Pakistan
ଅଶାନ୍ତ ହୋଇପଡ଼ିଛି ପଡୋଶୀ ରାଷ୍ଟ୍ର ପାକିସ୍ତାନ । ପୁର୍ବତନ ପ୍ରଧାନମନ୍ତ୍ରୀ ତଥା ତେହରିକ୍ ଏ ଇନସାଫ ଦଳର ନେତା ଇମ୍ରାନ ଖାନଙ୍କ ଲଂଗ୍ ମାର୍ଚ୍ଚକୁ ନେଇ ଉତ୍ତେଜନା ଦେଖାଦେଇଛି । ରାଜଧାନୀ ଇସଲାମାବାଦ ସମେତ, ରାୱଲପିଣ୍ଡି, କରାଚୀ, ଲାହୋର ସହ ଖାଇବର ପଖତୁନୱା ଅଞ୍ଚଳରେ ହିଂସାକାଣ୍ଡ ଦେଖାଦେଇଛି ।
ଇସଲାମାବାଦରେ ଇମ୍ରାନ୍ ଖାନ ପ୍ରବେଶ କରିବା ମାତ୍ରେ ସମର୍ଥକ ବିଭିନ୍ନ ସ୍ଥାନରେ ଜଳାପୋଡ଼ା କରିଛନ୍ତି । ମେଟ୍ରେ ଷ୍ଟେସନରେ ଇମ୍ରାନଙ୍କ ସମର୍ଥକ ନିଆଁ ଲଗାଇ ଦେଇଥିଲେ । ଦେଶରେ ସାଧାରଣ ନିର୍ବାଚନ କରିବାକୁ ଦାବି କରି ରାଲି କରୁଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ନିର୍ବାଚନ ନେଇ ପରବର୍ତ୍ତୀ ତାରିଖ ଘୋଷଣା ନହେବା ପର୍ଯ୍ୟନ୍ତ ସେ ଇସଲାମାବାଦ ଛାଡିବେନି ବୋଲି ଚେତାବନୀ ଦେଇଛନ୍ତି ।
ସମର୍ଥକଙ୍କୁ ଘଉଡ଼ାଇବାକୁ ବିଭିନ୍ନ ସ୍ଥାନରେ ପୋଲିସ ସହ ମୁହାଁମୁହିଁ ମଧ୍ୟ ହୋଇଛନ୍ତି । କିଛି ସ୍ଥାନରେ ଲାଠି ଚାର୍ଜର ଖବର ମିଳିଛି । ଇସଲାମାବାଦରେ ସମସ୍ତ ସରକାରୀ ବିଲ୍ଡିଂର ସୁରକ୍ଷା ଲାଗି ସେନା ମୁତୟନ କରିଛନ୍ତି ପାକିସ୍ତାନ ସରକାର । ରେଡ୍ ଜୋନ୍ରେ ଆସୁଥିବା ସମସ୍ତ ସରକାରୀ କୋଠାର ସୁରକ୍ଷା ଲାଗି ସେନା ମୁତୟନ କରାଯାଇଥିବା ପାକିସ୍ତାନ ଗୃହମନ୍ତ୍ରୀ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Pakistan_1653531691.jpg)