Advertisment

ରାସ୍ତା ଉପରେ ନୀରିହ ଶିଶୁକୁ ନିର୍ମମ ହତ୍ୟା କଲା ତାଲିବାନ୍‌

ଉଗ୍ର ହେବାରେ ଲାଗିଛି ତାଲିବାନ। ଶାସନ କ୍ଷମତାକୁ ଫେରିବା ପରେ ମନଇଚ୍ଛା କାମ କରୁଛନ୍ତି ତାଲିବାନ ନେତା। କିନ୍ତୁ ଏବେ ଗୋଟିଏ ପରେ ଗୋଟିଏ ବର୍ବରତାର କାହାଣୀ ସାମ୍ନାକୁ ଆସୁଛି ଯାହାକୁ ନେଇ ବିଶ୍ୱ ଚିନ୍ତା ପ୍ରକାଶ କରିଛି। ପୂର୍ବରୁ ଏମାନଙ୍କ ଆକ୍ରୋଷର ଶିକାର ହେଉଥିଲେ ପୁରୁଷ ଓ ମହିଳା

undefined

Taliban Hang 4 Bodies From Cranes In Herat Says Its Lesson For Kidnapper

Advertisment

କାବୁଲ: ଉଗ୍ର ହେବାରେ ଲାଗିଛି ତାଲିବାନ। ଶାସନ କ୍ଷମତାକୁ ଫେରିବା ପରେ ମନଇଚ୍ଛା କାମ କରୁଛନ୍ତି ତାଲିବାନ ନେତା। କିନ୍ତୁ ଏବେ ଗୋଟିଏ ପରେ ଗୋଟିଏ ବର୍ବରତାର କାହାଣୀ ସାମ୍ନାକୁ ଆସୁଛି ଯାହାକୁ ନେଇ ବିଶ୍ୱ ଚିନ୍ତା ପ୍ରକାଶ କରିଛି। ପୂର୍ବରୁ ଏମାନଙ୍କ ଆକ୍ରୋଷର ଶିକାର ହେଉଥିଲେ ପୁରୁଷ ଓ ମହିଳା। କିନ୍ତୁ ଏବେ ଶିଶୁମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଛି। ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ତାଲିବାନୀମାନେ ଏକ ଶିଶୁକୁ ଏପରି ଭାବରେ ମୃତ୍ୟୁଦଣ୍ଡ ଦେଇଛନ୍ତି ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଉ ଏବେ ଶିଶୁର ରକ୍ତ ଜୁଡ଼ୁବୁଡ଼ୁ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ରିପୋର୍ଟ ଅନୁସାରେ, ତାଲିବାନୀମାନେ ଯେଉଁ ଶିଶୁକୁ ଏପରି ଭାବରେ ନିର୍ମମ ହତ୍ୟା କରିଛନ୍ତି ତା’ର ବାପା ପଞ୍ଜୀଶର ସେନାରେ କାମ କରୁଥିଲେ ଏବଂ ତାଲିବାନୀଙ୍କ ବିରୋଧରେ ଲଢେଇ କରୁଥିଲେ। ତେଣୁ ତାଲିବାନୀମାନେ ଏପରି କାଣ୍ଡ କରିଛନ୍ତି। କେବଳ ଏହା ନୁହେଁ ପୂର୍ବରୁ ମଧ୍ୟ ଅନେକ ଘଟଣା ସାମ୍ନାକୁ ଆସିଛି। ନିକଟରେ ଅପହରଣ ଅଭିଯୋଗକରେ ୪ଜଣଙ୍କୁ ଗୁଳିମାରିବା ପରେ ସର୍ବ ସମ୍ମୁଖରେ କ୍ରେନରେ ଟାଙ୍ଗି ଦେଇଥିଲେ ତାଲିବାନୀ ନେତା। ଶିଶୁଙ୍କୁ ହତ୍ୟା କରିବା ଖବର ବିଶ୍ୱ ସମୁଦାୟ ପାଇଁ ଚିନ୍ତାର ବିଷୟ ପାଲଟିଛି । କିନ୍ତୁ ତାଲିବାନୀମାନେ ଏହାକୁ ନେଇ କହିଛନ୍ତି, ଯେଉଁମାନେ ସରକାରଙ୍କ ନିୟମ ନମାନିବେ ସେମାନଙ୍କୁ ଏପରି ଭାବରେ ଦଣ୍ଡ ଦିଆଯିବ। ତେଣୁ ପିଲାର ବାପା ପାଇଁ ସେ ଦଣ୍ଡ ପାଇଲା ବୋଲି ତାଲିବାନ ପକ୍ଷରୁ କୁହାଯାଇଛି।

Advertisment

ସେପଟେ, ତାଲିବାନୀ ଶାସନକୁ ନେଇ ଥମିବାରେ ନା ନେଉନାହଁ ଚର୍ଚ୍ଚା। ତାଲିବାନ ସରକାର ଆଫଗାନିସ୍ତାନ ଏବଂ ଭାରତ ମଧ୍ୟରେ ବିମାନ ସେବା ଆରମ୍ଭ କରିବାକୁ ଏବେ ଇଚ୍ଛା ପ୍ରକାଶ କରିଛନ୍ତି। ଜାତୀୟ ଖବର ସରବରାହ ସଂସ୍ଥା ANI ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ତାଲିବାନ ଏହି ପ୍ରସଙ୍ଗରେ ଭାରତ ସରକାରଙ୍କୁ ଚିଠି ଲେଖିଥିବା ନେଇ ଜଣାପଡ଼ିଛି । ଏହି ଚିଠି ଆଫଗାନିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର କାର୍ଯ୍ୟନିର୍ବାହୀ ମନ୍ତ୍ରୀ ହମିଦୁଲ୍ଲା ଅଖୁନଜଡାଙ୍କ ଦ୍ୱାରା ସିଭିଲ୍ ଆଭିଏସନ୍ ଅଫ୍ ଇଣ୍ଡିଆ (ଡିଜିସିଏ) ର ମହାନିର୍ଦ୍ଦେଶକ ଅରୁଣ କୁମାରଙ୍କୁ ଲେଖାଯାଇଛି। ତେବେ ବେସାମରିକ ବିମାନ ଚଳାଚଳମନ୍ତ୍ରଣାଳୟ ଚିଠି ଉପରେ ବିଚାର କରୁଛି ଜଣାପଡ଼ିଛି

Crime Taliban
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ