Advertisment

କାବୁଲ ବୋମା ବିସ୍ପୋରଣରେ ୫ ନାଗରିକ ମୃତ; ସୂଚନା ଦେଲେ ତାଲିବାନ୍‌ ଗୃହ ମନ୍ତ୍ରାଳୟ ମୁଖପାତ୍ର

କାବୁଲର ଏକ ମସଜିଦ୍‌ରେ ବୋମା ବିସ୍ପୋରଣ । ଗତକାଲିର ଏହି ବିସ୍ପୋରଣରେ ପ୍ରାୟ ୫ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବାର ତାଲିବାନ୍‌ ଗୃହ ମନ୍ତ୍ରାଳୟ ମୁଖପାତ୍ର ସୂଚନା ଦେଇଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହି ବିସ୍ପୋରଣଟି ମସଜିଦ୍‌ ସ୍ଥିତ ରାସ୍ତା କଡରେ ହୋଇଛି । ହେଲେ ମସଜିଦ୍‌ ପ୍ରବେଶ ଦ୍ୱାରରେ ଥିବା ଲୋକମାନେ ଆହତ ହୋଇଛନ୍ତି ।

ଅଦ୍ୟତନ ହୋଇଛି
Talibani Home Ministry Spokesman Says Five Civilians Were Killed In The Bomb Blast In Kabul

Talibani Home Ministry Spokesman Says Five Civilians Were Killed In The Bomb Blast In Kabul

Advertisment

କାବୁଲ: କାବୁଲର ଏକ ମସଜିଦ୍‌ରେ ବୋମା ବିସ୍ପୋରଣ । ଗତକାଲିର ଏହି ବିସ୍ପୋରଣରେ ପ୍ରାୟ ୫ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବାର ତାଲିବାନ୍‌ ଗୃହ ମନ୍ତ୍ରାଳୟ ମୁଖପାତ୍ର ସୂଚନା ଦେଇଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହି ବିସ୍ପୋରଣଟି ମସଜିଦ୍‌ ସ୍ଥିତ ରାସ୍ତା କଡରେ ହୋଇଛି । ହେଲେ ମସଜିଦ୍‌ ପ୍ରବେଶ ଦ୍ୱାରରେ ଥିବା ଲୋକମାନେ ଆହତ ହୋଇଛନ୍ତି । ଉକ୍ତ ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । କାବୁଲର ଇଡଗା ​​ମସଜିଦକୁ ଟାର୍ଗେଟ ଏହି ବିସ୍ଫୋରଣ କରାଯାଇଥିବାର ଜଣାପଡିଛି । ​​ଯେଉଁଠାରେ ତାଲିବାନ ମୁଖପାତ୍ର ଜାବୁଲ୍ଲା ମୁଜାହିଦ୍‌ଙ୍କ ମା’ଙ୍କ ସ୍ମୃତିରେ ପ୍ରାର୍ଥନାର ଆୟୋଜନ କରାଯାଇଥିଲା । ଏହି ଆକ୍ରମଣରେ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ନେଇ ମୁଜାହିଦ୍ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

Advertisment
Talibani Home Ministry Spokesman Says Five Civilians Were Killed In The Bomb Blast In Kabul

ତାଲିବାନ ମୁଖପାତ୍ର ବିଲାଲ କାରୀବି ‘ଆସୋସିଏଟେଡ୍ ପ୍ରେସ୍‌କୁ’ କହିଛନ୍ତି, ଏହି ଆକ୍ରମଣରେ ତାଲିବାନ ଯୁବକଙ୍କ କୌଣସି କ୍ଷୟକ୍ଷତି ହୋଇନାହିଁ । ହେଲେ ଆକ୍ରମଣରେ ମସ୍‌ଜିଦ୍‌ର ବାହାରେ ଠିଆ ହୋଇଥିବା ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । କାବୁଲର ଏକ ଇଟାଲୀ ଅନୁଦାନ ପ୍ରାପ୍ତ ଡାକ୍ତରଖାନା ଟ୍ୱିଟ୍ କରି କହିଛି, ବିସ୍ଫୋରଣରେ ଆହତ ହୋଇଥିବା ଚାରି ଜଣଙ୍କୁ ତାଙ୍କ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ମସଜିଦ ଆଖପାଖ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଥିବା ସହ ସେଠାରେ ବହୁ ସଂଖ୍ୟାରେ ତାଲିବାନୀ ଯୁବକ ଉପସ୍ଥିତ ଥିଲେ। ପରେ ଏହି ଅଞ୍ଚଳରୁ କର୍ଫ୍ୟୁକୁ ହଟାଇଦିଆଯାଇଥିଲା । ଏହି ବିସ୍ଫୋରଣଟି ସମ୍‌ଜିଦ୍‌ର ପ୍ରବେଶ ଦ୍ୱାରରେ ହୋଇଥିବାରୁ ସମ୍‌ଜିଦ୍‌ର ସାମାନ୍ୟ କ୍ଷତି ହୋଇଛି ।

Advertisment

ତାଲିବାନର ଆଫଗାନିସ୍ତାନ ଦଖଲ ପରେ କାବୁଲ ଉପରେ ଇସଲାମିକ ଷ୍ଟେଟ ଆତଙ୍କବାଦୀ ଗୋଷ୍ଠୀଙ୍କ ଦ୍ୱାରା ଆକ୍ରମଣ ସଂଖ୍ୟାରେ ବୃଦ୍ଧି ଘଟିଛି । ବର୍ତ୍ତମାନ ଘଟଣାକୁ ଦୃଷ୍ଟିରେ ରଖିଲେ ଏହି ପରିସ୍ଥିତିରେ ଦୁଇ ଉଗ୍ରବାଦୀ ଗୋଷ୍ଠୀ ମଧ୍ୟରେ ବିବାଦର ଆହୁରି ବଢିବାର ସମ୍ଭାବନା ରହିଛି। ସେହିପରି ପୂର୍ବରୁ ମଧ୍ୟ ରାଜଧାନୀ ଜାଲାଲାବାଦରେ ଅନେକ ହତ୍ୟାକାଣ୍ଡ ଘଟିଛି । ବିସ୍ପୋରଣ ପୂର୍ବ ଦିନ ମଧ୍ୟ ସମାନ ହତ୍ୟାକାଣ୍ଡ ହୋଇଥିଲା । ଯାହାକୁ ନେଇ ଗତକାଲି ଏହି ବିସ୍ପୋରଣ କରାଯାଇଥିବାର ସନ୍ଦେହ କରାଯାଉଛି । ଅଗଷ୍ଟ ଶେଷରେ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ଆମେରିକାର ଥଇଥାନ ଉଦ୍ୟମକୁ ଟାର୍ଗେଟ କରି ଆଇଏସ୍‌ ଆତ୍ମଘାତୀ ଆକ୍ରମଣ କରିଥିଲା । ଯାହା ପରେ କାଲି ରାଜଧାନୀ ଉପରେ ପ୍ରଥମ ଥର ପାଇଁ ଆକ୍ରମଣ ହୋଇଛି ।

Bomb Blast Kabul
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ