ସ୍ୱାମୀକୁ ଝଟକା ! ଲଟେରୀରେ ଉଠିଥିଲା କୋଟିଏରୁ ଅଧିକ ଟଙ୍କା, କ୍ୟାସ ନେଇ ପ୍ରେମିକ ସହ ସ୍ତ୍ରୀ ଫେରାର

ଟଙ୍କା ପାଇଁ ସ୍ୱାମୀ ପର ହୋଇଗଲା । ତିନି ପିଲାଙ୍କୁ ଛାଡ଼ି ପ୍ରେମୀ ସହ ଫେରାର ମାରିଲେ ମହିଳା ।

ଟଙ୍କା ନେଇ ସ୍ତ୍ରୀ ଫେରାର, ଥାନାରେ ସ୍ୱାମୀ

କଥାରେ ଅଛି ଆବେ ପର୍ଶୁ, ଜାବେ ପର୍ଶୁ, ବାବୁ ପର୍ଶୁରାମ । ପୈସା କ୍ୟା ନାକରେ କାମ୍‌ । ପାଖକୁ ଟଙ୍କା ଆସିବା ପରେ ଲୋକଙ୍କ ରଙ୍ଗଢ଼ଙ୍ଗ ବଦଳିଯାଏ । ଶତ୍ରୁ ମିତ୍ର ପାଲଟିଯାଏ ଆଉ ମିତ୍ର ଶତ୍ରୁ ପାଲଟିଯାଏ । ଥାଇଲାଣ୍ଡରେ ଜଣେ ବ୍ୟକ୍ତିଙ୍କ ସହ ଏପରି ହୋଇଛି । କିଛି ଦିନ ପୂର୍ବରୁ ଭାରତୀୟ ମୁଦ୍ରରେ ସେ ୧କୋଟି ୩୬ ଲକ୍ଷ ଟଙ୍କାର ଲଟେରୀ ଜିତିଥିଲେ । ହେଲେ ଟଙ୍କା ମିଳିବାର କିଛି ଦିନ ପରେ ତାଙ୍କ ସ୍ୱାମୀ ସମସ୍ତ କ୍ୟାସ୍‌ ନେଇ ପ୍ରେମିକ ସଙ୍ଗେ ଫେରାର ମାରିଛି ।

୨୬ ବର୍ଷର ବୈବାହିକ ଜୀବନରେ ଝଡ଼ ସୃଷ୍ଟି କରିଛି ଲଟେରୀ ଟଙ୍କା । ଉଭୟ ଟଙ୍କା ଓ ସ୍ତ୍ରୀକୁ ହରାଇଥିବା ବ୍ୟକ୍ତିଙ୍କ ନାମ ମନିତ୍‌ । ଲଟେରୀ ଉଠିଲେ କିଛି ଅର୍ଥ ମନ୍ଦିରକୁ ଦେବା ସହ ବଳକା ପରିବାର ସଦସ୍ୟଙ୍କ ମଧ୍ୟରେ ବାଣ୍ଟିଦେବାକୁ ନିଷ୍ପତ୍ତି ହୋଇଥିଲା । ଆଉ ଲଟେରୀ ଉଠିବା ପରେ ତାହା ହିଁ ହୋଇଥିଲା । ମନ୍ଦିରରେ ଏକ ବିରାଟ ଆୟୋଜନ କରାଯାଇଥିଲା । ହେଲେ ନିଜର ଭିନ୍ନ ଯୋଜନା ସହ ପ୍ରସ୍ତୁତ ଥିଲେ ମନିତ୍‌ଙ୍କ ସ୍ତ୍ରୀ । ଆଉ ମନ୍ଦିରରେ ପହଞ୍ଚିଥିଲା ମନିତ୍‌ଙ୍କ ପ୍ରେମିକ । ସୁଯୋଗ ଦେଖି ଉଭୟେ ଟଙ୍କା ଧରି ଫେରାର ମାରିଥିଲେ ।

ତେବେ ପୋଲିସ୍ କହିଛି, ମନିତ୍‌ଙ୍କୁ ସାହାଯ୍ୟ କରିବାରେ ଆମେ ଅସମର୍ଥ । ମନିତ୍‌ ଓ ତାଙ୍କର ସ୍ତ୍ରୀଙ୍କର ବିବାହକୁ ୨୬ ବର୍ଷ ହୋଇଥିଲେ ସୁଦ୍ଧା କୌଣସି ସରକାରୀ ପ୍ରମାଣପତ୍ର ନାହିଁ । ମ୍ୟାରେଜ୍‌ ସାର୍ଟିଫିକେଟ୍‌ ନଥିବାରୁ ପୋଲସ୍‌ରେ ମାମଲା ରୁଜୁ ହୋଇପାରିବ ନାହି

ଅନ୍ୟପଟେ ଏ ପ୍ରସଙ୍ଗରେ ମନିତ୍‌ କହିଛନ୍ତି, ସ୍ତ୍ରୀ ସହିତ କୌଣସି ମନୋମାଳିନ୍ୟ ନଥିଲା । ଆମର ତିନୋଟି ପିଲା ଅଛନ୍ତି । ସବୁ କିଛି ଠିକ୍‌ଠାକ୍‌ ଚାଲିଥିଲା । ସେହିପରି ମନିତଙ୍କ ବଡ଼ ପୁଅ କହିଛନ୍ତି, ଏହି ଘଟଣା ସମ୍ପର୍କରେ ମୋତେ ଜଣାଥିଲା । ଆଉ ଜାଣିବା ପରେ ସେ ମା’ଙ୍କୁ ଫୋନ୍‌ କରିଥିଲେ । କିନ୍ତୁ ସେତେବେଳକୁ ସେ ଚାରି ଘଣ୍ଟା ଡ୍ରାଇଭ୍‌ କରି ବହୁତ ଦୂରକୁ ଚାଲିଯାଇଥିଲା ।