Advertisment

ଟେଲିଗ୍ରାମର ହେଲା ନବକଳେବର, 2GB ପର୍ଯ୍ୟନ୍ତ ପଠାଇ ହେବ ଫାଇଲ୍

ନୂଆ ରୂପରେ ଆସିଲା ଟେଲିଗ୍ରାମ

Telegram

Telegram

Advertisment

ଟେଲିଗ୍ରାମ ଆଣିଲା ନୂଆ ଫିଚର। 2GB ପର୍ଯ୍ୟନ୍ତ ଫାଇଲ୍ ପଠାଇବାଠୁ ଆରମ୍ଭ କରି ଅନ୍ ଲିମିଟେଡ୍ ଡାଟା କ୍ଲାଉଡ୍‌ରେ ଅପ୍‌ଲୋଡ୍ କରିବାର ସୁବିଧା ଆଣିଲା ଟେଲିଗ୍ରାମ। ଫେସ୍‌ବୁକ୍ , ହ୍ୱାଟ୍‌ସଆପ୍ , ଇନ୍‌ଷ୍ଟାଗ୍ରାମ ପରି ଟେଲିଗ୍ରାମ ମଧ୍ୟ ଏକ ଏମିତି ସାମାଜିକ ଗଣମାଧ୍ୟମ ଯାହାକୁ ବିପୁଳ ମାତ୍ରାରେ ବିଦ୍ୟାର୍ଥୀ ମାନେ ଭାରତରେ ବ୍ୟବହାର କରିଥାନ୍ତି। ସିଭିଲ୍ ସର୍ଭିସ୍ ତଥା ଅନ୍ୟାନ୍ୟ ପ୍ରବେଶିକା ପରୀକ୍ଷା ପାଇଁ ପଢୁଥିବା ପିଲା ମାନେ ଏହାକୁ ଏକ ସୁରକ୍ଷିତ ଉପଯୁକ୍ତ ଗଣମାଧ୍ୟମ ଭାବେ ବ୍ୟବହାର କରିଥାନ୍ତି।  ଏହାକୁ ଆହୁରି ଲୋକପ୍ରିୟ କରିବା ପାଇଁ  ଏବେ ଏଥିରେ ଯୋଡି ହେଇଛି ନୂଆ ନୂଆ ଫିଚର । ତେବେ ଜାଣନ୍ତୁ କଣ କଣ ଫିଚର ରହିଛି ଟେଲିଗ୍ରାମର ଅପ୍‌ଡେଟ୍ ଭର୍ସନରେ ।

Advertisment

ନୂଆ ଆଟାଚମେଣ୍ଟ୍ ମେନୁ :  ଏ ନୂତନ ଫିଚରର ଏକ ଗୁରୁତ୍ୱପୂର୍ଣ୍ଣ ସୁବିଧା ହେଉଛିକି ଚାଟ୍ ପେଜ୍‌ରେ କିଛି ଫଟୋ ଆଉ ଭିଡିଓ ସେୟାର କରିବାକୁ ଚାହୁଁଥିଲେ ପଠାଇବା ଆଗରୁ ଏହାକୁ ପ୍ରିଭ୍ୟୁ କରାଯାଇପାରିବ । ନିଜ ଇଚ୍ଛା ଅନୁସାରେ ଏହାକୁ ସଜାଯାଇ ମଧ୍ୟ ପାରିବ ।  ପ୍ରଥମେ ଉପରେ ଥିବା ପ୍ରିଭିୟୁରେ କ୍ଲିକ୍ କରିବା ପରେ ଅପଲୋଡ କରିପାରିବେ, ଏଥିସହ ଫଟୋ ଏବଂ ଭିଡିଓକୁ ଆପଣ ନିଜ ଅନୁସାରେ ସଜାଇ ପାରିବେ । ସବୁଠାରୁ ବଡ କଥା ହେଉଛି ଏଥିରେ ଚାଟରେ ଥରକେ 2GB  ପର୍ଯ୍ୟନ୍ତ ଡାଟା ପଠାଇହେବ ।

ଆଣ୍ଡ୍ରଏଡ୍‌ରେ ସେମି ଟ୍ରାନ୍ସପ୍ୟାରେଣ୍ଟ୍ ଇଣ୍ଟରଫେସ୍ : ଏବେ ଯେଉଁ ନାଇଟ୍ ମୋଡ୍ ଫିଚର ଅପ୍‌ଡେଟ୍ କରାଯାଇଛି ସେଥିରେ ସ୍ୱଚ୍ଛଭାବେ ଚାଟ୍ ବ୍ୟାକ୍ ଗ୍ରାଉଣ୍ଡ, ଷ୍ଟିକର ଇତ୍ୟାଦି ଦେଖିହେବ ।  ନିଜ ପସନ୍ଦ ଅନୁସାରେ ନାଇଟ୍ ମୋଡ୍‌ର ମେନୁ ଚାଟ୍ ବଦଳା ଯାଇ ପାରିବ ।

Advertisment

ନୂଆ ଲଗ୍ ଇନ୍ ଫ୍ଲୋ ଡିଜାଇନ୍:ଏବେ ଯଦି ଆଣ୍ଡ୍ରଏଡ୍ ଏବଂ ମାକ୍‌ରେ ଟେଲିଗ୍ରାମ୍ ଲଗ୍‌ଇନ୍ କରାଯାଏ ତେବେ ଖୁବ୍ ସୁନ୍ଦର

ଆନିମେସନ୍ ଆପଣଙ୍କୁ ସ୍ୱାଗତ କରିବ।

ଲାଇଭ୍ ଷ୍ଟ୍ରିମ୍ କରିବାର ସୁବିଧା: ଏ ନୂଆ ଫିଚର ଆଣିଦେଇଛି ଲାଇଭ୍ ଷ୍ଟ୍ରିମ୍ କରିବାର ସୁବିଧା। ନିଜର ଚ୍ୟାନେଲ୍‌ରେ ଓବିଏସ୍ ଷ୍ଟୁଡିଓ  ହେଉ କିମ୍ୱା ଏକ୍ସସ୍ପ୍ଲିଟ୍ ବ୍ରଡ୍ କାଷ୍ଟର ମାଧ୍ୟମରେ ଲାଇଭ୍ କରାଯାଇପାରିବ। ଓଭର ଲେୟାର ଏବଂ ମଲ୍ଟି ସ୍କ୍ରିନ୍ ଲେ ଆଉଟ୍ ଇତ୍ୟାଦି ସୁବିଧା ଥିବାରୁ ଏହା ଏକ ପ୍ରଫେସନାଲ୍ ଟିଭି ଚ୍ୟାନେଲ୍ ପରି କରାଯାଇପାରିବ।

Advertisment

ଫୋନ୍ ନମ୍ୱର ଲିଙ୍କ୍ ରୁ ମୁକ୍ତି: ଏ ଫିଚର ସବୁଠାରୁ ନିଆରା । ଏଥିରେ ଆପଣ ନିଜସ୍ୱ ୟୁଜର ନାମ ତିଆରି କରିପାରିବେ ଯାହା ମାଧ୍ୟମରେ ଆପଣଙ୍କ ବ୍ୟାପକତା ମଧ୍ୟ ବିଢିବ ଠିକ୍ ଇନ୍‌ଷ୍ଟାଗ୍ରାମ ପରି। ଏଥିରେ ଆଗପରି ଆଉ ଫୋନ୍ ନମ୍ୱର ବ୍ୟବହାର କରିବାଠୁ ମୁକ୍ତି ମିଳିବ।

ୟୁଜର ମାନଙ୍କ ପାଇଁ ଟୋଲିଗ୍ରାମ ପେଜ୍ : ଏବେ ଟେଲିଗ୍ରାମରେ ୟୁଜର ପେଜ୍ କରିବାର ବି ସୁବିଧା ଉପଲବ୍ଧ ଅଛି । ଏହା ମାଧ୍ୟମରେ ନିଜ ସମ୍ପର୍କିତ କିଛି ତଥ୍ୟ କୁ ଅପ୍ଲୋଡ୍ କରି ସାର୍ବଜନୀନ କରାଯାଇପାରିବ।

ସୋସିଆଲ୍ ମିଡିଆରେସ୍ ରେ ଟେଲିଗ୍ରାମର ସାମିଲ ହୋଇଥିବା ବେଳେ  ଏବେ  ନବକଳେବର କରିଛି । ଏହାକୁ ୟୁଜର୍ସ ଗ୍ରହଣ କରିବେ ବୋଲି ଟେଲିଗ୍ରାମ ଆଶା ରଖିଛି ।

Telegram Social Media New Feature
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ