ ୮୧୭ କିଲୋମିଟର ଦୀର୍ଘ ସୀମାନ୍ତରେ ଥିବା କେତେକ ଅଞ୍ଚଳରେ ଦାବି ନେଇ ଶହେ ବର୍ଷରୁ ଅଧିକ ସମୟ ଧରି ପୁରୁଣା ବିବାଦ ରହିଛି। ଏହା ୧୯୦୭ ମସିହାରେ ଫ୍ରାନ୍ସ ନିୟନ୍ତ୍ରିତ କାମ୍ବୋଡ଼ିଆରେ ସୀମାନ୍ତ ମାନଚିତ୍ର ପ୍ରସ୍ତୁତ ହେବା ସମୟରୁ ଆରମ୍ଭ ହୋଇଛି । ଏହାକୁ ଥାଇଲାଣ୍ଡ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରିନଥିଲା। ଖ୍ମେର ସାମ୍ରାଜ୍ୟ ସମୟରେ ନିର୍ମିତ ପ୍ରାଚୀନ ମନ୍ଦିରଗୁଡ଼ିକ ବିଶେଷ କରି ଶିଖରେଶ୍ୱର ଶିବ ମନ୍ଦିର ଦଖଲ ହିଁ ହୋଇଛି ଏହି ବିବାଦର କେନ୍ଦ୍ରବିନ୍ଦୁ।

ଅଧିକ ପଢ଼ନ୍ତୁ: ହାଇୱେରେ ଖସି ପଡ଼ିଲା ବିମାନ, ନିଆଁପିଣ୍ଡୁଳା ହୋଇଗଲା

Tension Emergency Thailand
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ