Advertisment

ଅଭିନବ...ଆକର୍ଷଣୀୟ... ଅଦ୍ୱିତୀୟ... ! ଅଦ୍ଭୁତ ସ୍ଥାପତ୍ୟ ଓ ଆଧୁନିକ ଇଞ୍ଜିନିୟରିଂରେ ଦୁବାଇରେ ନିର୍ମାଣ ହୋଇଛି ମ୍ୟୁଜିୟମ୍ ଅଫ୍ ଦ ଫ୍ୟୁଚର

୭ ମହଲା... ସଂପୂର୍ଣ୍ଣ ଷ୍ଟେନସେସ୍ ଷ୍ଟିଲ୍... ରୋବୋଟ୍ ସହାୟତାରେ ନିର୍ମାଣ... ୭୭ ମିଟର ଉଚ୍ଚ ମ୍ୟୁଜିୟମ୍ ଅଫ୍ ଦ ଫ୍ୟୁଚର ନିର୍ମାଣ କରିବାକୁ ଲାଗିଛି ୯ ବର୍ଷ ସମୟ । ବାହାରେ ଲାଗିଛି ଆରବିକ୍ ଭାଷାରେ ଲିପିବଦ୍ଧ ୧ ହଜାର ୨୪ଟି ସ୍ୱତନ୍ତ୍ର ପ୍ଲେଟ୍ । ୩୦ ହଜାର ବର୍ଗ ମିଟର ପରିମିତ ଜାଗାରେ ରହିଛି ଏହି ବିଲ୍ଡିଂ

 Museum of the Future in Dubai

Museum of the Future in Dubai

Advertisment

କେବଳ UAE ନୁହେଁ, ପୂରା ମଧ୍ୟ ପ୍ରାଚ୍ୟର ଅନ୍ୟତମ ସମୃଦ୍ଧ ସହର ଦୁବାଇ । ବିଶ୍ୱର ସବୁଠୁ ବଡ଼ ଅଟ୍ଟାଳିକା ବୁର୍ଜ ଖଲିଫା ଏଠାରେ ରହିଛି । ହେଲେ ଏବେ ଦୁବାଇର ଏକ ନୂଆ ନିର୍ମାଣକୁ ଚର୍ଚ୍ଚା । କୁହାଯାଉଛି ବିଶ୍ୱର ନୂଆ ଆଶ୍ଚର୍ଯ୍ୟ ଦୁବାଇର ନବନିର୍ମିତ ମ୍ୟୁଜିୟମ୍ ଅଫ୍ ଦ ଫ୍ୟୁଚର୍ ।

Advertisment

ଅଭିନବ...ଆକର୍ଷଣୀୟ... ଅଦ୍ୱିତୀୟ... । ସ୍ଥାପତ୍ୟ ନିର୍ମାଣ କଳା ଓ ଆଧୁନିକ ଇଞ୍ଜିନିୟରିଂର ଅଭୂତପୂର୍ବ ସମ୍ମିଶ୍ରଣ ମଧ୍ୟପ୍ରାଚ୍ୟର ଅନ୍ୟତମ ସମୃଦ୍ଧ ସହର ଦୁବାଇରେ ଖୋଲିଥିବା ଏହି ନିର୍ମାଣକୁ କୁହାଯାଉଛି ବିଶ୍ୱର ସର୍ବାଧିକ ସୌନ୍ଦର୍ଯ୍ୟପୂର୍ଣ୍ଣ କୋଠା । ଆଖି ଲାଖିଯାଉଥିବା ଏହି ବିଲ୍ଡିଂର ନାଁ ମ୍ୟୁଜିୟମ୍ ଅଫ୍ ଦ ଫ୍ୟୁଚର ଅର୍ଥାତ୍ ଭବିଷ୍ୟତର ସଂଗ୍ରହାଳୟ । ବାହାରୁ ଯେମିତି ଆକର୍ଷଣୀୟ ଭିତରର ଦୃଶ୍ୟ ବି ଅବିଶ୍ୱସନୀୟ ।

ସୌର ଜଗତ ଠାରୁ ଆରମ୍ଭ କରି ସ୍ପେଶ୍ ଷ୍ଟେସନ ଏସବୁକିଛି ରହିଛି ଏହି ବିଲ୍ଡିଂ ଭିତରେ । ନାସା ଦ୍ୱାରା ଡିଜାଇନ୍ ହୋଇଥିବା ଏହି ସ୍ପେସ୍ ଷ୍ଟେସନରେ ପର୍ଯ୍ୟଟକମାନେ ମହାକାଶକୁ ନ ଯାଇ ମଧ୍ୟ ମହାକାଶ ଭଳି ଅନୁଭବ ପାଇପାରୁଛନ୍ତି । ବିଲ୍ଡିଂକୁ ପ୍ରବେଶ କରିବା କରେ ଲିଫ୍ଟରେ ଯିବା ବେଳେ ଲାଗୁଛି ସତେଯେପରି ଏକ ସ୍ପେସ୍ ସିପ୍ ବା ମହାକାଶ ଯାନରେ ଯାଉଛନ୍ତି । ଭିତରର ଦୃଶ୍ୟ ହଲିଉଡ୍ ମୁଭିର ଦୃଶ୍ୟ ଠାରୁ କିଛି କମ୍ ନୁହେଁ । ଆକାଶରେ ଉଡୁଛି ଅତ୍ୟାଧୁନିକ ବିମାନ ସମ୍ଭବତଃ ଭବିଷ୍ୟତରେ ଏଭଳି କିଛି ସତସତିକା ବିମାନ ଦେଖିବାକୁ ମିଳିପାରେ, ହେଲେ ଏଠି ଏବେଠୁ ତାର ଆଭାସ ମିଳୁଛି ଦେଖଣାହାରୀଙ୍କୁ ।

Advertisment

ଖାଲି ମହାକାଶ ଅନୁଭୂତି କାହିଁକି, ଜଙ୍ଗଲରେ ବର୍ଷାଭିଜା ରାତି ସାଙ୍ଗକୁ ଶାନ୍ତ ସୁନ୍ଦର ପରିବେଶର ଅନୁଭୂତି ବି ମିଳିପାରିବ । ଏହି ବିଲ୍ଡିଂ ଭିତରେ ଚତୁର୍ଥ ଫ୍ଲୋରରେ ରହିଛି ରେନ୍ ଫରେଷ୍ଟ ବା ବର୍ଷାବନ ଭଳି ପରିବେଶ । ଏଠାରେ ୨୪ଶହ ପ୍ରଜାତିର ଉଦ୍ଭିଦ ଏବଂ ସରିସୃପଙ୍କୁ ଦେଖିବାକୁ ମିଳୁଛି । ଏମାନଙ୍କ ମଧ୍ୟରୁ କିଛି ଜୀବିତ ଥିବା ବେଳେ, କିଛି ଜୀବଙ୍କ ମୃତଦେହକୁ ସଂରକ୍ଷଣ କରାଯାଇଛି । କେବଳ ଏତିକି ନୁହେଁ ଅଦ୍ଭୁତ ଯାନକୁ ଫ୍ଲାଇଙ୍ଗ ଡ୍ରୋନଠାରୁ ଆରମ୍ଭ କରି ରହିଛି ସ୍ୱୟଂଚାଳିତ କାର୍ ଏବଂ ରୋବୋଟିକ୍ ଡଗ୍ ବିଲ୍ଡିଂର ଦ୍ୱିତୀୟ ଫ୍ଲୋରରେ ଏସବୁକୁ ରଖାଯାଇଛି ।

ଅଭିନବ ଚିନ୍ତାଧାରାକୁ ନେଇ ନିର୍ମାଣ କରାଯାଇଛି ଏହି କୌତୁହଳପୂର୍ଣ୍ଣ ଯାନ, ବସ୍ତୁ ଏବଂ ସରଂଜାମ ସବୁ । ଆଶ୍ଚର୍ଯ୍ୟର କଥା, ଜୀବନ୍ତ କୁକୁର ଭଳି ରୋବୋଟିକ୍ ଡଗ୍ ଆପଣଙ୍କ ସହ କଥା ହେବା ସହ ଏହା ବିଶ୍ୱସ୍ତ ମଧ୍ୟ ଅଟେ । ବିଲ୍ଡିଂର ପ୍ରଥମ ଫ୍ଲୋରରେ ରହିଛି ଆଗାମୀ ପିଢ଼ୀ ପାଇଁ ଏକ ସାଇନ୍ସ ପାର୍କ । ବିଜ୍ଞାନ ଏବଂ ଗଣିତର ଅଦ୍ଭୁତ ଫର୍ମୁଲା ଏଠାରେ ଦେଖିବାକୁ ମିଳୁଛି ।

Advertisment

ନୂଆ ଚିନ୍ତାଧାରା, ଭବିଷ୍ୟତକୁ ଆଖିରେ ରଖି ନୂଆ ପ୍ଲାନ୍, ସେବା ଏବଂ ବିଭିନ୍ନ ପ୍ରଡ ପାଇଁ ଏହି ମ୍ୟୁଜିୟମ୍ ଏକ ପ୍ରଦର୍ଶନୀ ସ୍ଥଳ କଲ୍ଚରାଲ୍, ଏଜୁକେସନ ଏବଂ ସାଇଣ୍ଟିଫିକ୍ ହବ୍ ଭାବେ ଦୁବାଇକୁ ଗଢ଼ିତୋଳିବା ଲକ୍ଷ୍ୟରେ ନିର୍ମାଣ କରାଯାଇଛି ଏହି ବିଲ୍ଡିଂ ।

କିଭଳି ତିଆରି ହୋଇଛି ବିଲ୍ଡିଂ ?

୭ ମହଲା... ସଂପୂର୍ଣ୍ଣ ଷ୍ଟେନସେସ୍ ଷ୍ଟିଲ୍... ରୋବୋଟ୍ ସହାୟତାରେ ନିର୍ମାଣ... ୭୭ ମିଟର ଉଚ୍ଚ ମ୍ୟୁଜିୟମ୍ ଅଫ୍ ଦ ଫ୍ୟୁଚର ନିର୍ମାଣ କରିବାକୁ ଲାଗିଛି ୯ ବର୍ଷ ସମୟ । ବାହାରେ ଲାଗିଛି ଆରବିକ୍ ଭାଷାରେ ଲିପିବଦ୍ଧ ୧ ହଜାର ୨୪ଟି ସ୍ୱତନ୍ତ୍ର ପ୍ଲେଟ୍ । ୩୦ ହଜାର ବର୍ଗ ମିଟର ପରିମିତ ଜାଗାରେ ରହିଛି ଏହି ବିଲ୍ଡିଂ । ସବୁଠୁ ଆଶ୍ଚଯର୍ୟର କଥା ବିଲ୍ଡିଂରେ ଗୋଟିଏ ହେଲେ କୋଣ ନାହିଁ । ଦିନବେଳା ସୂର୍ଯ୍ୟାଲୋକରେ ଚମକୁଥିବା ଏହି କୋଠାର ସୌନ୍ଦର୍ଯ୍ୟ ରାତି ହେଲେ ଶତଗୁଣିତ ହୋଇଯାଏ । ବିଶ୍ୱର ଏହା ଏକମାତ୍ର ବିଲ୍ଡିଂ ଯାହାକି ପୂରାପୂରି ଏକ ଲିପିରେ ଢାଙ୍କି ହୋଇ ରହିଛି । ୟୁଏଇର ଦୁବାଇ ସହରରେ ଏହି ବିଲ୍ଡିଂ ନିର୍ମାଣ କରାଯାଇଛି । ଦୁନିଆର ସର୍ବୋଚ୍ଚ ନିର୍ମାଣ ବୁର୍ଜ ଖଲିଫା ଠାରୁ କିଛି ଦୂରରେ ହିଁ ରହିଛି ଏହି ମ୍ୟୁଜିୟମ୍ ଅଫ୍ ଦ ଫ୍ୟୁଚର ।

ଏହା ଭିତରକୁ ବୁଲିବାକୁ ଯିବା ପାଇଁ ୩ ବର୍ଷରୁ କମ୍ ବୟସର ପିଲାଙ୍କୁ ଟିକେଟ୍ ଲାଗୁନଥିବା ବେଳେ, ୩ ବର୍ଷରୁ ଅଧିକ ବୟସର ପିଲା ଏବଂ ପ୍ରାପ୍ତ ବୟସ୍କଙ୍କ ପାଇଁ ଟିକେଟ୍ ରହିଛି । ଜଣକ ପିଛା ଟିକେଟର ମୂଲ୍ୟ ଭାରତୀୟ ମୂଦ୍ରାରେ ପ୍ରାୟ ୩ ହଜାର ଟଙ୍କା । ମ୍ୟୁଜିୟମକୁ ଯିବା ପାଇଁ ଅନଲାଇନରେ ଟିକେଟ୍ କରିହେବ । ସପ୍ତାହ ସାରା ଦିନ ୧୦ଟାରୁ ସଂଧ୍ୟା ୬ ଟା ପଯର୍ୟନ୍ତ ଖୋଲା ରହିଥାଏ ମ୍ୟୁଜିୟମ୍ ।

Dubai Museum Of The Future
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ